Advertisment

ପ୍ରତାପଙ୍କୁ ଜବାବ ଦେଲେ ଶଶି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ୧୭ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଆଉ ଏ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଚାଷୀ ଆନ୍ଦୋଳନରେ ଦେଶ ବିରୋଧୀ ଶକ୍ତିଙ୍କ ସମ୍ପୃକ୍ତି ନେଇ କେନ୍ଦ୍ର ମନ୍ତ୍ରୀ ବୟାନ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଅନ୍ନଦାତାଙ୍କୁ ଦେଶଦ୍ରୋହୀ କହିବା ସବୁଠୁ ଦୁର୍ଭାଗ୍ୟଜନକ […]

ପ୍ରତାପଙ୍କୁ ଜବାବ ଦେଲେ ଶଶି

sashibhusan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ୧୭ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଆଉ ଏ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଚାଷୀ ଆନ୍ଦୋଳନରେ ଦେଶ ବିରୋଧୀ ଶକ୍ତିଙ୍କ ସମ୍ପୃକ୍ତି ନେଇ କେନ୍ଦ୍ର ମନ୍ତ୍ରୀ ବୟାନ ଦେବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେଡି।

Advertisment

ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ଅନ୍ନଦାତାଙ୍କୁ ଦେଶଦ୍ରୋହୀ କହିବା ସବୁଠୁ ଦୁର୍ଭାଗ୍ୟଜନକ କଥା । ଏହାଠାରୁ ସାଙ୍ଘାତିକ ଅଭିଯୋଗ ଆଉ କିଛି ନାହିଁ । କୃଷକଙ୍କ ଆନ୍ଦୋଳନକୁ ଭିନ୍ନ ରୂପ ଦେବା ଉଚିତ ନୁହେଁ। ନୈତିକତା ଦୃଷ୍ଟିକୋଣରୁ ସମସ୍ତଙ୍କ ଆନ୍ଦୋଳନ କରିବା ଅଧିକାର ରହିଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଚାଷୀ ଆନ୍ଦୋଳନକୁ ବିଜେଡିର ନୈତିକ ସମର୍ଥନ ରହିଛି ।  ଚାଷୀ ଓ ଚାଷ ସଂକ୍ରାନ୍ତରେ ଆମ ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଚାଷୀଙ୍କ ସ୍ୱତନ୍ତ୍ର କୃଷି ବଜେଟ ଓ କୃଷି କ୍ୟାବିନେଟ କରୁଛୁ । ବିଧାନସଭା ସ୍ୱାମୀନାଥନ ସୁପାରିଶ ଲାଗୁ କରି MSP ଦ୍ୱିଗୁଣିତ ପାଇଁ କହିଛି। ଚାଷୀଙ୍କ ପାଇଁ ଅନେକ ସକାରାତ୍ମକ ନିଷ୍ପତ୍ତି ନେଇଛୁ । ସେମାନଙ୍କର କିଛିଟା ଦାବିକୁ ନେଇ ଆମ ସହମତି ଥିବା ମଧ୍ୟ ଶଶିଭୂଷଣ କହିଛନ୍ତି ।

Advertisment

ଗତକାଲି ଚାଷୀ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ, ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧୀଙ୍କ ହାତ ରିହିଛି । ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି । ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧୀଙ୍କ ଭାଷା କହୁଛନ୍ତି। ସରକାର କୃଷି ବିଲ ପ୍ରତ୍ୟାହାର କରିବାରେ କୌଣସି ଆଶଙ୍କା ଦେଖାଯାଉନାହିଁ ବୋଲି ସେ କହିଥିଲେ।

BjD Bjp Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe