Advertisment

ରାଜଧାନୀରୁ ୨୦କିମି ଦୂର ପିପିଲିରେ ବିକାଶ ବହୁ ଦୂରରେ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପ୍ରଚାରର ଶେଷଦିନରେ ବିଜେପି,କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ପିପିଲିରେ ପ୍ରଚାରରେ ଶେଷଦିନରେ କଂଗ୍ରେସର ବହୁ ହେଭିୱେଟ୍ ନେତା ମଇଦାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିବାବେଳେ ବିଜେଡି ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କ ମାଧ୍ୟମରେ ପ୍ରଚାର କରିଛି। ବିଜେପି ମଧ୍ୟ ପିପିଲିରେ ବିକାଶକୁ ପ୍ରସଙ୍ଗ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ପିପିଲିରେ ଦଳୀୟ ପ୍ରାର୍ଥୀ ଆଶ୍ରିତ […]

ପ୍ରବାସୀଙ୍କ ପାଇଁ ଟିଏମସି ପୁଣି କାର୍ଯ୍ୟକାରୀ କରାଯାଉ: ସମୀର

sameer-mohanty

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପ୍ରଚାରର ଶେଷଦିନରେ ବିଜେପି,କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ପିପିଲିରେ ପ୍ରଚାରରେ ଶେଷଦିନରେ କଂଗ୍ରେସର ବହୁ ହେଭିୱେଟ୍ ନେତା ମଇଦାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିବାବେଳେ ବିଜେଡି ନିଜର ମନ୍ତ୍ରୀ ଓ ବିଧାୟକମାନଙ୍କ ମାଧ୍ୟମରେ ପ୍ରଚାର କରିଛି। ବିଜେପି ମଧ୍ୟ ପିପିଲିରେ ବିକାଶକୁ ପ୍ରସଙ୍ଗ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଛି।

Advertisment

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ପିପିଲିରେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପ୍ରଚାର କରିବା ସହ ପିପିଲି ନିର୍ବାଚନମଣ୍ଡଳୀରେ ବିକାଶ ବହୁ ଦୂରରେ ବୋଲି କହିଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ମାତ୍ର ୨୦କିମି ଦୂରରେ ପିପିଲିର ବିକାଶର ସ୍ଥିତି ଯାହା ତାହା ସମଗ୍ର ରାଜ୍ୟର ନବୀନ ପଟ୍ଟନାୟକ ସରକାର ଅସଲ ମୁଖା ଖୋଲି ଦେଇଛି। ପିପିଲି-ଡେଲାଙ୍ଗ ଅଂଚଳର ବିକାଶ ଆଜି ମଧ୍ୟ ବହୁ ଦୂରରେ ପରିଲକ୍ଷିତ ହେବା ଅତ୍ୟନ୍ତ ଲଜ୍ଜାଜନକ।

ପିପିଲି ଚାନ୍ଦୁଆ ପାଇଁ ବିଶ୍ୱବିଖ୍ୟାତ। ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବଂ ଅସହଯୋଗ କାରଣରୁ ବିଶ୍ୱବିଖ୍ୟାତ ପିପିଲି ଚାନ୍ଦୁଆ କାରୁକାର୍ଯ୍ୟ ଆଜି ଧ୍ୱଂସାଭିମୁଖୀ। ସେହିପରି ଏକଦା ରାଜଧାନୀ ଭୂବନେଶ୍ୱର ତଥା ଆଖପାଖ ଅଂଚଳକୁ ପନିପରିବା ଯୋଗାଇ ଆସୁଥିବା ପିପିଲି-ଡେଲାଙ୍ଗ ଅଂଚଳରେ ଜଳସେଚନ ଅଭାବରୁ ଆଜି ଚାଷ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ । ଛାଷୀ ଭାଇଭଉଣୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିନାହିଁ ।

Advertisment

ରାଜ୍ୟର ଉପାନ୍ତ ଅଂଚଳରେ ଥିବା ରାସ୍ତାଘାଟରୁ ନିମ୍ନମାନର ରାସ୍ତାଘାଟ ପରିଲକ୍ଷିତ ହେଉଛି । ସାମାନ୍ୟ ବର୍ଷା ପାଣି କାରଣରୁ ଗମନାଗମନ ଓ ଯାତାୟତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ। ଏହି ଅଂଚଳବାସୀ ବାସଗୃହ, ପାନୀୟ ଜଳ, ରାସ୍ତାଘାଟ, ସ୍ୱାସ୍ଥ୍ୟ ସେବା ଭଳି ମୈାଳିକ ସୁବିଧା ପାଇବାକୁ ବଂଚିତ ହେଉଛନ୍ତିା ଫନୀ ବାତ୍ୟା ବିତିବାର ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ ସୁଦ୍ଧା ଅଂଚଳର ଗରିବ ଲୋକଙ୍କ ସମସ୍ୟା ବର୍ତମାନ ମଧ୍ୟ ଆଖି ସମ୍ମୁଖରେ ଦୃଶ୍ୟମାନ ହେଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ।

କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ରାଜ୍ୟବାସୀଙ୍କୁ ବୋକା ବନାଇବା ସହ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଶାସକ ବିଜେଡିର କାର୍ଯ୍ୟକର୍ତା ଏବଂ ନେତୃବୃନ୍ଦ ହଡ଼ପ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ବାଚନ ସମୟରେ ମିଛ କଥା ଓ ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କ ଭୋଟ ହାତେଇ ବିଜେଡି ବାରମ୍ବାର ପ୍ରତାରଣ ଦେଇ ଆସୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପ୍ରଚାର ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଶରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe