Advertisment

‘ସବୁ ବିରୋଧୀ ମିଶିକି ଯେତିକି, ଏନ୍‌ଡିଏ ତାଠୁ ଅଧିକ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି। ବିରୋଧୀ ଫଳାଫଳକୁ ନେଇ ଭୁଲ ବାର୍ତ୍ତା ଓ ଭିନ୍ନ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଆଜି କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତ କହିଛନ୍ତି, ପୂରା ଦେଶରେ ଯେଉଁ ଉପନିର୍ବାଚନ ହୋଇଛି, ବିଭିନ୍ନ ବିରୋଧୀ ଦଳଗୁଡ଼ିକ ଏହାକୁ ଭିନ୍ନ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି। କିନ୍ତୁ ବାସ୍ତବ ଚିତ୍ର […]

ଅଦ୍ୟତନ ହୋଇଛି
‘ସବୁ ବିରୋଧୀ ମିଶିକି ଯେତିକି, ଏନ୍‌ଡିଏ ତାଠୁ ଅଧିକ’

baijayant-panda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି। ବିରୋଧୀ ଫଳାଫଳକୁ ନେଇ ଭୁଲ ବାର୍ତ୍ତା ଓ ଭିନ୍ନ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଆଜି କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ବୈଜୟନ୍ତ କହିଛନ୍ତି, ପୂରା ଦେଶରେ ଯେଉଁ ଉପନିର୍ବାଚନ ହୋଇଛି, ବିଭିନ୍ନ ବିରୋଧୀ ଦଳଗୁଡ଼ିକ ଏହାକୁ ଭିନ୍ନ ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ହେଉଛି ଏନଡିଏ ୨୫ଟି ଆସନରୁ ୧୩ଟି ଜିତିଛି। ଆଉ ବାକି ସବୁ ବିରୋଧୀ ଦଳ ମିଶିକି ୧୨ଟି ଜିତିଛନ୍ତି। ଏହି ଚିତ୍ର ହିଁ ଗତ କିଛି ବର୍ଷ ଧରି ଦେଖିବାକୁ ମିଳୁଛି। ତେଣୁ ସବୁ ମିଶିକି ଯେତିକି ପାଉଛନ୍ତି, ବିଜେପି ତାଠୁ ଅଧିକ ପାଉଛି। ତଥାପି ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ ବୋଲି ବୈଜୟନ୍ତ କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ଆସାମରେ ବିଜେପି ୫ଟି ବିଧାନସଭା ସିଟରେ କ୍ଲିନ୍ ସୁଇପ୍ କରିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଉତ୍ତରପୂର୍ବାଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକାଶଧାରାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି। ପୂର୍ବରୁ ଯେତେ ପ୍ରଧାନମନ୍ତ୍ରୀ ଥିଲେ, ସେମାନଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦିଜୀ ଅଧିକଥର ଉତ୍ତରପୂର୍ବାଞ୍ଚଳ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତରପୂର୍ବାଞ୍ଚଳ ଉପରେ ଅଧିକ ଫୋକସ୍ ରଖିଛନ୍ତି। ମନ୍ତ୍ରୀମାନଙ୍କୁ ବାରମ୍ବାର ସେଠାକୁ ପଠାଉଛନ୍ତି।

Advertisment

ବୈଜୟନ୍ତ କହିଛନ୍ତି, ଆସାମରେ ପିଇବା ପାଣିର ପ୍ରକଳ୍ପ, ହାଇୱେ ପ୍ରକଳ୍ପ ସମେତ ବିଭିନ୍ନ ସରକାରୀ ଯୋଜନାକୁ କୋଣ ଅନୁକୋଣରେ ପହଞ୍ଚାଯାଇଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଡ୍ରଗ୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କ ଶାସନ କାଳରେ ୨୫୦୦ ଲୋକେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବେଳେ ଶହଶହ କିଲୋ ଡ୍ରଗ୍ସ ଜବତ ହୋଇଛି। ତେଣୁ ଆସାମରେ ତାଙ୍କର ସୁଶାସନ ଚାଲିଥିବା ସ୍ପଷ୍ଟ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe