ରାଜ୍ୟସଭା ନିର୍ବାଚନ: ବିଜେଡିର ବିଜୟ ସୁନିଶ୍ଚିତ, କିନ୍ତୁ ଅଡ଼ୁଆ ହୋଇଛି ପ୍ରାର୍ଥୀ ଚୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖାଲି ପଡ଼ିଥିବା ୪ଟି ରାଜ୍ୟସଭା ଆସନ ମଧ୍ୟରୁ ୩ଟି ଆସନରେ ଭୋଟ ନିମନ୍ତେ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ସହ ଶାସକ ବିଜେଡିରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ରାଜ୍ୟସଭାର ସମସ୍ତ ସିଟ୍ ହାତେଇବା ପାଇଁ ବିଜେଡି ପାଖରେ ମ୍ୟାଜିକ୍ ନମ୍ବର ଥିବାରୁ ଦଳ ପାଇଁ ବିଜୟ ନୁହେଁ ବରଂ ପ୍ରାର୍ଥୀ ଚୟନ ଏବେ ଅଧିକ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦଳ ଭିତରେ ଦିନକୁ ଦିନ ବୃଦ୍ଧି […]

cm-naveen-patnaik

cm-naveen-patnaik

Ordigital Desk
  • Published: Thursday, 12 May 2022
  • Updated: 12 May 2022, 08:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖାଲି ପଡ଼ିଥିବା ୪ଟି ରାଜ୍ୟସଭା ଆସନ ମଧ୍ୟରୁ ୩ଟି ଆସନରେ ଭୋଟ ନିମନ୍ତେ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ସହ ଶାସକ ବିଜେଡିରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ରାଜ୍ୟସଭାର ସମସ୍ତ ସିଟ୍ ହାତେଇବା ପାଇଁ ବିଜେଡି ପାଖରେ ମ୍ୟାଜିକ୍ ନମ୍ବର ଥିବାରୁ ଦଳ ପାଇଁ ବିଜୟ ନୁହେଁ ବରଂ ପ୍ରାର୍ଥୀ ଚୟନ ଏବେ ଅଧିକ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦଳ ଭିତରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅସନ୍ତୋଷ ଓ ଅଧିକାଂଶ ନେତା କୋଣଠେସା ହୋଇ ରହିଥିବାରୁ ବିଜେଡି କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର । ଅବଶ୍ୟ ୩ଟି ସିଟ୍ ପାଇଁ ବିଜେଡି ପାଖରେ ଆବଶ୍ୟକଠୁ ଅଧିକ ଭୋଟ୍ ରହିଛି । ଏପରିକି ରାଜ୍ୟସଭା ଭୋଟ୍ ପାଇଁ ଦଳରୁ ନିଲମ୍ବିତ ୨ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବଙ୍କ ସହଯୋଗ ମଧ୍ୟ ଆବଶ୍ୟକ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି ।

ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭାର ୩ଟି ଆସନ ନିମନ୍ତେ ନିର୍ବାଚନ ପାଇଁ ମେ’ ୩୧ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲର ଶେଷଦିନ ରହିଛି । ଜୁନ୍ ୩ରେ ନାମାଙ୍କନ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବ । ଯଦି ଆବଶ୍ୟକ ପଡ଼େ ଜୁନ୍ ୧୦ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଏହି ରାଜ୍ୟସଭା ଭୋଟ୍ ୧୦ତାରିଖରେ ଥିବାରୁ ତା’ ପୂର୍ବରୁ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଘୋଷଣା ସହ ବିଜୟୀ ପ୍ରାର୍ଥୀ ମଧ୍ୟ ଶପଥ ନେଇସାରିଥିବେ । ତଥାପି ଏହି ଆସନକୁ ବାଦ୍ ଦେଲେ ବିଧାନସଭାର ଅନ୍ୟ ୧୪୬ଟି ଆସନ ମଧ୍ୟରୁ ବିଜେଡି ପାଖରେ ୧୧୩ଟି ରହିଛି । ଅବଶ୍ୟ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ଜଗଦେବ ବିଜେଡିରୁ ନିଲମ୍ବିତ ହୋଇଥିବାରୁ ଏହି ସଂଖ୍ୟା ୧୧୧ରେ ସୀମିତ ଅଛି । ବିଜେପି ପାଖରେ ୨୨, କଂଗ୍ରେସ ୯, ସିପିଏମ ୧ ଓ ସ୍ୱାଧୀନ ଜଣେ ସଦସ୍ୟ ଅଛନ୍ତି ।

ରାଜ୍ୟସଭା ନିର୍ବାଚନ ପାଇଁ ଗଣିତ ଅନୁସାରେ ପ୍ରଥମ ପସନ୍ଦ ପାଇଁ ୩୭ଜଣ ବିଧାୟକ (ଭୋଟ୍) ଆବଶ୍ୟକ ହେବ ଓ ସମସ୍ତ ୩ଜଣ ପ୍ରାର୍ଥୀଙ୍କ ଜିତିବା ପାଇଁ ୧୧୧ଟି ପ୍ରଥମ ପସନ୍ଦ ଭୋଟ୍ ଦରକାର । ତେଣୁ ବିଜେଡି ସହଜରେ ଏହି ସଂଖ୍ୟା ହାସଲ କରିବ । ରାଜ୍ୟସଭା ନିର୍ବାଚନ ଗଣିତ ହେଉଛି ମୋଟ ଭୋଟ ବା ବିଧାୟକଙ୍କ ସଂଖ୍ୟା(୧୪୭x୧୦୦/ଖାଲିଥିବା ୩ ଆସନ +୧ )+୧ । ତେଣୁ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଆସି ସାରିଥିବାରୁ ଜୁନ୍ ୧୦ ବେଳକୁ ଗୃହରେ ମୋଟ ୧୪୭ଜଣ ସଦସ୍ୟ ରହିଥିବେ । ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ପରିମାଣ ୧୦୦ । ତେଣୁ ରାଜ୍ୟସଭା ଗଣିତ ଅନୁସାରେ (୧୪୭x୧୦୦/୩+୧)+୧ =୩୬୭୬ ବା ୩୭ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟରେ ଜଣେ ପ୍ରାର୍ଥୀ ବିଜୟୀ ହେବେ । ଏହି ଦୃଷ୍ଟିରୁ ବିଜେଡିର ସମସ୍ତ ୩ ପ୍ରାର୍ଥୀ ସହଜରେ ବିଜୟୀ ହୋଇପାରିବେ ।

ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡିରେ ବହୁ ପୁରୁଖା ନେତା ନିଜକୁ ଅଣନିଶ୍ୱାସୀ ମନେ କରୁଛନ୍ତି । ରାଜ୍ୟର ସବୁ ଜିଲ୍ଲାରେ ବିଜେଡି ମଧ୍ୟରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତାଙ୍କୁ ଚାହିଁଲେ ମଧ୍ୟ ଦଳର୯୯ ପ୍ରତିଶତ ବିଧାୟକ ଓ ସାଂସଦ ଭେଟିବାର ସୁଯୋଗ ପାଉନାହାନ୍ତି । ଲୋକ ପ୍ରତିନିଧି ହୋଇ ମଧ୍ୟ ସେମାନଙ୍କୁ ସରକାରୀ ଅଫିସରଙ୍କ ଉପରେ ନିର୍ଭର ରହିବାକୁ ପଡ଼ୁଛି। ଯାହାକୁ ନେଇ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ତା’ଛଡ଼ା ଅଧିକାଂଶ ଜିଲ୍ଲାରେ ସମାନ୍ତରାଳ ଭାବେ ସଂଗଠନ ପରିଚାଳିତ ହେଉଥିଲେ ମଧ୍ୟ ସେହି ନେତାମାନଙ୍କୁ ଏକଜୁଟ କରିବାରେ ବିଜେଡି ସୁପ୍ରିମୋ କିମ୍ବା ତାଙ୍କ ପରାମର୍ଶଦାତା ଆଗ୍ରହ ଦେଖାଉନାହାନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଯେଉଁମାନଙ୍କୁ ଟିକେଟରୁ ବଂଚିତ କରାଯାଇ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ସେମାନଙ୍କ କଥା ବି ଦଳ ଭୁଲି ଯାଇଛି । ଆଉ ଯେଉଁ କିଛି ହେଭିୱେଟ୍ ନେତା ୨୦୧୯ ନିର୍ବାଚନରେ ପରାଜିତ ହୋଇଥିଲେ ସେମାନଙ୍କୁ ମଧ୍ୟ ଥଇଥାନ କରିବାରେ ଦଳ ଆଗ୍ରହ ଦେଖାଇ ନାହିଁ । ଏସବୁ ଭିତରେ ଦଳ ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା ନେତାମାନେ ବି ରାଜ୍ୟସଭା ପାଇଁ ଆଶାୟୀ ହେଉଥିଲେ ମଧ୍ୟ ନିଜର ଆପତ୍ତି-ଅଭିଯୋଗ ଜଣାଇବାର ଫୋରମ୍ ନଥିବାରୁ ବାଧ୍ୟ ହୋଇ ଅଧିକାଂଶ ନେତା ନିରବ ରହୁଥିବା ଜଣାପଡ଼ିଛି ।

ଅବଶ୍ୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ବିଜେଡି ୨ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ରାଜ୍ୟସଭା ପଠାଇବ ବୋଲି ଜଣାପଡ଼ିଛି । ତେବେ ଏହି ନେତାମାନେ କିଏ ତାହା ସ୍ଥିର କରିବା ବିଜେଡି ପାଇଁ କାଠିକର ପାଠ ହୋଇଛି । ଅବଶ୍ୟ ବିଜେଡି ପୂର୍ବଭଳି ଏବେ କୌଣସି ସମୀକରଣକୁ ଦେଖି ପ୍ରାର୍ଥୀ ଚୟନ କରିବାର ସମ୍ଭାବନା କ୍ଷୀଣ । ଯାହାକୁ ଦଳ ପ୍ରାର୍ଥୀ କରିବ ତାକୁ ସମସ୍ତେ ସମର୍ଥନ ଦେବାକୁ ଏକରକମ ବାଧ୍ୟ ଓ ମୁହଁ ଖୋଲିବାର ଜୁ’ ମଧ୍ୟ ନାହିଁ । ତେଣୁ ବିଜେଡି ବିଧାୟକ ଓ ନେତାମାନଙ୍କର ଜୁ’କୁ ଆକଳନ କରିଥିବା ବିଜେଡି ନେତୃତ୍ୱ ଏବେ କାହାକୁ ଓ କେଉଁ ଯୁକ୍ତିରେ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ, ବିଜେଡି ସାଂସଦ ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେବ । ରାଜ୍ୟସଭା ସାଂସଦ ପଦରୁ ସୁବାସ ସିଂ ଇସ୍ତଫା ଦେଇଥିବାରୁ ଏହି ସିଟ୍ ମଧ୍ୟ ଖାଲି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story