'ଟୁଲକିଟ୍' ବିବାଦ: ସମ୍ୱିତ ପାତ୍ରଙ୍କ ଖୁଲାସା ପରେ କଂଗ୍ରେସ କ୍ଲିନ୍ ବୋଲ୍ଡ !

ନୂଆଦିଲ୍ଲୀ: ଧାରା ୩୭୦, ଟ୍ରିପଲ ତଲାକ, ରାଫେଲ୍ ବିବାଦ, ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ୍ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦି ସରକାରକୁ ଘେରିବା ପାଇଁ ଚେଷ୍ଟା କରି କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନ ବେଳେ ପରିଣାମ ଭୋଗି ସାରିଛି। ଆଉ ନିର୍ବାଚନ ପରେ ପରେ ଦେଶ ଏବେ କରୋନା ମହାମାରୀର ସାମ୍ନା କରୁଛି। ଏହି ଅଦୃଶ୍ୟ ଭାଇରସ ବିରୋଧରେ ଲଢ଼ିବାକୁ ଯାଇ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି।  ଆଉ ଏହାକୁ ମୌକା ଭାବି କଂଗ୍ରେସ ନିଜର […]

sambit-rahul

sambit-rahul

Subhransu Sekhar
  • Published: Wednesday, 19 May 2021
  • Updated: 19 May 2021, 10:14 PM IST

Sports

Latest News

ନୂଆଦିଲ୍ଲୀ: ଧାରା ୩୭୦, ଟ୍ରିପଲ ତଲାକ, ରାଫେଲ୍ ବିବାଦ, ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ୍ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦି ସରକାରକୁ ଘେରିବା ପାଇଁ ଚେଷ୍ଟା କରି କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନ ବେଳେ ପରିଣାମ ଭୋଗି ସାରିଛି। ଆଉ ନିର୍ବାଚନ ପରେ ପରେ ଦେଶ ଏବେ କରୋନା ମହାମାରୀର ସାମ୍ନା କରୁଛି। ଏହି ଅଦୃଶ୍ୟ ଭାଇରସ ବିରୋଧରେ ଲଢ଼ିବାକୁ ଯାଇ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି।  ଆଉ ଏହାକୁ ମୌକା ଭାବି କଂଗ୍ରେସ ନିଜର ବ୍ୟାଡ୍ ଇମେଜକୁ ଗୁଡ୍ ଇମେଜ କରିବାରେ ବ୍ୟସ୍ତ ବୋଲି ବିଜେପି ଏକ ଡକ୍ୟୁମେଣ୍ଟ ଜାରି କରି କହିଛି। ଯଦିଓ କଂଗ୍ରେସ ଏହି ଟୁଲକିଟକୁ ଜାଲ୍ ଆଉ କଂଗ୍ରେସ ବିରୋଧରେ ଶାସକ ବିଜେପିର ଷଡ଼ଯନ୍ତ୍ର ବୋଲି କହି ଥାନାରେ ବିଜେପି ସଭାପତି ଜେପି ନଡ୍ଡା ଓ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ପୁରାଇଦେବାକୁ ଧମକ ଦେଇଛି। ହେଲେ ବିଜେପି ମଧ୍ୟ ଏହାକୁ ନେଇ ଆହୁରି ଆକ୍ରାମଣାତ୍ମକ ମୁହାଁ ହୋଇଛି। ଏବେ ବିଜେପି ଏହି ଟୁଲକିଟର ମୁଖ୍ୟ ଅଥର ବା ଲେଖକ କିଏ କହିଛି। ଯାହାକୁ ନେଇ ହାତ ପାର୍ଟି ନିରବ ରହିଛି।

ଆଉ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଟୁଲକିଟର ତଦନ୍ତ ହେଉ ଯଦି କଂଗ୍ରେସ ଏଭଳି 'ହୀନ' ରାଜନୀତି କରୁଥିବ ତାହେଲେ କଂଗ୍ରେସ ପାର୍ଟିର ଲାଇସେନ୍ସ ରଦ୍ଦ ହେଉ ବୋଲି ଆବେଦନ ହୋଇଛି।

ବିଜେପି କହିଛି, ମୋଦିଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ କଂଗ୍ରେସ ଯେଉଁ ଟୁଲକିଟ୍ ତିଆରି କରିଛି ଏହାର ମୁଖ୍ୟ ଲେଖକ ସୌମ୍ୟା ବର୍ମା। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ମୋଦିଙ୍କ ଘର କହି କଂଗ୍ରେସ ଯେଉଁ ଖରାପ ଭାବମୂର୍ତ୍ତି ତିଆରି କରିବାକୁ ଷଡ଼ଯନ୍ତ୍ର କରିଥିଲା ତାର ମୁଖ୍ୟ ନାୟିକା ସୌମ୍ୟା ବର୍ମା। ସେ କଂଗ୍ରେସ ସାଂସଦ ପ୍ରଫେସର ରାଜୀବ ଗୌଡ଼ାଙ୍କ କାର୍ଯ୍ୟାଳୟ ସହିତ ଜଡ଼ିତ। ରାଜୀବଙ୍କ ନେତୃତ୍ୱରେ ଏଆଇସିସିର ରିସର୍ଚ୍ଚ ଓ୍ୱିଙ୍ଗ ପରିଚାଳିତ ହୁଏ।

ଖାଲି ଏତିକି ନୁହେଁ କାଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଏବଂ ଆମେଠିର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ସୌମ୍ୟା ବର୍ମାଙ୍କୁ ଜାଣିନଥିବା କହିପାରନ୍ତି ତେଣୁ ବିଜେପି ମୁଖପାତ୍ର ସୌମ୍ୟା ବର୍ମାଙ୍କ ସହିତ କଂଗ୍ରେସର ବଡ଼ ବଡ଼ ନେତାଙ୍କ ସହ ଫଟୋ ଜାରି କରିଛନ୍ତି। ଯେଉଁଥିପେ ସୌମ୍ୟା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ଥିବା ଦେଖିବାକୁ ମିିଳିଛି। ସୌମ୍ୟାଙ୍କ ଫେସବୁକ ପ୍ରୋଫାଇଲରେ କଂଗ୍ରେସ ନେତାଙ୍କ ପ୍ରତି କିଭଳି ଗଦଗଦ ହୋଇ ପ୍ରଶଂସା କରିଛନ୍ତି ତାର ଉଦାହରଣ ମଧ୍ୟ ଦେଇଛନ୍ତି ସମ୍ୱିତ ପାତ୍ର।

ସେହିପରି କରୋନାରେ ଆକ୍ରାନ୍ତ ଥିବା ରାହୁଲ୍ ଗାନ୍ଧୀ ମେ ମାସରେ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ କୋଭିଡ ଜାଗାରେ ରାହୁଲ୍ ମୋଭିଡ ଲେଖିଥିବା ଦେଖିବାକୁ ମିଳିଛି। ସେହିପରି ରାହୁଲ ଡବଲ ମ୍ୟୁଟାଣ୍ଟକୁ ଇଣ୍ଡିଆନ୍ ଭାରିଆଣ୍ଟ କହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ଇଣ୍ଡିଆନ୍ ଭାରିଆଣ୍ଟ କହି ନିଜର ଇମେଜ ବିଲ୍ଡିଂ ପାଇଁ ଦେଶକୁ ବଦନାମ କରିବାକୁ ପଛାଇ ନଥିବା ସମ୍ୱିତ ପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଭାରତରେ ଦେଖାଦେଇଥିବା କରୋନାର B.1.617 ଭାରିଆଣ୍ଟକୁ ମୋଦି ଷ୍ଟ୍ରେନ୍ କହି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବାକୁ କଂଗ୍ରେସ ଷଡ଼ଯନ୍ତ୍ର କରିଥିବା ବିଜେପି ଦାବି କରିଛି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଇଣ୍ଡିଆନ୍ ଷ୍ଟ୍ରେନ କୁହାଯାଇପାରିବନି ବୋଲି ସ୍ପଷ୍ଟ ରୂପେ କହିଛି। ଯଦିଓ ଟୁଲକିଟ୍ ଧରାପଡିବା ପରେ କଂଗ୍ରେସ ବାଉଳି ଚାଉଳି ହୋଇ ବିଜେପିର ଅଭିଯୋଗକୁ ମିଛ କହିଛି। ହେଲେ ଟୁଲକିଟରେ ବ୍ୟବହୃତ ଭାଷା ପୂର୍ବରୁ କଂଗ୍ରେସ ନେତାମାନେ ବ୍ୟବହାର କିଭଳି କରୁଛନ୍ତି ବୋଲି ସମ୍ୱିତ ପାତ୍ର ଆଜି ଦେଖାଇଛନ୍ତି। ଯାହାକି କଂଗ୍ରେସ ଶିବିରରେ ଭୂମିକମ୍ପ ଆଣିଛି। ଆଉ ଏବେ ଦଳ ଏନେଇ କୌଣସି ପ୍ରତିକ୍ରିୟା ନଦେଇ ନିରବ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story