Advertisment

ଭୋଟ୍‌ ପୂର୍ବରୁ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍। ତେବେ ତା’ ପୂର୍ବରୁ ଆସିଛି ଟଙ୍କା ବଣ୍ଟା ଅଭିଯୋଗ। ବିଜେଡି କର୍ମୀଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ। ଅଭିଯୋଗ କରିଛନ୍ତି ପାଇକମାଳ ବ୍ଳକ ସରେଇକେଲା ଗାଁ ଲୋକେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ମୁତାବକ, ଜଗଦଲପୁର ଥାନା ଅନ୍ତର୍ଗତ ସରେଇକେଲା ଗାଁକୁ ଆଜି ସକାଳେ ଏକ ଇନୋଭା ଗାଡ଼ି ଆସିଥିଲା। ସେଥିରେ ଦୁଇ ଜଣ ବ୍ୟକ୍ତି ଥିଲେ। […]

ଅଦ୍ୟତନ ହୋଇଛି
ଭୋଟ୍‌ ପୂର୍ବରୁ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ

Padampur

Advertisment

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍। ତେବେ ତା’ ପୂର୍ବରୁ ଆସିଛି ଟଙ୍କା ବଣ୍ଟା ଅଭିଯୋଗ। ବିଜେଡି କର୍ମୀଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ। ଅଭିଯୋଗ କରିଛନ୍ତି ପାଇକମାଳ ବ୍ଳକ ସରେଇକେଲା ଗାଁ ଲୋକେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ମୁତାବକ, ଜଗଦଲପୁର ଥାନା ଅନ୍ତର୍ଗତ ସରେଇକେଲା ଗାଁକୁ ଆଜି ସକାଳେ ଏକ ଇନୋଭା ଗାଡ଼ି ଆସିଥିଲା। ସେଥିରେ ଦୁଇ ଜଣ ବ୍ୟକ୍ତି ଥିଲେ। ସେମାନଙ୍କୁ ଦେଖି ଗାଁ ଲୋକେ ଘେରି ଯାଇଥିଲେ। ସେମାନେ କାହିଁକି ଗାଁକୁ ଆସିଛନ୍ତି ବୋଲି ଗ୍ରାମବାସୀ ପଚାରିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତି ଦ୍ୱୟ କିଛି ଉତ୍ତର ଦେଇନଥିଲେ। ସେମାନେ ସେଠାରୁ ଖସି ଯିବାକୁ ପ୍ରୟାସ କରିଥିଲେ। ସେମାନେ ଦ୍ରୁତଗତି ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ। ଗାଁ ଲୋକେ ଗାଡ଼ିଟିକୁ ପିଛା କରିଥିଲେ। ଶେଷରେ ଜଣେ ବ୍ୟକ୍ତି କାର ଆଗକୁ ଗୋଟିଏ ସାଇକେଲକୁ ଫିଙ୍ଗି ଦେଇଥିଲେ। ଏହା ପରେ କାରଟି ଅଟକି ଥିଲା। ଲୋକେ ପୁଣି ସେହି ଦୁଇ ବ୍ୟକ୍ତିଙ୍କୁ ଗାଁକୁ ଆସିବାର କାରଣ ପଚାରିଥିଲେ। କିନ୍ତୁ ସେମାନେ କିଛି ଉତ୍ତର ଦେଇ ନଥିଲେ। ସେମାନଙ୍କୁ ଲୋକେ ଠେଲାପେଲା ମଧ୍ୟ କରିଥିଲେ। ଏମିତିକି ସେମାନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ନଥିଲେ। ସେମାନେ କାର ସହିତ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସ୍ଥିତି ଏମିତି ହେଲା ଯେ ଦୁହେଁ କାର ଛାଡ଼ି ସେଠାରୁ ପଳାୟନ କରିଥିଲେ। ସେମାନେ ଟଙ୍କା ବାଣ୍ଟିବାକୁ ଆସିଥିଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣା ପୂର୍ବରୁ ଗାଁରୁ ଆଉ ଜଣେ ବ୍ୟକ୍ତିଙ୍କୁ ଜଗଦଲପୁର ପୁଲିସ୍ ଥାନାକୁ ନେଇଥିବା ଜଣାପଡ଼ିଛି। ସେ ବ୍ୟକ୍ତି ଜଣଙ୍କ ଗାଁକୁ ଆସି ଟଙ୍କା ବାଣ୍ଟିବାକୁ ଉଦ୍ୟମ କରୁଥିବା ଲୋକେ ଅଭିଯୋଗ କରିଥିଲା। ପୁଲିସ୍ ଖବର ପାଇ ଗାଁକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇଯାଇଥିଲା। ଜଗଦଲପୁର ଥାନା ଆଇଆଇସି ଏନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ପଦ୍ମପୁରରେ ପହଞ୍ଚିଥିବା ବରଗଡ଼ ଏସ୍‌ପି କହିଥିଲେ ଯେ ଯଦି କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିବ ତା’ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Advertisment

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ଠାରୁ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏହା ଚାଲିବ। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୩୧୯ଟି ବୁଥ୍‌ ହୋଇଛି। ସେଥିରୁ ୭୪ଟି ମାଓ ପ୍ରଭାବିତ ଅଞ୍ଚଳରେ ରହିଛି। ସେହିପରି ୭୮ଟି ସମ୍ବେଦନଶୀଳ ବୁଥ୍ ରହିଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

BjD PadampurBypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe