ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ସେ ବାପା-ମାଆଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଥିଲେ। ପରେ ବୀରଗୋବିନ୍ଦୁର ସ୍ଥିତ ଦକ୍ଷିଣକାଳୀ ମନ୍ଦିର ଯାଇଥିଲେ। ସେଠାରେ ମାଆଙ୍କ ଆଶୀର୍ବାଦ ନେଇ ପିପିଲ ଶଙ୍କଟମୋଚନ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚାନା କରିଥିଲେ। ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଆଶ୍ରିତ ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ପୁରୀ ଅତିରିକ୍ତ ଜିଲ୍ଲପାଳଙ୍କ […]

bjp

Manoranjan Sial
  • Published: Friday, 26 March 2021
  • , Updated: 26 March 2021, 04:54 PM IST

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ସକାଳେ ସେ ବାପା-ମାଆଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଥିଲେ। ପରେ ବୀରଗୋବିନ୍ଦୁର ସ୍ଥିତ ଦକ୍ଷିଣକାଳୀ ମନ୍ଦିର ଯାଇଥିଲେ। ସେଠାରେ ମାଆଙ୍କ ଆଶୀର୍ବାଦ ନେଇ ପିପିଲ ଶଙ୍କଟମୋଚନ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚାନା କରିଥିଲେ।

ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଆଶ୍ରିତ ନିଜ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ପୁରୀ ଅତିରିକ୍ତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ସେଠାରେ ପ୍ରାର୍ଥିପତ୍ର ଦେଖଲ କରିଥିଲେ। ଏହି ସମୟରେ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ଦାସ ମହାପାତ୍ର, ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର, ନିମାପଡ଼ା ବିଧାୟିକା ପ୍ରାର୍ଥୀ ତଥା ରାଜ୍ୟ ବିଜେପି ଉପ-ସଭାପତି ପ୍ରଭାତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ଘରୁ ବାହାରିବା ବେଳେ ଶ୍ରୀ ଆଶ୍ରିତ ଗଣମାଧ୍ୟମକୁ କହିଥିଲେ-“ରାଜଧାନୀ ଭୁବନେଶ୍ୱର ପାଦଦେଶରେ ରହିଛି ଡେଲାଙ୍ଗ-ପିପିଲି ନିର୍ବାଚନମଣ୍ଡଳୀ। ହେଲେ ଏଠି ବିକାଶର ପାଦ ଚିହ୍ନ ନାହିଁ। ଲୋକେ ପାଣି ମୁନ୍ଦେ ପିଇବାକୁ ପାଉନାହାନ୍ତି। ସ୍କୁଲ ଓ ସ୍ୱାସ୍ଥ୍ୟ କଥା କହିଲେ ନସରେ। ଯଦି ବିକାଶ ହୋଇଛି କେବଳ ବିଜେଡି ନେତାଙ୍କର ବିକାଶ ହୋଇଛି। ଏହାଛଡ଼ା ଏଠାରେ ଦୀର୍ଘ ୩୫ ବର୍ଷ ଧରି ରାଜୁତି କରୁଥିବା ଦୁଇ ନେତୃତ୍ୱ ପ୍ରଦୀପ ମହାରଥୀ ଓ ଯୁଧିଷ୍ଠୀର ସାମନ୍ତରାୟଙ୍କର ବିକାଶ ହୋଇଛି। ଡେଲାଙ୍ଗ-ପିପିଲି ନିର୍ବାଚନମଣ୍ଡଳୀର ଗରିବ ଲୋକଙ୍କର ବିକାଶ ହୋଇନାହିଁ। ଡେଲାଙ୍ଗ-ପିପିଲି ନିର୍ବାଚନମଣ୍ଡଳୀ ଲୋକମାନେ ଶାନ୍ତିପ୍ରିୟ।”

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଯୋଗୁ ସେଠାରେ ହେବ ଉପନିର୍ବାଚନ। ଏପ୍ରିଲ ୧୭ ତାରିଖରେ ହେବ ଉପନିର୍ବାଚନ। ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବିଜେଡିରୁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରର ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Related story