ମେୟର ପ୍ରାର୍ଥୀ: ବିଜେଡିକୁ ପଶିଛି ଛନକା, ବିଜେପି ବି ଖୋଲୁନି କାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଟି ପ୍ରମୁଖ ମହାନଗର ନିଗମ ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି । ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୩ ଦିନ ବାକି ଥିବାବେଳେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ଶାସକ ବିଜେଡି ନିଜର ମେୟର ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରି ପରୋକ୍ଷରେ ଦଳ ଭିତରେ ଚାଲିଥିବା ଛକାପଞ୍ଝା ଓ ତୀବ୍ର ଗୋଷ୍ଠୀବିବାଦକୁ ନେଇ ନିଜର ସଂଶୟକୁ […]

Candidate

Candidate

Ordigital Desk
  • Published: Friday, 04 March 2022
  • Updated: 04 March 2022, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୩ଟି ପ୍ରମୁଖ ମହାନଗର ନିଗମ ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି । ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୩ ଦିନ ବାକି ଥିବାବେଳେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ଶାସକ ବିଜେଡି ନିଜର ମେୟର ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରି ପରୋକ୍ଷରେ ଦଳ ଭିତରେ ଚାଲିଥିବା ଛକାପଞ୍ଝା ଓ ତୀବ୍ର ଗୋଷ୍ଠୀବିବାଦକୁ ନେଇ ନିଜର ସଂଶୟକୁ ପଦାରେ ପକାଇଛି। ବିଜେପି ମଧ୍ୟ ଅନୁରୂପ ଭାବେ ବିଜେଡିର ମେୟର ପ୍ରାର୍ଥୀ ଘୋଷଣାରେ ବିଳମ୍ବକୁ ଦେଖି ନିଜର କାର୍ଡ ଖୋଲୁନଥିବା ଜଣାପଡ଼ିଛି । ଅବଶ୍ୟ କଂଗ୍ରେସ ଉଭୟ କଟକ ଓ ଭୁବନେଶ୍ୱର ପାଇଁ ନିଜର ମେୟର ପ୍ରାର୍ଥୀ ଘୋଷଣା କରିବା ସହ ଭୁବନେଶ୍ୱରର ୩୦ଟି ୱାର୍ଡ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି।

ସୂଚନା ଅନୁସାରେ, ଶାସକ ବିଜେଡି ଦୀର୍ଘଦିନ ଧରି ପୌର ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିଲେ ମଧ୍ୟ ଦଳ ୩ଟି ମହାନଗର ନିଗମରେ ଦଳୀୟ ମେୟର ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ସକ୍ଷମ ହୋଇପାରିନି । ୨ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୭ତାରିଖରେ ଶେଷ ହେବାର ଥିବାବେଳେ ଦଳ ନିଜର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରୁନଥିବାକୁ ନେଇ ବିଜେଡି ମହଲରେ ବି ପ୍ରତିକ୍ରିୟା ଦେଖାଦେଲାଣି । ଦୀର୍ଘଦିନ ଧରି ପୌର ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା କଥା ବିଜେଡି କହୁଥିବାବେଳେ କେଉଁ କାରଣରୁ ବିଭିନ୍ନ ପୌର ସଂସ୍ଥାର ଅଧ୍ୟକ୍ଷ ପ୍ରାର୍ଥୀ ଓ ୩ଟି ମହାନଗରର ମେୟର ପ୍ରାର୍ଥୀଙ୍କ ନାଁ ଆଜି ସୁଦ୍ଧା ବି ଦଳ ଘୋଷଣା କରୁନି କେହି ତା’ର ଟେର୍ ବି ପାଇପାରୁନାହାନ୍ତି ।

ସଂଗଠନର ସ୍ଥିତି ଏଭଳି ହୋଇଛି ଯେ, ନେତାମାନେ ମଧ୍ୟ କେହି କିଛି ଜାଣିବାର ସୁଯୋଗ ପାଉନାହାନ୍ତି। କେବଳ ଯେଉଁ ନିର୍ବାଚନମଣ୍ଡଳୀରେ ପୌର ନିର୍ବାଚନ ହେବ, ତା’ର ଦଳୀୟ ବିଧାୟକମାନଙ୍କୁ ସମ୍ଭାବ୍ୟ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ତାଲିକା ଦେବାକୁ କୁହାଯାଇଥିଲା । ଆଉ ସେହି ତାଲିକା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ନେବାର ଥିବାବେଳେ କୌଣସି ଗୋଟିଏ ସ୍ଥାନ ପାଇଁ ମଧ୍ୟ ବିଜେଡି ନିଜର ଅଧ୍ୟକ୍ଷ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନଥିବା ଜଣାପଡ଼ିଛି । ଯଦିଓ ନାମାଙ୍କନ ପତ୍ର ଦାଖଲର ଶେଷଦିନ ୭ତାରିଖ ସୋମବାର ରହିଛି ଓ ଆସନ୍ତାକାଲି ମାର୍ଚ୍ଚ ୫ତାରିଖ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ୬ତାରିଖ ରବିବାର ପାଇଁ ସରକାରୀଗୁଡ଼ିକ ଅଫିସ ଛୁଟି ରହିବ । ତେଣୁ ଦଳ ପକ୍ଷରୁ ଅଧ୍ୟକ୍ଷ ଓ ମେୟର ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଯୋଗୁ ମନୋନୀତ ପ୍ରାର୍ଥୀଙ୍କୁ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରିବାରେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ବି ରହିଛି । ଅବଶ୍ୟ ଦୁଇଦିନ ସରକାରୀ ଛୁଟି ଥିଲେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିହେବ, କିନ୍ତୁ ଦସ୍ତାବିଜ ବିନା କିଭଳି ପ୍ରାର୍ଥୀମାନେ ଦାଖଲ କରିବେ ତାହା ବି ବଡ଼ ପ୍ରଶ୍ନ ପାଲଟିଛି।

ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ବିଜେଡିର ସ୍ଥାନୀୟ ବିଧାୟକ ଓ କର୍ମୀମାନଙ୍କ ମଧ୍ୟରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ତୀବ୍ର ରହିଥିବାରୁ ବିଜେଡିର ଚିନ୍ତା ବଢ଼ିଛି । କିଛି ପ୍ରଭାବଶାଳୀ ନେତା ମଧ୍ୟ ଆତ୍ମଘାତୀ କାର୍ଯ୍ୟ କରିପାରନ୍ତି ବୋଲି ବିଜେଡିକୁ ଗୁଇନ୍ଦା ରିପୋର୍ଟ ମିଳିଥିବାରୁ ଦଳ ଆଶଙ୍କାରେ ରହିଥିବା ସୂଚନା ମିଳିଛି । ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ ଥିବା ବିଜେଡି ଯଦିଓ ପୌର ନିର୍ବାଚନରେ ଭଲ ଫଳ କରିବ ବୋଲି ଆଶା କରୁଛି, କିନ୍ତୁ ଭୁବନେଶ୍ୱର ମହାନଗରରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗତିବିଧି ବିଜେଡିକୁ ଆଶଙ୍କାରେ ପକାଇଛି । ଭୁବନେଶ୍ୱର ଆସନରେ ଆମଦାନୀ ନେତ୍ରୀ ପରିବର୍ତ୍ତେ ସଂଗଠନ ସହ ଜଡ଼ିତ ଥିବା ନେତ୍ରୀଙ୍କୁ ମେୟର ପ୍ରାର୍ଥୀ କରି ବିଜେଡି ନିଜର ୩ ବିଧାୟକଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିବା ଜଣାପଡ଼ିଛି।

ଏପଟେ ବ୍ରହ୍ମପୁର ମେୟର ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ ଓ କଟକ ମେୟର ପ୍ରାର୍ଥୀ ନିମନ୍ତେ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ବିଜେଡି ଟିକେଟ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଭୁବନେଶ୍ୱରରେ ଅପରାଜିତାଙ୍କ ଭୟରେ ବିଜେଡି ନିଜର ଟିକେଟ୍ ଚୂଡ଼ାନ୍ତ କରୁନଥିବାବେଳେ ବିଜେପି ମଧ୍ୟ ଭୁବନେଶ୍ୱର ପାଇଁ ନିଜର କାର୍ଡ ଖୋଲୁନି ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story