ଆକ୍ସନ ମୁଡ୍‌ରେ ବିଜେଡି: ପ୍ରଣବଙ୍କୁ ଅଙ୍କୁଶ, ଧାମନଗର ମାମଲତକାରୀଙ୍କୁ ପଦ୍ମପୁର ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୫ଦିନ ଥିବାବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଆଶା-ଆଶଙ୍କା ଲାଗି ରହିଛି । ଧାମନଗରରେ ଶକ୍ତ ପରାଜୟ ପରେ ପଦ୍ମପୁର ଆସନକୁ ନିଜ ପାଖରେ ରଖିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦଳ ଏବେ କୌଣସି ଭୁଲକୁ ଦୋହରାଇବାକୁ ଚାହୁଁନଥିବାବେଳେ ଧାମନଗରରେ ବିଜେଡିର ମାମଲତକାରୀ ସାଜିଥିବା ନେତାମାନଙ୍କ ଉପରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

Pranab Prakash Das

Pranab Prakash Das

Ordigital Desk
  • Published: Saturday, 12 November 2022
  • Updated: 12 November 2022, 04:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୫ଦିନ ଥିବାବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଆଶା-ଆଶଙ୍କା ଲାଗି ରହିଛି । ଧାମନଗରରେ ଶକ୍ତ ପରାଜୟ ପରେ ପଦ୍ମପୁର ଆସନକୁ ନିଜ ପାଖରେ ରଖିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦଳ ଏବେ କୌଣସି ଭୁଲକୁ ଦୋହରାଇବାକୁ ଚାହୁଁନଥିବାବେଳେ ଧାମନଗରରେ ବିଜେଡିର ମାମଲତକାରୀ ସାଜିଥିବା ନେତାମାନଙ୍କ ଉପରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ପଦ୍ମପୁର ଉପନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିଛି । ଏପରିକି ଧାମନଗରରେ ଶକ୍ତ ପରାଜୟକୁ ସହଜରେ ହଜମ କରିପାରୁନଥିବା ବିଜେଡି ନେତୃତ୍ୱ ଏବେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ଷମତାକୁ ସଙ୍କୁଚିତ କରି ଧାମନଗର ଉପନିର୍ବାଚନରେ ସାମିଲ ଥିବା ସବୁ ନେତାଙ୍କୁ ଦୂରେଇ ରଖି ଦଳର ବହୁ ବରିଷ୍ଠ ଓ ଅଭିଜ୍ଞ ନେତାମାନଙ୍କୁ ଆଗକୁ ଆଣିଛନ୍ତି ତଥା ସେମାନଙ୍କ ଉପରେ ପଦ୍ମପୁର ଉପନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ପଦ୍ମପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକର ମୋଟ ୫୮ଟି ପଂଚାୟତ ଓ ପଦ୍ମପୁର ଏନଏସିର ୧୧ଟି ୱାର୍ଡ ଦାୟିତ୍ୱରେ ବିଜେଡି ନିଜର ପ୍ରାୟ ୧୧ଜଣ ମନ୍ତ୍ରୀ, ୩୨ଜଣ ବିଧାୟକ, ଜଣେ ସାଂସଦଙ୍କ ସମେତ ମୋଟ ୯୦ଜଣ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ଉପନିର୍ବାଚନରେ ପଂଚାୟତ ଓ ୱାର୍ଡ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ବିଜେପି ନିଜର ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା ସହ ୧୪ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବ ବୋଲି କହିଥିବାବେଳେ କଂଗ୍ରେସ ମଧ୍ୟ ଦଳର ବରିଷ୍ଠ ନେତା ସତ୍ୟଭୂଷଣ ସାହୁଙ୍କୁ ମଇଦାନକୁ ଓହ୍ଲାଇବ ବୋଲି ସୂଚନା ଦେଇଛି । ପଦ୍ମପୁରକୁ ନିଜ ପାଖରେ ରଖିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ସହ ‘କର ବା ମର’ ପରିସ୍ଥିତି ହୋଇଥିବା ତଥା ସ୍ଥାନୀୟ ସାମାଜିକ ଓ ରାଜନୀତିକ ସମସ୍ୟା ମୁଣ୍ଡବ୍ୟଥା ବଢ଼ାଇଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନଥିବା ଜଣାପଡ଼ିଛି । ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାର ସଦସ୍ୟଙ୍କୁ ହେଉଥିବା ବିରୋଧ ମଧ୍ୟରେ ଦଳ ପ୍ରଶାସନିକ ଅଫିସର ମହେନ୍ଦ୍ର ବଢ଼େଇଙ୍କ ପ୍ରାର୍ଥୀତ୍ୱ ଉପରେ ଗୁରୁତ୍ୱର ସହ ବିଚାର କରୁଥିବା ସୂଚନା ମିଳିଛି । ସେହିପରି ପଦ୍ମପୁର ଉପନିର୍ବାଚନ ପରିଚାଳନା ମାଧ୍ୟମରେ ଦଳୀୟ ସଂଗଠନ ପରିଚାଳନାକୁ ନେଇ ମଧ୍ୟ ଗୋଟିଏ ସ୍ପଷ୍ଟ ସନ୍ଦେଶ ଦେବାକୁ ବିଜେଡି ନେତୃତ୍ୱ ପ୍ରୟାସ କରିଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓ ତାଙ୍କ ତୋଷାମଦକାରୀ ଗୋଷ୍ଠୀଙ୍କୁ ନୁହେଁ ବରଂ ଦଳକୁ ଆଗକୁ ବଢ଼ିବାରେ ତଥା ସଂଗଠନକୁ ସୁଦୃଢ଼ କରିଥିବା ପୁରୁଖା ଓ ଅଭିଜ୍ଞ ନେତାମାନଙ୍କୁ ଗୁରୁତ୍ୱ ଦେଇଛନ୍ତି । ଏପରିକି ପ୍ରଣବଙ୍କ ଖାସ୍ ଅନୁଗତ ତଥା ବରଗଡ଼ ଜିଲ୍ଲାର ବିଜେଡି ବିଧାୟକ ସୁଶାନ୍ତ ସିଂ ଦଳୀୟ ଟିକେଟ୍ ଚୟନକୁ ନେଇ ବିଶୃଙ୍ଖଳାର କାରଣ ପାଲଟିଥିବାରୁ ପଦ୍ମପୁର ଉପନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତାଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।

ବିଜେଡି ନେତୃତ୍ୱ ଏହି ଉପନିର୍ବାଚନ ପାଇଁ ସମଗ୍ର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର ଓ ସୁଶାନ୍ତ ସିଂହଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । କିନ୍ତୁ ସୁଶାନ୍ତଙ୍କର କେତେକ ଗତିବିଧି ଦଳ ପାଇଁ ସମସ୍ୟା ପାଲଟିଥିବାରୁ ଏବେ ପ୍ରସନ୍ନ ଓ ଦେବୀଙ୍କୁ ଆଗକୁ ଆଣି ଉପନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

ସେହିପରି ପାଇକମାଳ ବ୍ଲକ ଦାୟିତ୍ୱରେ ବରିଷ୍ଠ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ନବକିଶୋର ଦାସ, ପଦ୍ମପୁର ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପ୍ରତାପ ଜେନା, ଝାରବନ୍ଧ ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ପ୍ରତାପ କେଶରୀ ଦେବ ଏବଂ ପଦ୍ମପୁର ଏନଏସି ଦାୟିତ୍ୱରେ ସୁଧୀର ସାମଲ ଓ ସୌଭାଗ୍ୟ ନାୟକଙ୍କୁ ୮ଟି ଜୋନର ୫୮ଟି ପଂଚାୟତ ଓ ୧୧ଟି ୱାର୍ଡ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ନେତାମାନଙ୍କ ଅଧୀନରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଅରୁଣ ସାହୁ, ଶାରଦା ନାୟକ,ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ସିଂହଦେଓ, ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ଜଗନ୍ନାଥ ସାରକା, ସମୀର ଦାଶ, ବ୍ରଜ ପ୍ରଧାନ, ଲତିକା ପ୍ରଧାନ, ରାଜେନ୍ଦ୍ର ସାହୁ, ବିଭୂତି ବଳବନ୍ତରାୟ, ସୁଶାନ୍ତ ବେହେରା, ଚନ୍ଦ୍ରସାରଥୀ ବେହେରା ଆଦିଙ୍କୁ ପଂଚାୟତ ଦାୟିତ୍ୱ ସମ୍ଭାଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିବାଦୀୟ ମନ୍ତ୍ରୀ ସମୀର ଦାଶଙ୍କ ସମେତ ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲରେ ବିବାଦୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଜଗନ୍ନାଥ ସାରକା, ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ର ରହିଥିଲେ ବି ତାଙ୍କୁ ନିର୍ବାଚନୀ ଦାୟିତ୍ୱ ଦେବା ଦଳ ପାଇଁ ପ୍ରଚାର ସମୟରେ ନୂଆ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି ।

ଅନ୍ୟପକ୍ଷରେ ଧାମନଗରରେ ମାମଲାତି କରୁଥିବା ଯାଜପୁର ଓ ଭଦ୍ରକ ଜିଲ୍ଲାର ସମସ୍ତ ବିଧାୟକ କିମ୍ବା ସାଂସଦଙ୍କୁ ପଦ୍ମପୁରରୁ ଦୂରେଇ ରଖାଯାଇଛି । ଏପରିକି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କ ଖାସ୍ ଅନୁଗତ ଭାବେ ପରିଚିତ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ,ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ପଦ୍ମପୁର ନିର୍ବାଚନୀ ପ୍ରକ୍ରିୟାରେ ସାମିଲ କରାଯାଇନି । ଏପରିକି ପଦ୍ମପୁର ନିର୍ବଚନୀ ପରିଚାଳନା ମାମଲାରେ ଦଳୀୟ ନେତାମାନଙ୍କ ସହ ମାପିଚୁପି ସମ୍ମାନର ସହ କଥା ହେବା ଓ ଯେତିକି ଦାୟିତ୍ୱ ଦିଆଯାଉଛି ସେତିକିରେ ନିଜକୁ ସୀମିତ ରଖିବାକୁ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କୁ ତାଗିଦ୍ କରାଯାଇଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି । ଏସବୁ ସଙ୍କେତ ମାଧ୍ୟମରେ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ପଦ୍ମପୁର ଉପନିର୍ବାଚନ ପରେ ସାଂଗଠନିକ ପ୍ରକ୍ରିୟାରେ ଆମୂଳଚୂଳ ପରିବର୍ତ୍ତନ କରିବେ ବୋଲି ସଙ୍କେତ ଦେଇଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story