Advertisment

ନିନ୍ଦା କଲେ ବିଜେପି ଓ କଂଗ୍ରେସ: କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରମାଣ ମାଗୁଛି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ବିମାନ ବନ୍ଦରରେ ସେପେମ୍ବର ୪ତାରିଖରେ ତୁମୂଳକାଣ୍ଡ କରିଥିବା ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ କିଛି ଯୁବ-ଛାତ୍ର ନେତାଙ୍କ ଯୋଗୁ ଓଡ଼ିଶା ନିନ୍ଦିତ ହୋଇଛି । ଏହି ବିଧାୟକ ଓ ବିଜେଡି ନେତାମାନଙ୍କର କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ତଥା ସେମାନଙ୍କର କାର୍ଯ୍ୟକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ ବୋଲି ଉଭୟ ବିଜେପି ଓ କଂଗ୍ରେସ ଆଜି ଅଭିଯୋଗ କରିଛନ୍ତି । ଏପଟେ ଦଳର ବିଧାୟକ ତଥା ରାଷ୍ଟ୍ରମନ୍ତ୍ରୀ […]

ଅଦ୍ୟତନ ହୋଇଛି
ବ୍ରଜରାଜନଗର ଉପନିର୍ବାଚନ: ପଂଚାୟତ ଦାୟିତ୍ୱରେ ମାଳମାଳ ବିଜେଡି ନେତା

BJD

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ବିମାନ ବନ୍ଦରରେ ସେପେମ୍ବର ୪ତାରିଖରେ ତୁମୂଳକାଣ୍ଡ କରିଥିବା ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ କିଛି ଯୁବ-ଛାତ୍ର ନେତାଙ୍କ ଯୋଗୁ ଓଡ଼ିଶା ନିନ୍ଦିତ ହୋଇଛି । ଏହି ବିଧାୟକ ଓ ବିଜେଡି ନେତାମାନଙ୍କର କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ତଥା ସେମାନଙ୍କର କାର୍ଯ୍ୟକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ ବୋଲି ଉଭୟ ବିଜେପି ଓ କଂଗ୍ରେସ ଆଜି ଅଭିଯୋଗ କରିଛନ୍ତି । ଏପଟେ ଦଳର ବିଧାୟକ ତଥା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ପାଉଥିବା ଯୁବ ବିଜେଡି ସଭାପତିଙ୍କ ଏଭଳି ନିନ୍ଦନୀୟ କାର୍ଯ୍ୟ ପାଇଁ ତାଙ୍କୁ ଦଳ ତାଗିଦ୍ କରିବା ପରିବର୍ତ୍ତେ ଏନେଇ ପ୍ରମାଣ ଦିଅନ୍ତୁ ବୋଲି ଦାବି କରିଛି ।

Advertisment

ରାଜ୍ୟ ଯୁବ ବିଜେପି ସଭାପତି ଇରାସିସ୍ ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ,ଗତ ୪ ତାରିଖ ଦିନ ଦିଲ୍ଲୀ ବିମାନ ବନ୍ଦରଠାରେ ବିଜେଡି ନେତା ଓ କର୍ମକର୍ତ୍ତାଙ୍କ ଅଭାବନୀୟ କାଣ୍ଡ କାରଣରୁ ଆଜି ସମଗ୍ର ଓଡ଼ିଶା ନିନ୍ଦିତ ଓ ଲଜ୍ଜିତ ହୋଇଛି । ଗୋଟିଏ ପଟେ ଏହି ଘଟଣାକୁ ଶାସକ ବିଜେଡି ଦ୍ୱାରା ଚାପି ଦେବାର ଅପପ୍ରୟାସ କରାଯାଉଥିବାବେଳେ ଏବଂ ଅନ୍ୟପଟେ ଦଳର ମୁଖିଆ ଏଭଳି ଲଜ୍ଜାଜନକ ଘଟଣାକୁ ହାଲୁକା ଭାବେ ନେବା ଅତ୍ୟନ୍ତ ଲଜ୍ଜାଜନକ । ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ
ଦିଲ୍ଲୀଠାରେ ଏକ ଘରୋଇ ସଂସ୍ଥାଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଇଥିଲେ । ପୁରସ୍କାର ସମାରୋହ ଶେଷ ହେବା ଓଡ଼ିଶା ପ୍ରତ୍ୟାବର୍ତନ ସମୟରେ ଦିଲ୍ଲୀ ବିମାନବନ୍ଦରଠାରେ ଶାସକ ବିଜେଡିର ଯୁବ ବିଧାୟକ, ଯୁବନେତା ଓ କର୍ମକର୍ତ୍ତାମାନେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଯେଉଁ କାଣ୍ଡ ଭିଆଇଲେ, ଏହା କେଉଁ ଭଳି ‘ଜୀବନବ୍ୟାପୀ ସାଧନାର ଫଳ’ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

ନିଶାସକ୍ତ ଅବସ୍ଥାରେ ଥିବା କିଛି ଯୁବ ବିଧାୟକ ତଥା ଯୁବ ବିଜେଡିର ନେତୃବୃନ୍ଦମାନେ ପାଇଲଟ ଓ ବିମାନବନ୍ଦର କର୍ମଚାରୀଙ୍କ ସହିତ ଅସଦ୍ ଆଚରଣ ଏବଂ ଅଯଥା ଯୁକ୍ତିତର୍କ କାରଣରୁ ସେଠାରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଅଧ ଘଂଟା ବିଳମ୍ବ କାରଣରୁ ଇଣ୍ଡିଗୋ ଏ-୩୨୦ ବିମାନରେ ଆସୁଥିବା ବିମାନଯାତ୍ରୀ ନାହିଁ ନଥିବା ହଇରାଣ ଶିକାର ହୋଇଥିଲେ । ଶେଷରେ ବିମାନଟି ତାଙ୍କୁ ନଆଣି କେବଳ ସେମାନଙ୍କ ବ୍ୟାଗ ଓ ଲଗେଜକୁ ନେଇ ଭୁବନେଶ୍ୱର ଆସିଥିଲା । ଏହି ଘଟଣା ସଂପର୍କରେ ଓଡ଼ିଶା ସମେତ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା କାରଣରୁ ଓଡ଼ିଶା ଆଜି ନିନ୍ଦିତ ଅପମାନିତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ନାମକ ପ୍ରାଇଭେଟ ସଂସ୍ଥାରୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପୁରସ୍କାରରେ ଜାତୀୟ ପ୍ରତୀକ ରହିଛି । ଜାତୀୟ ପ୍ରତୀକକୁ କୌଣସି ବେସରକାରୀ ଓ ପ୍ରାଇଭେଟ୍ ସଂସ୍ଥା ବିନା କେନ୍ଦ୍ରୀୟ ଅନୁମୋଦନରେ ବ୍ୟବହାର କରିପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ବିନାନୁମତିରେ ଜାତୀୟ ପ୍ରତୀକର ଚିହ୍ନ ଲାଗିବା ଏକ ଦଣ୍ଡନୀୟ ଅପରାଧ ବୋଲି ବିଜେପି କହିଛି ।

Advertisment

ସେହିପରି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଦିଲ୍ଲୀ ବିମାନ ବନ୍ଦରରେ ବିଜେଡି ବିଧାୟକ ଓ ନେତାମାନଙ୍କ ଆଚରଣ ନିନ୍ଦନୀୟ । ଏହାକୁ ଅତ୍ୟନ୍ତ କଠୋର ଭାବେ ସେ ନିନ୍ଦା କରୁଛନ୍ତି । ବିଧିବ୍ୟବସ୍ଥାର ନିର୍ଣ୍ଣୟ କରୁଥିବା ବିଧାୟକ ଯଦି ଏଭଳି କାଣ୍ଡ କରନ୍ତି ତାହା ନିନ୍ଦନୀୟ ।

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଏହି ଅଭିଯୋଗର ସତ୍ୟତାକୁ ନେଇ ସନ୍ଦେହ ବ୍ୟକ୍ତ କରିବା ସହ ପ୍ରମାଣ ଥିଲେ ଏହାକୁ ଲୋକଲୋଚନକୁ ଆଣନ୍ତୁ ବୋଲି କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଗତ ସେପ୍ଟେମ୍ବର ୪ ତାରିଖରେ ଇଣ୍ଡିଗୋ ଏ୩୨୦ରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ଅନ୍ୟ କିଛି ନେତାଙ୍କ ଲଗେଜ୍ ଆସିଥିବାବେଳେ ସେମାନେ କାହିଁକି ସେଥିରେ ଆସିନଥିଲେ । ସେମାନଙ୍କୁ କାହିଁକି ବୋର୍ଡିଂ ନିମନ୍ତେ ଅନୁମତି ମିଳିଲା ନାହିଁ? ବିଜେଡି ନେତାମାନଙ୍କ ନାଁରେ ହୋଇଥିବା ବିମାନର ୧୬ଟି ସିଟ୍ କାହିଁକି ଫାଙ୍କା ଆସିଲା? ନେତାମାନେ ଉକ୍ତ ରାତିରେ ନଆସି ତା’ପରଦିନ କାହିଁକି ଆସିଲେ? ଓଡ଼ିଶାର ନାଁକୁ ନିନ୍ଦିତ କରିଥିବା ଏହି ନେତାମାନଙ୍କ କାର୍ଯ୍ୟ ପାଇଁ ସେମାନଙ୍କୁ ବିଜେଡି ତାଗିଦ୍ ଅବା କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏହାର ପ୍ରମାଣ ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ହୋଇଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୪ତାରିଖରେ ଟର୍ମିନାଲ-୧ରେ ଥିବା ଲାଉଞ୍ଜରେ ପାଟିତୁଣ୍ଡ କରିବା ଓ ଏ-୩୨୦ ଇଣ୍ଡିଗୋ ବିମାନରେ କାହିଁକି ୧୬ଜଣ ଟିକେଟଧାରୀଙ୍କୁ ବୋର୍ଡିଂ ପାଇଁ ଅନୁମତି ମିଳିଲା ନାହିଁ ସେ ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିବା ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe