Advertisment

୯ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ଆମ୍ ଆଦ୍‌ମୀ ପାର୍ଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବିଦ୍ୟୁତ୍ ଆଦି ଅତ୍ୟାବଶ୍ୟକୀୟ ଜିନିଷପତ୍ରର ଦର ପ୍ରତିଦିନ ଅହେତୁକ ଭାବରେ ବୃଦ୍ଧି ପାଉଛି। ଯାହାକୁ ନେଇ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଅହେତୁକ ତୈଳ ଦର ଓ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି (ଆପ୍) ଆସନ୍ତା ୯ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଛି। ଅନ୍ୟ ପଟେ ଦର ବୃଦ୍ଧି ପାଉଥିବା […]

୯ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ଆମ୍ ଆଦ୍‌ମୀ ପାର୍ଟି

aap

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବିଦ୍ୟୁତ୍ ଆଦି ଅତ୍ୟାବଶ୍ୟକୀୟ ଜିନିଷପତ୍ରର ଦର ପ୍ରତିଦିନ ଅହେତୁକ ଭାବରେ ବୃଦ୍ଧି ପାଉଛି। ଯାହାକୁ ନେଇ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଅହେତୁକ ତୈଳ ଦର ଓ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି (ଆପ୍) ଆସନ୍ତା ୯ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଛି। ଅନ୍ୟ ପଟେ ଦର ବୃଦ୍ଧି ପାଉଥିବା ବେଳେ ଉଭୟ ବିଜେପି ଓ ବିଜେଡ଼ି ବାରମ୍ବାର ଭ୍ରମାତ୍ମକ ତଥ୍ୟ ଓ ଅବାନ୍ତର ଯୁକ୍ତି ଦେଇ ଜନସାଧାରଣଙ୍କ କଷ୍ଟ ପ୍ରତି ବିଦ୍ରୁପ କରି ଚାଲିଛନ୍ତି ଓ କାଦୁଅ ଫିଙ୍ଗା ରାଜନୀତିରେ ବ୍ୟସ୍ତ ଥିବା ଆପ୍ କହିଛି।

Advertisment

ଆପ୍ ଅଭିଯୋଗ ଆଣିଛି ଯେ ୨୦୧୪ରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁକ୍ଳ ବଢାଇ ଚାଲିଛି ଓ ସେସ୍ ବୃଦ୍ଧି କରି ସେଥିରୁ ରାଜ୍ୟ ଗୁଡ଼ିକର ଅଂଶ ମଧ୍ୟ କମାଇ ଚାଲିଛି। ୨୦୧୪ ଅକ୍ଟୋବର ପରଠାରୁ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁକ୍ଳ ଯଥାକ୍ରମେ ୨୫୦% ଓ ୮୦୦% ବୃଦ୍ଧି କରି ବର୍ତ୍ତମାନ ପ୍ରତି ଲିଟର ପେଟ୍ରୋଲ ପିଛା ୩୨.୯୦ ଟଙ୍କା ଓ ପ୍ରତି ଲିଟର ଡିଜେଲ ପିଛା ୩୧.୮୦ ଟଙ୍କା ଆଦାୟ କରୁଛି।

୨୦୧୫ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୧୩.୭ ଲକ୍ଷ କୋଟି ଟଙ୍କାର ଉତ୍ପାଦ ଶୁକ୍ଳ ଆଦାୟ କରିଥିବା ବେଳେ ଚଳିତ ବର୍ଷର କେବଳ ପ୍ରଥମ ୩ ମାସରେ ୯୫୦୦୦ କୋଟି ଟଙ୍କା ଆଦାୟ କରିଛି ଏବଂ ଚଳିତ ବର୍ଷ ଏଥିରୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ଆଦାୟ କରିବ। ୨୦୧୯ ମସିହାରେ କର୍ପୋରେଟ୍ ଟିକସରେ ଭାରି ହ୍ରାସ କରି କେନ୍ଦ୍ର ସରକାର ବର୍ତ୍ତମାନ ସାଧାରଣ ଜନତାଙ୍କ ତଣ୍ଟି ଚିପି ପେଟ୍ରୋଲ ଓ ଡିଜେଲ ମାଧ୍ୟମରେ ଭାରି ଟିକସ ଆଦାୟ କରୁଛି। ଦର ବୃଦ୍ଧି ପାଇଁ ବିଜେପି ନୂଆ ନୂଆ ବାହାନା ଦେଉଥିବା ବେଳେ ଓଡ଼ିଶା ଆପ୍ ସେ ସବୁକୁ ଖଣ୍ଡନ କରି ଆସିଛି। ସେହିପରି ଗତ ଜାନୁଆରୀ ମାସରେ ରନ୍ଧନ ଗ୍ୟାସ ଦରରେ ସିଲିଣ୍ଡର ପ୍ରତି ପ୍ରାୟ ୨୫୦ ଟଙ୍କା ବୃଦ୍ଧି ହେବା ପରେ ତାହା ଏବେ ପ୍ରାୟ ହଜାର ଟଙ୍କାରେ ପହଞ୍ଚିଲାଣି। ଗତକାଲି କେନ୍ଦ୍ର ସରକାର ବ୍ୟବସାୟିକ ରନ୍ଧନ ଗ୍ୟାସ ମୂଲ୍ୟରେ ୨୬୬ ଟଙ୍କା ବୃଦ୍ଧି କରି ତାହାକୁ ପ୍ରାୟ ୨୦୦୦ ଟଙ୍କାରେ ପହଞ୍ଚାଇ ଦେଇଛନ୍ତି।

Advertisment

ଅନ୍ୟ ପକ୍ଷରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ୍ କମାଇବାକୁ ରାଜି ହେଉ ନାହାନ୍ତି। ଗତବର୍ଷ ମଇ ମାସରେ ରାଜ୍ୟ ସରକାର କରୋନା ଜନିତ ଆର୍ଥିକ ସଙ୍କଟର ଦ୍ଵାହି ଦେଇ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ୍ ଦର ବୃଦ୍ଧି କରିଥିଲେ। ସେତେବେଳେ ରାଜ୍ୟ ସରକାର ପ୍ରତି ଲିଟର ପେଟ୍ରୋଲରେ ୧୬.୬୦ ଟଙ୍କା ପାଉଥିବା ବେଳେ ଏବେ ସେଥିରୁ ପାଖାପାଖି ୨୬ ଟଙ୍କା ଭ୍ୟାଟ୍ ଅସୁଲ କରୁଛନ୍ତି। ଗତବର୍ଷ ସେହି ସମୟରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଭ୍ୟାଟ୍ ଦର ବୃଦ୍ଧି କରିଥିବା ବେଳେ ତାହାର ଦୁଇ ମାସ ପରେ ଡିଜେଲ ଉପରେ ଭ୍ୟାଟ୍ ଲିଟର ପିଛା ୮ ଟଙ୍କାରୁ ଉର୍ଦ୍ଧ୍ଵ ହ୍ରାସ କରିଛନ୍ତି। ପୁଣି ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ବିଦ୍ୟୁତ୍ ଦର ଦୁଇ ଥର ବୃଦ୍ଧି କରି ସାଧାରଣ ଲୋକଙ୍କ ବୋଝ ଉପରେ ନଳିତା ବିଡା ଲଦି ଦେଇଥିବା ଆପ୍ ଅଭିଯୋଗ ଆଣିଛି।

ଲଗାତର ଦର ବଢ଼ୁଥିବାରୁ ଓଡିଶା ଆମ୍ ଆଦମୀ ପାର୍ଟି (ଆପ୍) ନଭେମ୍ବର ୯ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି। ପାର୍ଟି ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା କୁହାଯାଇଛି । ପାର୍ଟିର ରାଜ୍ୟ ମୁଖପାତ୍ର ରଙ୍ଗା ଚରଣ ପ୍ରଧାନ, ଅଜୟ ପତି, ଜୟସୁର୍ଯ୍ୟ କାନୁନଗୋ ଓ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଚନ୍ଦ୍ରଭାନୁ ମନ୍ତ୍ରୀ ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe