Advertisment

‘ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ କହି ଓବିସିଙ୍କୁ ଅବହେଳା କରିଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ OBCଙ୍କୁ ବିଜେଡିର ୪୦% ସଂରକ୍ଷଣ ଘୋଷଣାକୁ ନେଇ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଓ ବିଜେଡି, ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବୁ କହି ଓବିସି ବର୍ଗଙ୍କୁ କଟା ଘା’ରେ ଚୂନ ଲଗାଉଛନ୍ତି। ଏମିତି କରି ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଅବହେଳା କରିଛନ୍ତି। ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସମୀର ମହାନ୍ତି କହିଛନ୍ତି, ଶନିବାର ବିଜେଡି ତା’ର କାର୍ଯ୍ୟକାରିଣୀ […]

‘ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ କହି ଓବିସିଙ୍କୁ ଅବହେଳା କରିଛନ୍ତି ରାଜ୍ୟ ସରକାର’

sameer-mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ OBCଙ୍କୁ ବିଜେଡିର ୪୦% ସଂରକ୍ଷଣ ଘୋଷଣାକୁ ନେଇ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଓ ବିଜେଡି, ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବୁ କହି ଓବିସି ବର୍ଗଙ୍କୁ କଟା ଘା’ରେ ଚୂନ ଲଗାଉଛନ୍ତି। ଏମିତି କରି ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଅବହେଳା କରିଛନ୍ତି। ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।

Advertisment

ସମୀର ମହାନ୍ତି କହିଛନ୍ତି, ଶନିବାର ବିଜେଡି ତା’ର କାର୍ଯ୍ୟକାରିଣୀ ବୈଠକରେ ୪୦% ସରଂକ୍ଷଣ ଘୋଷଣା କରି କେନ୍ଦ୍ରକୁ ଏଥିପାଇଁ ଆହ୍ୱାନ ଦେଇଛି। ତେବେ ବିଜେଡି ମନେ ରଖିବା ଉଚିତ ବିଜେପି ୨୦୧୯ ବିଧାନସଭା ନିର୍ବାଚନରେ ଓବିସିଙ୍କୁ ୩୫%ରୁ ଅଧିକ ସରଂକ୍ଷଣ ଦେଇଥିଲା। ରାଜ୍ୟରେ ଓବିସି ବର୍ଗଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଦେବା ଲାଗି ତିନି ଥର ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କିନ୍ତୁ ଦୁର୍ଭାଗ୍ୟ ଯେ ରାଜ୍ୟ ସରକାର ଏ ବର୍ଗଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇନାହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଏବେ ୫୪% ଓବିସି ଅଛନ୍ତି। ବହୁ ପୂର୍ବରୁ ସୁପ୍ରିମକୋର୍ଟ ସରଂକ୍ଷଣ ପ୍ରସଙ୍ଗରେ ଟ୍ରିପଲ ଟେଷ୍ଟ କଥା କହିଥିଲେ, କିନ୍ତୁ ସେଥିରେ ରାଜ୍ୟ ସରକାର ଫେଲ ହେଲେ କାହିଁକି ? କଣ ପାଇଁ ଦୀର୍ଘଦିନ ଧରି ରାଜ୍ୟରେ ଓବିସି କମିଶନ ପଦବୀ ଖାଲି ପଡିଥିଲା ? ବିଳମ୍ବରେ ଗଠିତ କମିଶନଙ୍କୁ କାହିଁକି କ୍ଷମତା ଦିଆଯାଇନି? ଏସବୁର ଉତ୍ତର ରାଜ୍ୟ ସରକାର ରଖନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି ଦାବି କରିଛନ୍ତି।

Advertisment

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ଅନ୍ୟାନ୍ୟ ମାମଲାରେ ରାଜ୍ୟ ସରକାର ଉପର କୋର୍ଟ ଯାଇ ଦାମୀ ଓକିଲ ଦେଉଛନ୍ତି। ଏହି ମାମଲାରେ କାହିଁକି ପଛଘୁଞ୍ଚା ଦେଉଛି ବୋଲି କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe