Advertisment

‘ବିଜେଡି ପାଇଁ ଭୋଟ୍ ମାଗୁଛନ୍ତି ସରକାରୀ ଅଧିକାରୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସକ ଦଳ ପାଇଁ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ମାତିଛନ୍ତି ସରକାରୀ ଅଫିସର୍। ସରକାରୀ ଅଧିକାରୀ ମାନେ ବିଭିନ୍ନ ଅନୈତିକ କାମ କରୁଛନ୍ତି ଏବଂ ବିଜେଡି ସପକ୍ଷରେ ଭୋଟ କରିବା ଦାୟିତ୍ୱରେ ଲାଗିଛନ୍ତି। ଏମିତି କିଛି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେପି। ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ବିଜେପି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମାଲକାନଗିରିର କାଲିମେଳା ଜୋନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା […]

ଅଦ୍ୟତନ ହୋଇଛି
‘ବିଜେଡି ପାଇଁ ଭୋଟ୍ ମାଗୁଛନ୍ତି ସରକାରୀ ଅଧିକାରୀ’

bjp1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାସକ ଦଳ ପାଇଁ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ମାତିଛନ୍ତି ସରକାରୀ ଅଫିସର୍। ସରକାରୀ ଅଧିକାରୀ ମାନେ ବିଭିନ୍ନ ଅନୈତିକ କାମ କରୁଛନ୍ତି ଏବଂ ବିଜେଡି ସପକ୍ଷରେ ଭୋଟ କରିବା ଦାୟିତ୍ୱରେ ଲାଗିଛନ୍ତି। ଏମିତି କିଛି ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେପି।

Advertisment

ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ବିଜେପି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମାଲକାନଗିରିର କାଲିମେଳା ଜୋନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କାବାସୀ ଅପହରଣ ଘଟଣାରେ ହୋମଗାର୍ଡ ସୁଧୀର ସ୍ୱାଇଁ ନିଜ ଆକାଉଣ୍ଟରୁ ରୀନାଙ୍କ ପିତାଙ୍କୁ ଦେଇଛନ୍ତି। ଏକଥା ରୀନା କାବାସୀଙ୍କର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି। ଏହା ସହ ହୋମଗାର୍ଡଙ୍କ ଆକାଉଣ୍ଟରୁ ଟଙ୍କା ଯାଇଥିବା ପ୍ରମାଣ ମଧ୍ୟ ମିଳିଛି ଏବଂ ଏହା ବିରୋଧରେ ଏଫଆଇଆର୍ ମଧ୍ୟ ଦାଖଲ କରାଯାଇଛି। ହୋମଗାର୍ଡ ସୁଧୀର ଜଣେ ସରକାରୀ ଅଧିକାରୀ ହୋଇ ବି ଜାଣିଶୁଣି ବିଜେପି ପ୍ରାର୍ଥୀଙ୍କୁ ପ୍ରଲୋଭନ ସହ ଧମକାଉଛନ୍ତି।

ଲେଖାଶ୍ରୀ କହିଛନ୍ତି, ଆଠମଲ୍ଲିକ କିଶାନନଗର ବ୍ଲକ୍ ଅଧ୍ୟକ୍ଷା ବବିତା ପ୍ରଧାନ ଓ ବିଡିଓ ନିଜ ଜିଲ୍ଲାରେ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିଛନ୍ତି। ନିୟମ ଅନୁଯାୟୀ ନିଜ ଜିଲ୍ଲାରେ କୌଣସି ସରକାରୀ ଅଧିକାରୀ ପତାକା ଉତ୍ତୋଳନ କରି ପାରିବେ ନାହିଁ। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଲେଖାଶ୍ରୀ କହିଛନ୍ତି।

Advertisment

ଲେଖାଶ୍ରୀ ଆହୁରି କହିଛନ୍ତି, ‘ପୋଲସରା ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା ସରକାରୀ ଅଫିସକୁ ବିଜେଡ଼ି ଅଫିସରେ ପରିଣତ କରିଦେଇଛନ୍ତି। ସେହିପରି ଚିକିଟିର ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତରେ ଏକ ମାତ୍ର ପ୍ରାର୍ଥୀ ନମିତା ନାୟକ ଜିତିଥିଲେ ମଧ୍ୟ ବିଡିଓ ଚଞ୍ଚକତା କରି ପ୍ରାର୍ଥୀପତ୍ର ଚୋରିର ବାହାନା କରି ଆଉ ଥରେ ନିର୍ବାଚନ କରୁଛନ୍ତି।’ ତେଣୁ ଏସବୁ ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି। ତେବେ ଏନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe