Advertisment

ହାରିବା ଭୟରେ ବିଜେଡି ପିପିଲିରେ ରକ୍ତମୁଖା ହୋଇଛି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ହାରିବା ଭୟରେ ବିଜେଡି ରକ୍ତମୁଖା ହୋଇପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ବିଜେପି ନେତ୍ରୀ ରଶ୍ମୀରେଖା ଦାସ ଓ ବୁଥ୍ ସଭାପତି ସରୋଜ ସେଠୀଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେପି ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ, ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛିା ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ […]

ଅଦ୍ୟତନ ହୋଇଛି
ହାରିବା ଭୟରେ ବିଜେଡି ପିପିଲିରେ ରକ୍ତମୁଖା ହୋଇଛି : ବିଜେପି

pipili

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ ହାରିବା ଭୟରେ ବିଜେଡି ରକ୍ତମୁଖା ହୋଇପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ବିଜେପି ନେତ୍ରୀ ରଶ୍ମୀରେଖା ଦାସ ଓ ବୁଥ୍ ସଭାପତି ସରୋଜ ସେଠୀଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେପି ଦାବି କରିଛି।

Advertisment

ବିଜେପି ଅଭିଯୋଗ କରିଛି ଯେ, ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛିା ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଆଜି ଶାସକ ବିଜେଡିର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଆକ୍ରମଣ କରିବା ସହ ଏହି ଅଂଚଳ ଛାଡ଼ି ଚାଲିଯିବା ପାଇଁ ଧମକ ଦେଇଛନ୍ତିା ଏନେଇ ବିଜେପି ପକ୍ଷରୁ ଆଜି ପିପିଲି ଥାନାରେ ଏକ ଏତଲା ମଧ୍ୟ ଦିଆଯାଇଛିା

ସମଗ୍ର ରାଜ୍ୟରେ ଶାସକ ବିଜେଡି କ୍ରମାଗତ ଭାବେ ହିଂସା ସୃଷ୍ଟି କରିବା ସହ ବିଜେପିର ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରୁଛନ୍ତି । ପିପିଲିରେ ୨୦୧୯ ସାଧାରଣ ନିର୍ବାଚନର ପୁନରାବୃତ୍ତି ଦେଖିବାକୁ ମିଳିଛି। ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ସହଯୋଗୀ ତନ୍ମୟ ସ୍ୱାଇଁଙ୍କ ଇଙ୍ଗିତରେ ବିଜେପି ନେତ୍ରୀ ଓ ବୁଥ ସଭାପତିଙ୍କୁ ଆକ୍ରମଣ କରାଯାଇଛି। ବିଗତ ୨-୩ ଦିନ ତଳେ ସହଜପୁର ପଂଚାୟତରେ ଗଣ୍ଡଗୋଳ ହେବାପରେ ପୁଲିସ ତା’ର ପାଟ୍ରୋଲିଂକୁ ଜୋରଦାର କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଶାସକ ଦଳ ଚାପରେ ପୁଲିସ ତା’ର କାର୍ଯ୍ୟ ସଠିକ୍ ଢଙ୍ଗରେ କରୁନାହିଁ। ଶାସକ ବିଜେଡି ଏଠି ଦ୍ୱିତୀୟ ନନ୍ଦିଗ୍ରାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛି ଏବଂ ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି।

Advertisment

ବୁଥ୍ ସଭାପତି ସରୋଜ ସେଠୀ ଜଣେ ହରିଜନ ଲୋକ ହୋଇଥିବାରୁ ଶାସକ ବିଜେଡିର କର୍ମୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ଯୋଗୁଁ ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଛନ୍ତି। ଏ ଦିଗରେ ପୁଲିସ ପ୍ରଶାସନ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ଶାନ୍ତିପୂର୍ଣ୍ଣଭାବେ କିପରି ନିର୍ବାଚନ ହେବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ବିଜେପି ଦାବି କରିଛି। ବିଶେଷକରି ସହଜପୁର ପଂଚାୟତରେ ପୁଲିସ ପେଟ୍ରୋଲିଂକୁ ବ୍ୟାପକ କରାଯାଉ ତଥା ବିଜେପି ବୁଥ୍ ସଭାପତି ସରୋଜ ସେଠୀ ଓ ତାଙ୍କ ପରିବାରକୁ ୨୪ ଘଂଟିଆ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ବିଜେପି ଦାବି କରିଛି।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe