Advertisment

ବିଜେଡିକୁ ଦାମଙ୍କ ବାଣ: କହିଲେ ଚକ୍ରବ୍ୟୁହରେ ଫସି ବଦ୍‌ନାମ ହେଉଛନ୍ତି ନବୀନ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେଡିକୁ ଦାମଙ୍କ ବାଣ। କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ଫସି ମୁଖ୍ୟମନ୍ତ୍ରୀ ବଦନାମ ହେଉଛନ୍ତି ବୋଲି କହିଛନ୍ତି ଦାମ। ବିଜେଡିର ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଛାଡ଼ିଥିବା ଅସ୍ତ୍ରରେ ବିଜେଡି ପୁଣି ଘାଇଲା ହୋଇଛି। ମେ’ ୨୯ର ଖଳନାୟକ ଏବେ ବିଜେଡିର ସର୍ବେସର୍ବା ବୋଲି କହି ଅଭିଯୋଗ ଆଣିଛନ୍ତି ବିଜେଡିର ଏହି ପୁରୁଖା ନେତା। କେବଳ ଏତିକି ନୁହେଁ ଯାଜପୁରର ପ୍ରସ୍ତାବିତ ତୈଳ ଭଣ୍ଡାର ପ୍ରକଳ୍ପକୁ କରାଇ ନଦେଇ  […]

ବିଜେଡିକୁ ଦାମଙ୍କ ବାଣ: କହିଲେ ଚକ୍ରବ୍ୟୁହରେ ଫସି ବଦ୍‌ନାମ ହେଉଛନ୍ତି ନବୀନ

DAMODAR1-720x430

Advertisment

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେଡିକୁ ଦାମଙ୍କ ବାଣ। କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ଫସି ମୁଖ୍ୟମନ୍ତ୍ରୀ ବଦନାମ ହେଉଛନ୍ତି ବୋଲି କହିଛନ୍ତି ଦାମ। ବିଜେଡିର ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଛାଡ଼ିଥିବା ଅସ୍ତ୍ରରେ ବିଜେଡି ପୁଣି ଘାଇଲା ହୋଇଛି। ମେ’ ୨୯ର ଖଳନାୟକ ଏବେ ବିଜେଡିର ସର୍ବେସର୍ବା ବୋଲି କହି ଅଭିଯୋଗ ଆଣିଛନ୍ତି ବିଜେଡିର ଏହି ପୁରୁଖା ନେତା।

Advertisment

କେବଳ ଏତିକି ନୁହେଁ ଯାଜପୁରର ପ୍ରସ୍ତାବିତ ତୈଳ ଭଣ୍ଡାର ପ୍ରକଳ୍ପକୁ କରାଇ ନଦେଇ  ଡଙ୍କାରୀ ପାହାଡଡ଼ରୁ ଖଣିଜପଦାର୍ଥ ଲୁଟୁଥିବା ଲୋକଙ୍କୁ ସ୍ଥାନୀୟ ବିଜେଡି ବିଧାୟକ ଓ ଜିଲ୍ଲା ପ୍ରଶାସନର ସହୟତା କଥା ଉଠାଇ ବର୍ଷିଛନ୍ତି ଦାମ । କାହା ନାମ ନେଇ ନଥିଲେ ବି ଏହି ଖଳନାୟକ କରୁଥିବା ଦୋଷ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟଶ୍ଚିତ କରିବାକୁ ପଡିବ ବୋଲି କହିଛନ୍ତି ଦାମ। ସପ୍ତାହରେ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କୁ ଗୁଇନ୍ଦା ରିପୋର୍ଟ ଦେବାର ବ୍ୟବସ୍ଥା ଥିଲେ ବି ଏହା ଦିଆ ଯାଉନାହିଁ ବୋଲି ଅଭିଯୋଗ ବି ଆଣିଛନ୍ତି ଦାମ ।

ବିଜୁଙ୍କ ସଭାରେ ଖଣ୍ଡା ବୁଲାଇଥିବା ଲୋକ ଏବେ ବିଜେଡିର ମୁଖପାତ୍ର ବୋଲି କହି କିଛି ନେତାଙ୍କୁ ବି ଟାର୍ଗେଟ କରିଛନ୍ତି ଦାମୋଦର ରାଉତ। ତେବେ ଦଳୀୟ ଫୋରମରେ ଏସବୁ କଥା ଆଲୋଚନା ପାଇଁ ଦାମଙ୍କୁ ପରାମର୍ଶ ଦେଇଛି ବିଜେଡି । ନିଜ ଅନୁଭବରୁ ଅନୁଭୁତି ସ୍ତମ୍ଭ ପାଇଁ ବି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଦାମ। ଏଥିରେ ଯାଜପୁର ଡଙ୍କାରୀ ପାହାଡ ଲୁଟର କଥା ଉଠାଇ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରିଛନ୍ତି ଦାମ। ଏମାନଙ୍କ ଚକ୍ରାନ୍ତ ଯୋଗୁ ଏଠାରେ ହେବାକୁ କେନ୍ଦ୍ର ସରକାରଙ୍କ ତୈଳ ଭଣ୍ଡାର ପ୍ରକଳ୍ପ ହୋଇପାରୁନି ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ସେ।

Advertisment

ପଥର ଖାଦାନ ବନ୍ଦ ନେଇ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ ପରେ ବି ଏଠି କିପରି ବେଆଇନ ଖାଦାନ ଚାଲିଛି ସେ ନେଇ ପ୍ରଶ୍ନ ଉଠାଇବା ସହ ଦାୟୀ ସରକାରୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଲେଖିଛନ୍ତି ଦାମୋଦର। ମନ୍ତ୍ରୀ ପଦ ଯିବା ପରେ କିଛି ଦିନ ହେବ ବିଭିନ୍ନ ପ୍ରସଙ୍ଗକୁ ନେଇ ଦାମ ଛାଡୁଥିବା ଗୋଟିଏ ପରେ ଗୋଟିଏ  ବାଣ ବିଜେଡିକୁ ହରଡ଼ଘଣାରେ ପକାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe