Advertisment

ସ୍ୱାମୀଙ୍କ ବଳକା ସ୍ୱପ୍ନକୁ ପୂରଣ କରିବେ ଅଳକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବେ ତାଙ୍କ ପତ୍ନୀ ଅଳକା ମହାନ୍ତି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିରୁ ଟିକେଟ୍ ପାଇଥିବା ପରେ ଗଣମାଧ୍ୟମକୁ ଅଳକା ଦେଇଛନ୍ତି ଏହି ପ୍ରତିକ୍ରିୟା। ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ୍ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ବ୍ରଜରାଜନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି। ଅଳକା କହିଛନ୍ତି ଯେ […]

ଅଦ୍ୟତନ ହୋଇଛି
ସ୍ୱାମୀଙ୍କ ବଳକା ସ୍ୱପ୍ନକୁ ପୂରଣ କରିବେ ଅଳକା

Alaka Mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବେ ତାଙ୍କ ପତ୍ନୀ ଅଳକା ମହାନ୍ତି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିରୁ ଟିକେଟ୍ ପାଇଥିବା ପରେ ଗଣମାଧ୍ୟମକୁ ଅଳକା ଦେଇଛନ୍ତି ଏହି ପ୍ରତିକ୍ରିୟା।

Advertisment

ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ୍ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ବ୍ରଜରାଜନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି।

ଅଳକା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା କରିଛନ୍ତି। ଏହି ସବୁ ଯୋଜନାର ସୁଫଳକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଓ ଭୋଟ୍ ଭିକ୍ଷା କରିବେ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମର୍ଥନ ମିଳିବ ନା ନାହିଁ?

ସ୍ୱର୍ଗତ କିଶୋର ମହାନ୍ତି ଓ ମନ୍ତ୍ରୀ ନବ ଦାସ ରାଜନୀତିକ ଶତ୍ରୁ ଥିଲେ। ନବ ବିଜେଡିରେ ମିଶିବା ଘଟଣାକୁ କିଶୋର ସହଜରେ ହଜମ କରିପାରି ନଥିଲେ। ପୁଣି ନବଙ୍କ ପାଇଁ କିଶୋରଙ୍କୁ ଝାରସୁଗୁଡ଼ା ଛାଡ଼ି ବ୍ରଜରାଜନଗର ଆସନରୁ ନିର୍ବାଚନ ଲଢ଼ିବାକୁ ପଡ଼ିଥିଲା। କିଶୋରଙ୍କ ଦେହାନ୍ତ ପରେ ବ୍ରଜରାଜନଗରର ଆସନ ଉପରେ ନବଙ୍କ ନଜର ଥିବା ଓ ସେ ତାଙ୍କ ଝିଅକୁ ସେଠାରୁ ପ୍ରାର୍ଥୀ କରିବାକୁ ଚାହୁଁଥିବା ନେଇ ଆଲୋଚନା ହେଉଥିଲା। ଆଜି ଅଳକା ମହାନ୍ତି ଟିକେଟ୍ ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କୁ ନବ ଦାସଙ୍କ ସମର୍ଥନ ମିଳିବ ନାହିଁ।

ଏହାର ଉତ୍ତରରେ ଅଳକା କହିଥିଲେ, ହଁ ମନ୍ତ୍ରୀଙ୍କ ସମର୍ଥନ ରହିବ। ଆମେ ପରା ଗୋଟିଏ ଜିଲ୍ଲାର। ରାଜନୀତି କଲେ ସମସ୍ତଙ୍କୁ ନେଇ କରି ଯିବା କଥା। ମୁଁ ବି ନିଶ୍ଚିତ ଭାବେ ସମସ୍ତଙ୍କୁ ସାଙ୍ଗରେ ନେଇ ଯିବି।

ରାଧାରାଣୀ ପଣ୍ଡା ମୋ ବଡ଼ ଭଉଣୀ

ବ୍ରଜରାଜନଗର ପନିର୍ବାଚନ ପାଇଁ ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ସେ ସ୍ଥାନୀୟ ଅଞ୍ଚଳର। ତେଣୁ ସେ କଡ଼ା ଟକ୍କର ଦେବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବେ ଅଳକା ମହାନ୍ତି କହିଥିଲେ, ରାଜାନୀତିରେ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀ ଛିଡ଼ା କରିବେ। ରାଧାରାଣୀ ପଣ୍ଡା ମୋର ବଡ଼ ଭଉଣୀ ଭଳି । ସେ ତାଙ୍କ ଦଳ ତରଫରୁ ନିର୍ବାଚନ ଲଢ଼ିବେ ଓ ମୁଁ ମୋ ଦଳ ତରଫରୁ ଲଢ଼ିବି।

୧୧ରେ ଦାଖଲ କରିବେ ନାମାଙ୍କନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିବା ପାଇଁ ଧାର୍ଯ୍ୟ ହୋଇଥିବା ଶେଷ ଦିନରେ ଅର୍ଥାତ୍ ମେ’ ୧୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ଅଳକା ମହାନ୍ତି। ଆଉ ଏହା ପରେ ଜୋର ଧରିବ ବ୍ରଜରାଜନଗରର ନିର୍ବାଚନୀ ପ୍ରଚାର। ଏଠାରେ ମେ’ ୩୧ରେ ମତଦାନ ହେବ ଓ ଜୁନ୍ ୩ରେ ଆସିବ ଫଳାଫଳ।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe