Advertisment

ବ୍ରଜରାଜନଗର ଉପନିର୍ବାଚନ: ଭୋଟ ହାର ୬୯%

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ଶେଷ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଭୋଟ ହାର ୬୯% ପ୍ରତିଶତ ରେକର୍ଡ କରାଯାଇଛି। ତେବେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିଥିବାରୁ ଚୂଡ଼ାନ୍ତ ମତଦାନ ହାର ଜଣାପଡ଼ିନି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଦିନ ୯ଟା ସୁଦ୍ଧା ୧୧% ଭୋଟ୍ ପଡ଼ିଥିବାବେଳେ ୧୧ଟା ସୁଦ୍ଧା ୩୨%, ୧ଟା ସୁଦ୍ଧା ୪୮% […]

ଅଦ୍ୟତନ ହୋଇଛି
ବ୍ରଜରାଜନଗର ଉପନିର୍ବାଚନ: ଭୋଟ ହାର ୬୯%

VOTE

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ଶେଷ ହୋଇଛି। ଅପରାହ୍ନ ୫ଟା ସୁଦ୍ଧା ଭୋଟ ହାର ୬୯% ପ୍ରତିଶତ ରେକର୍ଡ କରାଯାଇଛି। ତେବେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିଥିବାରୁ ଚୂଡ଼ାନ୍ତ ମତଦାନ ହାର ଜଣାପଡ଼ିନି।

Advertisment

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଦିନ ୯ଟା ସୁଦ୍ଧା ୧୧% ଭୋଟ୍ ପଡ଼ିଥିବାବେଳେ ୧୧ଟା ସୁଦ୍ଧା ୩୨%, ୧ଟା ସୁଦ୍ଧା ୪୮% ଓ ୩ଟା ସୁଦ୍ଧା ୫୭% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଭୋଟଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । କୌଣସି ସ୍ଥାନରେ ସେଭଳି ଅପ୍ରୀତିକର କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନଥିବା କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ୨ଲକ୍ଷ ୧୫ହଜାର ୮୭୮ଜଣ ଭୋଟର ୨୭୯ଟି ମତଦାନ କେନ୍ଦ୍ରରେ ମୋଟ ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରଛନ୍ତି । ଆସନ୍ତା ଜୁନ୍ ୩ ତାରିଖରେ ଭୋଟ ଗଣତି ହେବ ।

ପ୍ରତ୍ୟେକ ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର ଓ ୩ଜଣ ଲେଖାଏଁ ପୁଲିଂ ଅଫିସର ମୁତୟନ ହୋଇଥିଲେ । ଇଭିଏମ୍ ମେସିନରେ ଭୋଟଗ୍ରହଣ ହୋଇଥିବାବେଳେ ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ନିମନ୍ତେ ୬୦ଟି ବୁଥବୁ ସମ୍ବେଦନଶୀଳ,୩୦ଟି ମଡେଲ୍ ବୁଥ୍ ଓ ୫ଟି ପିଙ୍କ୍ ବୁଥ(ମହିଳା କର୍ମଚାରୀଙ୍କୁ ନେଇ)ଚିହ୍ନଟ ହୋଇଥିଲା । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Advertisment

ନିର୍ବାଚନ ମଇଦାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନାଙ୍କ ସମେତ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ, ମନୋଜ ମେହେର, ଆଦିତ୍ୟ ପ୍ରଧାନ, ଦିନବନ୍ଧୁ ବିଶ୍ୱାଳ,ସୀତାରାମ ବେହେରା ଓ ସୁପ୍ରିତ କୁମାର ବେହେରା ଥିବାବେଳେ ଲଢ଼େଇ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି ।

Brajrajnagar By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe