Advertisment

ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି: କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା ଓ ଭୁବନେଶ୍ୱରରେ ସୁଲୋଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୩ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଶାସକ ବିଜେଡି ଆଜି ନିଜର ମେୟର ପ୍ରାର୍ଥୀ ଘୋଷଣା କରିଛି। ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମନୋନୀତ କରିଥିବାବେଳେ ଭୁବନେଶ୍ୱର ପାଇଁ ଓଡ଼ିଶା ଭିନ୍ନକ୍ଷମ ଆୟୋଗ […]

ଅଦ୍ୟତନ ହୋଇଛି
ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି: କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା ଓ ଭୁବନେଶ୍ୱରରେ ସୁଲୋଚନା

election

Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୩ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଶାସକ ବିଜେଡି ଆଜି ନିଜର ମେୟର ପ୍ରାର୍ଥୀ ଘୋଷଣା କରିଛି।
Advertisment
ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମନୋନୀତ କରିଥିବାବେଳେ ଭୁବନେଶ୍ୱର ପାଇଁ ଓଡ଼ିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଓ ବ୍ରହ୍ମପୁର ମହାନଗର ନିଗମ ନିମନ୍ତେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କୁ ବିଜେଡି ନିଜର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ବିଜେଡି କାହାକୁ କେଉଁଠି ମେୟର ପ୍ରାର୍ଥୀ କରିବ ତାହା ଚୂଡ଼ାନ୍ତ କରିପାରୁନଥିଲା ।
ସୂଚନାଯୋଗ୍ୟ, ଭୁବନେଶ୍ୱର ମେୟର ପଦବୀ ନିମନ୍ତେ ଏକାଧିକ ମହିଳା ଦୌଡ଼ରେ ଥିଲେ। ହେଲେ ଅଧିକାଂଶ ନେତ୍ରୀଙ୍କର ବିଏମସି ଅଂଚଳରେ ଭୋଟର ଲିଷ୍ଟରେ ନାଁ ନ ଥିବାରୁ ସେମାନେ ବାଦ୍ ପଡ଼ିଥିଲେ । ୨୦୧୭ ଜୁନ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୁଲୋଚନା ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ ।
Advertisment
କଟକର ମେୟର ପ୍ରାର୍ଥୀ ସୁବାସ ସିଂ ୨୦୨୦ ଏପ୍ରିଲ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଆଉ ୪ ବର୍ଷ କାର୍ଯ୍ୟକାଳ ବାକି ଥିବାବେଳେ ତାଙ୍କୁ ଦଳ କଟକରେ ମେୟର ପ୍ରାର୍ଥୀ କରାଇଛି ।
ସଂଘମିତ୍ରା ମହିଳା ବିଜେଡିର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରୁଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ନିଲମ୍ବନ କରିବା ପରଠୁ ସେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଦାୟିତ୍ୱରେ ରହିଛନ୍ତି ।  ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ଆଜି ସନ୍ଧ୍ୟା ସୁଦ୍ଧା ନିଜର ମେୟର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି ।
Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe