Advertisment

ନବୀନଙ୍କ ୨୨ବର୍ଷର ଶାସନ: ବିଜେପି ପଚାରିଲା ୨୨ ପ୍ରଶ୍ନ, ତେଜିଲା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି ଦିଲ୍ଲୀର ଏକ ସଂସ୍ଥା ଲାଇଫଟାଇମ୍ ଆଚିଭମେଂଟ ପୁରସ୍କାରରେ ସମ୍ବର୍ଦ୍ଧିତ କରିବାକୁ ନେଇ ବିଜେଡି ପକ୍ଷରୁ ରାଜନୀତିକ ଫାଇଦା ପାଇଁ ଜୋରଦାର ଉଦ୍ୟମ ହେଉଥିବାବେଳେ ବିଜେପି ଆଜି ଏନେଇ ମୁହଁ ଖୋଲିଛି । ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ବର୍ଷର ଶାସନକୁ ନେଇ ପ୍ରଶ୍ନ ଉଠାଇବା ସହ ଦୁଇ ଦଶନ୍ଧିର ସ୍ଥିର ସରକାର ସତ୍ତ୍ୱେ ଓଡ଼ିଶା ସବୁ କ୍ଷେତ୍ରରେ ପଛରେ ପଡ଼ିଛି ବୋଲି ବିଜେପି ଅଭିଯୋଗ କରିବା ସହ ବିଜେଡି […]

ଅଦ୍ୟତନ ହୋଇଛି
ନବୀନଙ୍କ ୨୨ବର୍ଷର ଶାସନ: ବିଜେପି ପଚାରିଲା ୨୨ ପ୍ରଶ୍ନ, ତେଜିଲା ରାଜନୀତି

BJP

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି ଦିଲ୍ଲୀର ଏକ ସଂସ୍ଥା ଲାଇଫଟାଇମ୍ ଆଚିଭମେଂଟ ପୁରସ୍କାରରେ ସମ୍ବର୍ଦ୍ଧିତ କରିବାକୁ ନେଇ ବିଜେଡି ପକ୍ଷରୁ ରାଜନୀତିକ ଫାଇଦା ପାଇଁ ଜୋରଦାର ଉଦ୍ୟମ ହେଉଥିବାବେଳେ ବିଜେପି ଆଜି ଏନେଇ ମୁହଁ ଖୋଲିଛି । ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ବର୍ଷର ଶାସନକୁ ନେଇ ପ୍ରଶ୍ନ ଉଠାଇବା ସହ ଦୁଇ ଦଶନ୍ଧିର ସ୍ଥିର ସରକାର ସତ୍ତ୍ୱେ ଓଡ଼ିଶା ସବୁ କ୍ଷେତ୍ରରେ ପଛରେ ପଡ଼ିଛି ବୋଲି ବିଜେପି ଅଭିଯୋଗ କରିବା ସହ ବିଜେଡି କେବଳ ନିଜକୁ ଏକ ନମ୍ବର ସରକାର କହି ମିଛ ଡିଣ୍ଡିମ ପିଟୁଥିବା କହିଛି ।

Advertisment

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ପଦାର୍ଥ,ପରିଶ୍ରମୀ ମାନବ ସମ୍ବଳ, ଉର୍ବର ଚାଷ ଜମି ସତ୍ୱେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ସମ୍ଭାବ୍ୟ ଶିଳ୍ପ କେନ୍ଦ୍ର କିମ୍ବା ପୁିନିବେଶର ପେଣ୍ଠସ୍ଥଳି ଭାବରେ ଉଭା ହେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବେରୋଜଗାରୀ ଲାଗି ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟକୁ ପଳାୟନ କରିବା ସହ ଦାଦନ ଭାବେ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । କେବଳ ସାଧାରଣ ଜନତା ନୁହେଁ ବନ୍ୟପ୍ରାଣୀ ବି ସୁରକ୍ଷିତ ନୁହନ୍ତିି । ଏହାସହିତ ସେ ଦୀର୍ଘ ୨୨ବର୍ଷର ଶାସନକୁ ନେଇ ୨୨ଟି ପ୍ରଶ୍ନ ପଚାରି ତା’ର ଉତ୍ତର ବିଜେଡି ସରକାରଙ୍କ ମୁଖିଆ ରଖନ୍ତୁ ବୋଲି ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡ଼ଜେନାଙ୍କ ସମେତ ଯୁବନେତା ଦିପଜ୍ୟୋତି ମୁଣ୍ଡ୍‌,ଦୀପକ କୁମାର ଗୋଚ୍ଛାୟତ ଓ ଓମ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେପି ପକ୍ଷରୁ ଯେଉଁ ୨୨ଟି ପ୍ରଶ୍ନ ନବୀନ ପଟ୍ଟନାୟକ ସରକାରଙ୍କୁ ପଚରାଯାଇଛି ସେଗୁଡ଼ିକ ହେଲା-
୧) ପ୍ରଧାନମନ୍ତ୍ରୀ ଆବାସରେ ୧୦୦୦ କୋଟି ଟଙ୍କାର ମbjpହାଦୁର୍ନୀତି ପଛରେ କିଏ?
୨) ରାଜ୍ୟବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଓ ଜାଗା ମିଶନ ପ୍ରହସନ ନୁହେଁ କି?
୩) ସୀମାବର୍ତୀ ଅଂଚଳକୁ ସୁରକ୍ଷା କେବେ?
୪) ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା କାହିଁକି?
୫) ଅପପୃଷ୍ଟି ଓ ଶିଶୁ ମୃତ୍ୟୁର ଅନ୍ତ କେବେ?
୬) ଓଡ଼ିଶା ଦାରିଦ୍ର‌୍ୟ ସୀମାରେଖା ତଳେ କାହିଁକି?
୭)ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାର ଦୂରାବସ୍ଥା କେବେ ଦୂର ହେବ?
୮) ମହିଳା ଓ ଶିଶୁଙ୍କୁ ସୁରକ୍ଷା କେବେ ମିଳିବ?
୯) ଆଇନ ଶୃଙ୍ଖଳାରେ ଅବ୍ୟବସ୍ଥା ଏବଂ ନିଶାଜନିତ ଅପରାଧର ବୃଦ୍ଧି ପାଇଁ ଦାୟୀ କିଏ ?
୧୦) ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା କାହିଁକି?
୧୧) ଭ୍ରଷ୍ଟାଚାର ପିସି କାରବାରରେ ବଡବଡ଼ିଆଙ୍କୁ ଆଶୀର୍ବାଦ କାହିଁକି ?
୧୨) ଶକ୍ତି ବିଭାଗର ଚଂଚକତାରୁ ରାଜ୍ୟବାସୀ କେବେ ମୁକ୍ତ ହେବେ?
୧୩)ଶିକ୍ଷା ବିକାଶରେ ଅବ୍ୟବସ୍ଥା କାହିଁକି?
୧୪) ବିନା ଟେଣ୍ଡରରେ ଡ଼ିଏମଏଫ ଫଣ୍ଡର ଦୁରୂପଯୋଗ, ମେକ୍ ଇନ ଓଡ଼ିଶା ବିଫଳ ଓ ଶିଳ୍ପ ଓ ଶିଳ୍ପାୟନ ସମସ୍ୟା?
୧୫) ଓବିସି ବର୍ଗଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ କେବେ?
୧୬) ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ କେବେ?
୧୭)ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ କଣ?
୧୮)ବିଜୁ ଯୁବ ବାହିନୀ, ପିଠା ଯୋଜନା କୁଆଡ଼େ ଗଲା?
୧୯)ଆମ ଗାଁ, ଆମ ବିକାଶ ଯୋଜନାର ଓ ବିଜୁ ଗାଁ ଗାଡିର ଅବସ୍ଥା କଣ ?
୨୦) ଓଡ଼ିଶାରେ ବିକଟ ବେରୋଜଗାରୀ ସମସ୍ୟା କେବେ ଦୂର ହେବ?
୨୧) ଆଦିବାସୀଙ୍କୁ ଲଘୁ ବନଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ନମିଳିବାର କାରଣ କଣ?
୨୨) ବନ୍ୟପ୍ରାଣୀ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ଅଙ୍ଗ ତସ୍କରୀ ବନ୍ଦ କେବେ ତସ୍କରୀ ବନ୍ଦ କେବେ?

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe