Advertisment

ଟିକାକୁ ନେଇ କ୍ରେଡିଟ୍ ଓ୍ୱାର, କେନ୍ଦ୍ରକୁ ଅନୁସରଣ କଲା ଝାଡ଼ଖଣ୍ଡ ଓ ଛତିଶଗଡ଼ ସରକାର

ନୂଆଦିଲ୍ଲୀ: ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନେଇ କଂଗ୍ରେସ କିଛି ଦିନ ତଳେ କେନ୍ଦ୍ର ସରକାରକୁ ଘେରିଥିଲା। ଭ୍ୟାକସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ପ୍ରଶ୍ନ କରିଥିଲା ବିରୋଧୀ କଂଗ୍ରେସ। କେନ୍ଦ୍ର ଏଭଳି କରି ମହାମାରୀ ବେଳେ ପ୍ରଚାର ଛଡା ଆଉ କିଛି କରୁନି ବୋଲି ବିରୋଧୀ କଂଗ୍ରେସ କହିଥିଲା। ଏବେ କିନ୍ତୁ କଂଗ୍ରେସ କେନ୍ଦ୍ରର ନୀତିକୁ ଆପଣାଇଛି। ଆଉ କଂଗ୍ରେସ ନିଜେ ଯେଉଁ ଅଭିଯୋଗ ଆଣିଥିଲାକୁ ତାକୁ ଡଷ୍ଟବିନରେ ଫିଙ୍ଗି […]

ଟିକାକୁ ନେଇ କ୍ରେଡିଟ୍ ଓ୍ୱାର, କେନ୍ଦ୍ରକୁ ଅନୁସରଣ କଲା ଝାଡ଼ଖଣ୍ଡ ଓ ଛତିଶଗଡ଼ ସରକାର

vaccine-credit-war

Advertisment

ନୂଆଦିଲ୍ଲୀ: ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନେଇ କଂଗ୍ରେସ କିଛି ଦିନ ତଳେ କେନ୍ଦ୍ର ସରକାରକୁ ଘେରିଥିଲା। ଭ୍ୟାକସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ପ୍ରଶ୍ନ କରିଥିଲା ବିରୋଧୀ କଂଗ୍ରେସ। କେନ୍ଦ୍ର ଏଭଳି କରି ମହାମାରୀ ବେଳେ ପ୍ରଚାର ଛଡା ଆଉ କିଛି କରୁନି ବୋଲି ବିରୋଧୀ କଂଗ୍ରେସ କହିଥିଲା। ଏବେ କିନ୍ତୁ କଂଗ୍ରେସ କେନ୍ଦ୍ରର ନୀତିକୁ ଆପଣାଇଛି। ଆଉ କଂଗ୍ରେସ ନିଜେ ଯେଉଁ ଅଭିଯୋଗ ଆଣିଥିଲାକୁ ତାକୁ ଡଷ୍ଟବିନରେ ଫିଙ୍ଗି ଦେଇଛି।

Advertisment

ଝାଡ଼ଖଣ୍ଡ ସରକାର (ଜେଏମ୍ଏମ୍+ କଂଗ୍ରେସ) ପ୍ରଥମେ ଭ୍ୟାକସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଜାଗାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଫଟୋ ଲଗାଇଥିଲା। ଏହାପରେ ଛତିଶଗଡ଼ ସରକାର ସମାନ ନୀତି ଆପଣାଇଛନ୍ତି। ଆଉ ଟିକା ସାର୍ଟିଫିକେଟରେ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲଙ୍କ ଫଟୋ ଲଗାଯାଇଥିବା ଦେଖିବାକୁ ମିଳିଛି।  ଦିନେ କଂଗ୍ରେସ ପିଏମଙ୍କ ଫଟୋ ଟିକା ସାର୍ଟିଫିକେଟେ କାହିଁକି ଲାଗିବ କହି କେନ୍ଦ୍ରକୁ ଘେରିଥିଲା। ଆଉ କେନ୍ଦ୍ର ଏଭଳି କରି ପ୍ରଚାର ଛଡ଼ା ଆଉ କିଛି କରୁନି ବୋଲି କଂଗ୍ରେସ କହିିଥିଲା। ଏବେ କିନ୍ତୁ କେନ୍ଦ୍ରର ନୀତିକୁ ଆପଣାଇ କଂଗ୍ରେସ କି ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି ତାହା ଏବେ ପ୍ରଶ୍ନ ଉଠିଛି।

ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହ ଦେଓ କହିଛନ୍ତି, କେନ୍ଦ୍ର ଏବେ ୪୪ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ମାଗଣାରେ ଟିକା ଦେଉଛି। ହେଲେ ବାକି ଟିକା ରାଜ୍ୟ ସରକାର କିଣି ଟିକାକରଣ କରୁଛନ୍ତି। ଯେତେବେଳେ ରାଜ୍ୟ ଉପରେ ଟିକାର ଆର୍ଥିକ ବୋଝ ରହିଛି ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବା ଠିକ୍ ହେବନି ବୋଲି ସେ କହିଛନ୍ତି। ତେଣୁ ରାଜ୍ୟର ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ଫଟୋ ରଖାଯାଇଛି ବୋଲି ସେ କହିଛନ୍ତି।

Advertisment

ଖାଲି ଏତିକି ନୁହେଁ ଯେଉଁମାନେ ଛତିଶଗଡ଼ ସରକାରଙ୍କ ଦ୍ୱାରା ମାଗଣାରେ ଟିକା ନେଉଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ ଓ୍ୱେବସାଇଟ୍ ତିଆରି କରିଛି। ଅର୍ଥାତ୍ ରାଜ୍ୟବାସୀ ଏବେ କୋଓ୍ୱିନ୍ ଆପ ବଦଳରେ ଏହି ସାଇଟରେ ଟିକା ପାଇଁ ବୁକିଂ କରିବେ। ଏଭଳି ହେଲେ ଆଗାମୀ ଦିନରେ ଟିକା କେତେ ଜଣ ନେଲେ ତାର ସତ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିପାରେ।

ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ବିରୋଧୀ ବିଜେପି ସମାଲୋଚନା କରିଛି। ଏହା ପ୍ରଚାର ସର୍ବସ୍ୱ ବୋଲି ବିଜେପି କହିଛି। ଯେହେତୁ ଟିକା ତିଆରି ପାଖରୁ ଆରମ୍ଭ କରି ଅନେକ ଅନୁମତି କେନ୍ଦ୍ର ସରକାରଙ୍କ ହାତରେ ରହିଛି ତେଣୁ ରାଜ୍ୟ ସରକାର ଏଭଳି କରିବା ଠିକ୍ ନୁହେଁ ବୋଲି ବିଜେପି କହିଛି।

ତେବେ ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ନିକଟରେ କଂଗ୍ରେସ ଭିଟାମିନ୍ ଟାବଲେଟ ବାଣ୍ଟିବ ବୋଲି ଘୋଷଣା କରିଛି। ଆଉ ଯେଉଁମାନେ ଟାବଲେଟ ବାଣ୍ଟୁଛନ୍ତି ସେମାନେ ସମସ୍ତେ ରାହୁଲ ଗାନ୍ଧୀଙ୍କ ଫଟୋ ଥିବା ଏକ ଟି-ସାର୍ଟ ପିନ୍ଧିଥିବା ବେଳେ ଟାବଲେଟର ଉପର କଭରରେ ମେଡିସିନର ନାଁ ଏବଂ ରାହୁଲ ଗାନ୍ଧୀଙ୍କର ଫଟୋ ରହିଛି। ଯାହାକି ସେବା ନାଁରେ ପ୍ରଚାର ଛଡ଼ା ଆଉ କିଛି ନୁହେଁ। ବିଜେପି ମଧ୍ୟ ସମାନ ନୀତି ଆପଣାଉଛି। ମହାମାରୀ ବେଳେ ରାଜନୀତିକ ଦଳ ମାନେ ଲୋକଙ୍କ ଜୀବନ ବଞ୍ଚାଇବାକୁ ନେଇ ଗମ୍ଭୀର ହେବା ପ୍ରତିବଦଳରେ ପ୍ରଚାର ସର୍ବସ୍ୱ ହୋଇପଡ଼ିଛନ୍ତି ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe