ବିଶାଳ ବିଜୟ ଲକ୍ଷ୍ୟରେ ବିଜେପି: ସଙ୍କଟରେ ବିଜେଡି, ମହଙ୍ଗା ପଡ଼ିଲା ଅନଭିଜ୍ଞଙ୍କ ମାମଲାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ବିପୁଳ ବିଜୟ ଲକ୍ଷ୍ୟରେ ବିଜେପି ଅଗ୍ରସର ହେଉଛି । ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶାସକ ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଟକ୍କର ଦେଇ ଏକତରଫା ବିଜୟ ଲକ୍ଷ୍ୟରେ ଅଗ୍ରସର ହେଉଛନ୍ତି । ତେବେ ଧାମନଗରରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଶାସକ ବିଜେଡି ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ବର୍ଷର ଶାସନ, ୨୫ବର୍ଷର ନେତୃତ୍ୱ ଓ ସଂଗଠନ ପରିଚାଳନା […]

Naveen

Naveen

Ordigital Desk
  • Published: Sunday, 06 November 2022
  • Updated: 06 November 2022, 03:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ବିପୁଳ ବିଜୟ ଲକ୍ଷ୍ୟରେ ବିଜେପି ଅଗ୍ରସର ହେଉଛି । ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶାସକ ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଟକ୍କର ଦେଇ ଏକତରଫା ବିଜୟ ଲକ୍ଷ୍ୟରେ ଅଗ୍ରସର ହେଉଛନ୍ତି । ତେବେ ଧାମନଗରରେ ବିଜେପି ପ୍ରାର୍ଥୀଙ୍କ ବିଜୟ ଶାସକ ବିଜେଡି ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ବର୍ଷର ଶାସନ, ୨୫ବର୍ଷର ନେତୃତ୍ୱ ଓ ସଂଗଠନ ପରିଚାଳନା ଉପରେ କଳାଦାଗ ଲଗାଇଛି । ଏହାସହିତ ବିଜେଡିରେ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡ଼େ ବିଜୁ ପ୍ରେମୀ ଓ ନବୀନ ପଟ୍ଟନାୟକଙ୍କ ଖାସ୍ ଅନୁଗତମାନଙ୍କୁ ଅଣଦେଖା କରାଯିବା ଓ ଦଳରେ ବରିଷ୍ଠ ନେତାମାନେ କୋଣଠେସା କରାଯିବାର ପ୍ରତିଫଳନ ଧାମନଗର ନିର୍ବାଚନୀ ଫଳାଫଳରେ ସ୍ପଷ୍ଟ ଭାବେ ପ୍ରତୀତ ହୋଇଛି । ନିଜର ନିର୍ମଳ ଭାବମୂର୍ତ୍ତିକୁ ଆଧାର କରି ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେଉଥିବାବେଳେ ‘ଚଟୂ ଆମିଷ ବେଂଟ ନିରାମିଷ’ ଢଙ୍ଗରେ ଅପାରଗ ଓ ଦୁର୍ନୀତିଗ୍ରସ୍ତଙ୍କ ମାଧ୍ୟମରେ ସଂଗଠନ ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା କରିବାର ମୂଲ୍ୟ ମଧ୍ୟ ଶାସକ ବିଜେଡିକୁ ଦେବାକୁ ପଡ଼ିଥିବା ରାଜନୀତିକ ମହଲରେ ଚର୍ଚ୍ଚା ।
ବିଜେଡି ସୂତ୍ର ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପରଠୁ ଦଳୀୟ ସଂଗଠନ କାର୍ଯ୍ୟରୁ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଦୂରେଇ ରହିବା ଓ ନିଜର ବ୍ୟକ୍ତିଗତ ସଚିବ ତଥା ପରାମର୍ଶଦାତାଙ୍କ ମାଧ୍ୟମରେ ସଂଗଠନକୁ ପରିଚାଳନା କରିବାର ସୁଯୋଗ ଦେବା ହିଁ ବିଜେଡି ପତନର ଅୟଂଆରମ୍ଭର ମୁଖ୍ୟ କାରଣ ହୋଇଛି। ଏକ କୋଟି ସଦସ୍ୟ ବିଶିଷ୍ଟ ଦଳର ନେତୃତ୍ୱ ନବୀନ ନେଉଥିଲେ ମଧ୍ୟ ତାଙ୍କୁ କୌଣସି ଦଳୀୟ ନେତା ଭେଟିବା ଓ ଫୋନ୍ କରିବାର ସୁଯୋଗ ନଥିବା, ଏପରିକି ତାଙ୍କ ପରାମର୍ଶଦାତାଙ୍କୁ ସାକ୍ଷାତ ଓ ଫୋନ୍ କରିବାର ସୁଯୋଗରୁ ଦଳର ଆଗଧାଡ଼ିର ନେତାମାନେ ବଂଚିତ ହୋଇ ଏକପ୍ରକାର  ତୀବ୍ର ଅସନ୍ତୋଷ ମଧ୍ୟ ଦେଇ ଗତି କରୁଛନ୍ତି । ଉଭୟ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ସହ ଯୋଗାଯୋଗର କୌଣସି ମାଧ୍ୟମ ନଥିବା ଏବଂ ସଂଗଠନ ସମ୍ପାଦକ ନାଁରେ ନବାଗତ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିର ସର୍ବେସର୍ବା ବୋଲି ସ୍ୱୀକାର କରିବା ନିମନ୍ତେ ଏକପ୍ରକାର ବାଧ୍ୟ କରାଯିବାର ଫଳ ଏବେ ବିଜେଡିକୁ ତଳିତଳାନ୍ତ କରିବାରେ ଲାଗିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପରାମର୍ଶଦାତାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ରହିବା ଓ ସମ୍ପୃକ୍ତ ପରାମର୍ଶଦାତା ମଧ୍ୟ ସବୁ ବର୍ଗ ଓ ଗୋଷ୍ଠୀର ନେତାମାନଙ୍କୁ ସାଙ୍ଗରେ ନନେଇ ଅନଭିଜ୍ଞ ପ୍ରଣବ ପ୍ରକାଶଙ୍କୁ ସଂଗଠନ କାର୍ଯ୍ୟରେ ଅନାବଶ୍ୟକ ‘ହିରୋ’ କରିବାର  ମୂଲ୍ୟ ଏବେ ବିଜେଡିକୁ ଭୋଗିବାକୁ ପଡ଼ିଛି । ଯାହାକି ଦୀର୍ଘ ୨୨ବର୍ଷ ଧରି ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ଲୋକପ୍ରିୟ ଶାସନକୁ ଶକ୍ତ ଚାପୁଡ଼ା ସଦୃଶ ହୋଇଛି ।
ଧାମନଗର ଉପନିର୍ବାଚନରେ ବିଜେଡିର ତଥାକଥିତ ନେତୃତ୍ୱ ଭୋଟ୍ ଜିତିବା ନିମନ୍ତେ ଯେଉଁ ସବୁ ପରୀକ୍ଷା କରିଛନ୍ତି ତାହା ଫେଲ୍ ମାରିଛି । ମିଶନ ଶକ୍ତି ନାଁରେ ମହିଳାଙ୍କୁ ଟିକେଟ୍ ଦେବା, ଦଳର ପୁରୁଣା ନେତା(ରାଜେନ୍ଦ୍ର ଦାସ)ଙ୍କୁ ଶେଷ ମୁହୂର୍ତ୍ତରେ ଅପମାନିତ କରି ଟିକେଟରୁ ବଂଚିତ କରିବା, ଚିଟଫଣ୍ଡଠୁ ଖଣି ଦୁର୍ନୀତି ଓ ଗ୍ୟାଙ୍ଗଷ୍ଟର ସହ ସମ୍ପର୍କରେ ବିବାଦୀୟ ପ୍ରଣବ ବଳବନ୍ତରାୟଙ୍କ ଧାମନଗର ନିର୍ବାଚନ ପରିଚାଳନା ଭାର ଦେବା, ବିଭିନ୍ନ ଘଟଣାରେ ବିବାଦୀୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଧାମନଗର ମାମଲାରେ ମାତ୍ରାଧିକ ହସ୍ତକ୍ଷେପର ସୁଯୋଗ ଦେବା, ଆଉ ସର୍ବୋପରି ଆଚରଣ ଓ ଉଚ୍ଚାରଣରେ ଆକାଶପାତାଳ ଫରକ ଥିବା ଅନଭିଜ୍ଞ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସଂଗଠନ ଓ ନିର୍ବାଚନ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବାର ପରିଣାମ ଏବେ କେବଳ ନବୀନ ପଟ୍ଟନାୟକ ନୁହଁନ୍ତି ବରଂ ବିଜେଡି ସହ ଜଡ଼ିତ ଥିବା କୋଟିଏ ସଦସ୍ୟଙ୍କ ପାଇଁ ଶକ୍ତ ଚାପୁଡ଼ା ହୋଇଛି ।
ଧାମନଗରବାସୀ ବିଜେଡିର ପୁରୁଣା ସଂଗଠକ ରାଜେନ୍ଦ୍ରଙ୍କ ସହ ବିଶ୍ୱାସଘାତକତାକୁ ସହଜରେ ହଜମ କରିପାରିନାହାନ୍ତି । ଯଦିଓ ରାଜେନ୍ଦ୍ରଙ୍କୁ ଆଶାନୁରୂପ ଭୋଟ୍ ମିଳିନି ତଥାପି ବିଜେଡି ବିରୁଦ୍ଧରେ ତଥା ଏହି ଅପାରଗ ଓ ଆତ୍ମଘୋଷିତ ନେତାମାନଙ୍କୁ ମୁହଁତୋଡ଼ ଜବାବ ଦେବାରେ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିଛନ୍ତି । ନବୀନଙ୍କ ନାଁ ଓ ପ୍ରଶାସନର ସହଯୋଗରେ ନିର୍ବାଚନ ଜିତିବାର ମାତ୍ରାଧିକ ଆତ୍ମବିଶ୍ୱାସ ମଧ୍ୟ ବିଜେଡି ପରାମର୍ଶଦାତା ଓ ବିଜେଡିର ସଂଗଠନ ସମ୍ପାଦକଙ୍କୁ ମହଙ୍ଗା ପଡ଼ିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧାମନଗର ଉପନିର୍ବାଚନରେ ଯାଜପୁର ଜିଲ୍ଲାର ମାତ୍ରାଧିକ ମାମଲାତି ଏବଂ ଛାତ୍ର ଓ ଯୁବ ବିଜେଡି ନେତାମାନଙ୍କର ନିର୍ବାଚନୀ ପ୍ରଚାର ଆଳରେ ଏକରକମର ପିକନିକକୁ ମଧ୍ୟ ଧାମନଗରବାସୀ କଡ଼ା ଜବାବ ଦେଇଛନ୍ତି ।
ଅନ୍ୟପକ୍ଷରେ ଏହି କୁଚକ୍ରୀ ଗୋଷ୍ଠୀଙ୍କ ବିଶ୍ୱାସଘାତକତାର ଶିକାର ହୋଇ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ ବିଜେଡିର ପୁରୁଣା ତଥା ଅସନ୍ତୁଷ୍ଟ ନେତାମାନଙ୍କୁ ଆଗକୁ ଆସିବାର ସାହସ ଦେଇଛନ୍ତି । ସେହିପରି ଗତ ୨ଦିନ ତଳେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କର ବ୍ରହ୍ମଗିରିରେ ବିଶାଳ ପଦଯାତ୍ରା ଓ ସମାବେଶ, ଗତ ସପ୍ତାହରେ ପାଟଣାଗଡ଼ରେ କଳିକେଶ ସିଂହଦେଓଙ୍କ ପଦଯାତ୍ରା, ନବୀନଙ୍କ ଏକାନ୍ତ ସହଯୋଗୀ ଥିବା ପ୍ରଦୀପ ପାଣିଗ୍ରାହୀଙ୍କର ପ୍ରଦୀପ ସେନା ଗଠନ, ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ହୋଇ ମଧ୍ୟ ପ୍ରତାପ ଜେନା ଧାମନଗର ନିର୍ବାଚନରୁ ଦୂରେଇ ରହିବା ଭଳି ଘଟଣା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ମାମଲାତିକୁ ଶକ୍ତ ଧକ୍କା ଦେଇଛି ଓ ବିଜେଡି ପତନର ଅୟଂଆରମ୍ଭର ସଙ୍କେତ ଦେଇଛି ।
ଦଳର ସବୁବର୍ଗର ନେତାଙ୍କ ପରିବର୍ତ୍ତେ ବିଭିନ୍ନ କେଳେଙ୍କାରୀରେ ବିବାଦୀୟ ନେତା ବିଶେଷକରି ଜଣେ ଅନଭିଜ୍ଞ ଓ ଅପାରଗ ନେତାଙ୍କୁ ବିଜେଡିର ସର୍ବେସର୍ବା ବା ‘ହିରୋ’ କରିବା ନିମନ୍ତେ ବିଜେଡି ପରାମର୍ଶଦାତାଙ୍କ ଜିଦଖୋର ଆଭିମୁଖ୍ୟ ହିଁ ଏବେ ବିଜେଡିକୁ ତଳିତଳାନ୍ତ କରିବାରେ ଲାଗିଛି । ଏବେଠୁ ନିଜକୁ ନସୁଧରିଲେ ବିଜେଡି ଖୁବଶୀଘ୍ର ଓଡ଼ିଶାରେ ‘ଜନତା ଦଳ’ର ସ୍ଥିତି ଭୋଗିବ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story