/odisha-reporter/media/post_attachments/uploads/2022/01/bjd-2.jpg)
bjd
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଦଳଡ଼ିଆଁ ନେତାମାନଙ୍କୁ ଶାସକ ବିଜେଡି ନିଜର ଦଳୀୟ ସଂଗଠନରେ ଥଇଥାନ କରିଛି। ୩ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ଜଣଙ୍କୁ ସମ୍ପାଦକ ଭାବେ ଦଳରେ ସାମିଲ କରିଛି। ଏହାସହିତ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ସଂଖ୍ୟା ୧୮କୁ , ସାଧାରଣ ସମ୍ପାଦକ ସଂଖ୍ୟା ୪୦କୁ ଓ ସମ୍ପାଦକ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି ।
ବିଜେଡି ସୂତ୍ରରୁ ଜାରି ସୂଚନା ଅନୁସାରେ ବିଜେଡି ସାଂସଦ ମହେଶ ସାହୁଙ୍କ ସମେତ କଂଗ୍ରେସ ଛାଡ଼ି ଆସିଥିବା ନବରଙ୍ଗପୁରର ପ୍ରଦୀପ ମାଝୀ ଓ ସୁନ୍ଦରଗଡ଼ର ପ୍ରଫୁଲ୍ଲ ମାଝୀଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଥଇଥାନ କରାଯାଇଛି।
ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବାବେଳେ କଂଗ୍ରେସ ଛାଡ଼ି ଆସିଥିବା ଧର୍ନୁଜୟ ସିନ୍ଧୁ, ଚନ୍ଦ୍ରଶେଖର ମାଝୀ ଓ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ସାଧାରଣ ସମ୍ପାଦକ ଭାବେ ଥଇଥାନ ହୋଇଛନ୍ତି ।
ସେହିପରି ବିଜେପି ଛାଡ଼ି ଆସିଥିବା ଯାଜପୁରର ବିଶ୍ୱରଞ୍ଜନ ମଲ୍ଲିକ ଓ ରମେଶ ଚନ୍ଦ୍ର ପରିଡ଼ା,କଂଗ୍ରେସ ଛାଡ଼ି ଆସିଥିବା ପ୍ରଦୀପ ସାହୁଙ୍କ ସମେତ ମୟୂରଭଞ୍ଜର ଦିଲ୍ଲୀପ କୁମାର ସାହୁ, ସୁନୀଲ କୁମାର ଦାସ,ମହେଶ ହେମ୍ବ୍ରମ ଓ ପୁରୀର ପ୍ରିୟବ୍ରତ ସାମନ୍ତରାୟଙ୍କୁ ବିଜେଡି ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଥଇଥାନକୁ ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବଢ଼ୁଥିବା ଅସନ୍ତୋଷକୁ ଚାପିବା ପାଇଁ ବିଜେଡି ଅସମୟରେ ଦଳୀୟ ସଂଗଠନରେ ଏହି ଦଳଡ଼ିଆଁ ନେତାମାନଙ୍କୁ ଥଇଥାନ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
