ତିରଥ ମୁଖ୍ୟମନ୍ତ୍ରୀ ଆସନ ହରାଇଲେ, ଏବେ ମମତାଙ୍କ ପାଳି!

କୋଲକାତା: ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଖିଲେ ରାଗରେ ଫଁ ଫଁ ହେଉଥିବା ମମତା ନିକଟରେ ଏହି ଦୁଇ ନେତାଙ୍କ ପାଖକୁ ଆମ୍ୱ ପଠାଇଛନ୍ତି। ଆଉ ବିବାଦ ନୁହେଁ ଆମ୍ୱ ରସ ପିଇ ଆଗକୁ ଏକାଠି ହୋଇ କାମ କରିବା ବୋଲି ଏହି ଉପହାରର ରାଜନୀତିକ ଭାଷା ବୋଲି ବୁଝାଯାଉଛି। କିନ୍ତୁ ଆମ୍ୱ ଉପହାରର ଅସଲ ଉଦ୍ଦେଶ୍ୟ କିଛି ଅଲଗା ରହିଛି। କାରଣ ମୋଦି ନଚାହିଁଲେ ମମତା ହୁଏତ ମୁଖ୍ୟମନ୍ତ୍ରୀ ଆସନ ହରାଇପାରନ୍ତି। ଚାରି ମାସରୁ […]

mamata-banerjee

mamata-banerjee

Subhransu Sekhar
  • Published: Monday, 05 July 2021
  • Updated: 05 July 2021, 12:37 PM IST

Sports

Latest News

କୋଲକାତା: ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଖିଲେ ରାଗରେ ଫଁ ଫଁ ହେଉଥିବା ମମତା ନିକଟରେ ଏହି ଦୁଇ ନେତାଙ୍କ ପାଖକୁ ଆମ୍ୱ ପଠାଇଛନ୍ତି। ଆଉ ବିବାଦ ନୁହେଁ ଆମ୍ୱ ରସ ପିଇ ଆଗକୁ ଏକାଠି ହୋଇ କାମ କରିବା ବୋଲି ଏହି ଉପହାରର ରାଜନୀତିକ ଭାଷା ବୋଲି ବୁଝାଯାଉଛି। କିନ୍ତୁ ଆମ୍ୱ ଉପହାରର ଅସଲ ଉଦ୍ଦେଶ୍ୟ କିଛି ଅଲଗା ରହିଛି। କାରଣ ମୋଦି ନଚାହିଁଲେ ମମତା ହୁଏତ ମୁଖ୍ୟମନ୍ତ୍ରୀ ଆସନ ହରାଇପାରନ୍ତି।

ଚାରି ମାସରୁ କମ୍ ସମୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସାମ୍ୱିଧାନିକ ସଙ୍କଟକୁ ହେବ ଦେଖି ଇସ୍ତଫା ଦେଇଛନ୍ତି ତିରଥ ସିଂ ରାଓ୍ୱତ। ଏବେ ନୂଆ ମଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମୀ। ତେବେ ତିରଥ ଇସ୍ତଫା ଦେବାର କାରଣ ବିଜେପିକୁ ଯେତିକି ବ୍ୟଥିତ କରିନି ସେତିକି ବ୍ୟଥିତ କରିଛି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ। କାରଣ ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତା ବାନାର୍ଜୀ ବିଜେପି ନେତା ତଥା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଖରୁ ପରାସ୍ତ ହୋଇଛନ୍ତି। ମମତା ନିର୍ବାଚନ ହାରିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତେଣୁ ତାଙ୍କୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ମେ ମାସରେ ସେ ଶପଥ ନେଇଥିବାରୁ ନଭେମ୍ୱର ସୁଦ୍ଧା ସେ ନିର୍ବାଚିତ ହୋଇ ବିଧାନସଭାକୁ ଯିବା ଦରକାର।

ଏହାରି ଭିତରେ କିନ୍ତୁ କୋଭିଡ୍ ପାଇଁ ନିର୍ବାଚନ  ପ୍ରକ୍ରିୟା ଉପରେ ରୋକ୍ ଲାଗିଛି। ଅନ୍ୟପଟେ ସରକାରୀ ବିଶେଷଜ୍ଞ ଟିମ୍ କହିଛନ୍ତି ସାମାଜିକ ଦୂରତା ଏବଂ ମାସ୍କ ନପିନ୍ଧିଲେ ଆଗାମୀ ଦିନରେ ସେପ୍ଟେମ୍ୱରରୁ ନଭେମ୍ଲର ମଧ୍ୟରେ କୋଭିଡର ତୃତୀୟ ଲହର ପିକରେ ପହଞ୍ଚିପାରେ। ତେଣୁ କେନ୍ଦ୍ର ସରକାର ମଧ୍ୟ କୋଭିଡ କଟକଣାର କୌଣସି ପ୍ରକାର ଅବହେଳ ନହେବା ଦରକାର ବୋଲି  ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମାର୍ଚ୍ଚ ମାସରେ ସାଂସଦ ତିରଥ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେ ବିଧାନସଭାର ସଦସ୍ୟ ହୋଇନଥିବାରୁ ୬ ମାସ ମଧ୍ୟରେ ଅର୍ଥାତ୍ ସେପଟେମ୍ୱର ମଧ୍ୟରେ ନିର୍ବାଚିତ ହେବାକୁ ପଡ଼ିବ। କିନ୍ତୁ କୋଭିଡ ପାଇଁ ନିର୍ବାଚନ କମିଶନ ଉପ ନିର୍ବାଚନ ବାବଦରେ ନିରବ ରହିଛନ୍ତି। ଆକଳନ କରାଯାଉଥିଲା ଶାସକ ଦଳ ବିଜେପି ନିର୍ବାଚନ କମିଶନଙ୍କ ଉପରେ ଚାପ ପ୍ରୟୋଗ କରି ଉତ୍ତରାଖଣ୍ଡରେ ନିର୍ବାଚନ କରାଇପାରେ। କାରଣ ଏହି ରାଜ୍ୟରେ କୋଭିଡର ସ୍ଥିତି ଏତେ ଖରାପ ନାହିଁ। ହେଲେ ନିର୍ବାଚନ କମିଶନ ଉପନିର୍ବାଚନ ନେଇ ନିରବ ରହିବା ପରେ ତିରଥ ଇସ୍ତଫା ଦେଇଛନ୍ତି।

ଅନ୍ୟପଟେ ମମତା ମେ ୫ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ନଭେମ୍ୱର ୫ ସୁଦ୍ଧା ସେ ବିଧାନସଭାକୁ ନିର୍ବାଚିତ ହେବା ଦରକାର। ରାଜ୍ୟରେ କୋଭିଡ ପରିସ୍ଥିତି ବେଳେ ବିଧାନସଭା ନିର୍ବାଚନ ହୋଇଛି। ହେଲେ ଉପ ନିର୍ବାଚନ ବାବଦରେ ନିର୍ବାଚନ କମିଶନ କାହିଁକି ଘୋଷଣା କରୁନି ସେ ନେଇ ମମତା ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଯଦି ପିଏମ୍ ଗ୍ରୀନ ସିଗନାଲ ଦିଅନ୍ତି ତାହେଲେ ନିର୍ବାଚନ କମିଶନ ଉପ ନିର୍ବାଚନ ପାଇଁ ଘୋଷଣା କରିପାରେ।

ପଶ୍ଚିମବଙ୍ଗରେ ଏବେ ୭ଟି ବିଧାନସଭ ଆସନରେ ନିର୍ବାଚନ ହେବ। ମମତା ନିନ୍ଦିଗ୍ରାମରେ ନିର୍ବାଚନ ଲଢି ପରିଣାମ ଭୋଗିବା ପରେ ଏବେ ତାଙ୍କର ପୂର୍ବତନ ବିଧାନସଭା ଆସନ ଭାବାନିପୁରରୁ ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ନିର୍ବାଚନ ବେଳେ ଭବାନୀପୁରରୁ ନିର୍ବାଚିତ ହୋଇଥିବା ଟିଏମସି ବିଧାୟକ ଇସ୍ତଫା ଦେଇଛନ୍ତି। ସେହିପରି ବିଜେପିର ଦୁଇ ସାଂସଦ ବିଧାନସଭା ଆସନରେ ଜିତିଥିଲେ ମଧ୍ୟ ଇସ୍ତଫା ଦେଇଛନ୍ତି। ସେହିପରି ଆଉ ଦୁଇଟି ଆସନରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ଭୋଟ୍ ଗ୍ରହଣ ପୂର୍ବରୁ ପ୍ରାଣ ହରାଇଥିଲେ। ତେଣୁ ମୋଟ୍ ୭ଟି ଆସନରେ ତେଣୁ ଉପନିର୍ବାଚନ ହେବ। ନିଜେ ମୁଖ୍ୟମନ୍ତ୍ରୀ ମମତା ଏବଂ ତାଙ୍କ ସରକାରର ଅର୍ଥ ଏବଂ କୃଷି ମନ୍ତ୍ରୀ ବିଧାନସଭାର ସଦସ୍ୟ ହୋଇନଥିବାରୁ ଏବେ ଚିନ୍ତିତ। ଯଦିଓ ମମତା ବାନାର୍ଜୀ କୋଭିଡରେ ସଂକ୍ରମିତ ନହୋଇ ସୁସ୍ଥ ରହିଛନ୍ତି। ହେଲେ କୋଭିଡ ପାଇଁ ଉପୁଜିଥିବା ପରିସ୍ଥିତି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ନେଇ ଯାଇପାରେ।

ଅନ୍ୟପଟେ ବିଧାନସଭା ନିର୍ବାଚନ ବେଳେ ଦୁଇ ଟିଏମସି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ତେଣୁ ଏବେ ଏହି ଦୁଇ ଆସନରେ ଉପନିର୍ବାଚନ କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଯେହେତୁ ଏହି ନିର୍ବାଚନରେ ବିଧାୟକ ମାନେ ଭାଗ ନେବେ ତେଣୁ ନିର୍ବାଚନ କରିବାକୁ ଆଗ୍ରହ ଦେଖାଇଛନ୍ତି ନିର୍ବାଚନ କମିଶନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story