Advertisment

ସୋଶାଲ ମିଡିଆରେ ବିଜେଡିର କଟାକ୍ଷ, ଅପରାଜିତା ଦେଲେ ଜବାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ) ବାଇ-ଲ’କୁ ବିରୋଧ କରି ବିଜେଡି ଆଜି ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ କରିଛି। ଟ୍ୱିଟରରେ ‘ଅପରାଜିତାମିସିଂ’ ନାଁରେ ହ୍ୟାସଟ୍ୟାଗ୍ କରି ବିଜେଡି ଆଜି ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ‘ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ନିରବତାକୁ ଟାର୍ଗେଟ୍ କରିଥିବାବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ପାଲଟା ଜବାବ ଦେଇଛନ୍ତି। ବିକାଶର ରାଜନୀତିକୁ ବିଜେପି ସ୍ୱାଗତ କରେ, କିନ୍ତୁ ଏବେ ଏକାମ୍ର କ୍ଷେତ୍ରରେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ସୋଶାଲ ମିଡିଆରେ ବିଜେଡିର କଟାକ୍ଷ, ଅପରାଜିତା ଦେଲେ ଜବାବ

bjpleader

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ) ବାଇ-ଲ’କୁ ବିରୋଧ କରି ବିଜେଡି ଆଜି ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ କରିଛି। ଟ୍ୱିଟରରେ ‘ଅପରାଜିତାମିସିଂ’ ନାଁରେ ହ୍ୟାସଟ୍ୟାଗ୍ କରି ବିଜେଡି ଆଜି ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ‘ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କ ନିରବତାକୁ ଟାର୍ଗେଟ୍ କରିଥିବାବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ପାଲଟା ଜବାବ ଦେଇଛନ୍ତି। ବିକାଶର ରାଜନୀତିକୁ ବିଜେପି ସ୍ୱାଗତ କରେ, କିନ୍ତୁ ଏବେ ଏକାମ୍ର କ୍ଷେତ୍ରରେ ଯାହା ଚାଲିଛି ତାହା ଶାସନର ଅପରିପକ୍ୱତା ବୋଲି କହିଛନ୍ତି।

Advertisment

ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଏନଏମଏ ବାଇ-ଲ’କୁ ବିରୋଧ କରି ବିଜେଡି ଆଜି ସକାଳୁ ସୋଶାଲ ମିଡିଆରେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଟାର୍ଗେଟ୍ କରିଥିଲା। ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ପାଇଁ ହେଉଥିବା ପ୍ରୟାସ ଓ ସାଂସଦ ଅପରାଜିତାଙ୍କ ନିରବତାକୁ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଟ୍ୱିଟରରେ କଡ଼ା ସମାଲୋଚନା କରିବାପରେ ବିଜେଡି ସାଧାରଣ ସମ୍ପାଦକ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଟ୍ୱିଟରେ ‘ଅପରାଜିତାମିସିଂ’ ନାଁରେ ଏକ ହ୍ୟାସଟ୍ୟାଗ୍ ଅଭିଯାନ ଆରମ୍ଭ କରିଥିଲେ।

ଶ୍ରୀମତୀ ମିଶ୍ର ଟ୍ୱିଟ୍ କରି କହିଥିଲେ ଯେ, ପର୍ଯ୍ୟଟନ ମାନଚିତ୍ରରେ ଏକାମ୍ର କ୍ଷେତ୍ର ସ୍ୱତନ୍ତ୍ର ପରିଚୟ ପାଇଥିବାବେଳେ ଏହି ଗୌରବମୟ କୀର୍ତ୍ତିରାଜିକୁ ବିଶ୍ୱଦରବାରରେ ପ୍ରଚାର ପ୍ରସାର କରିବା ପରିବର୍ତ୍ତେ ଜାତୀୟ ଐତିହ୍ୟ ପ୍ରାଧିକରଣ ଓ ଏଏସଆଇ କର୍ତ୍ତୃପକ୍ଷ ଅଙ୍କୁଶ ଲଗାଉଛନ୍ତି। ଏକାମ୍ର କ୍ଷେତ୍ରର ଭିତ୍ତିଭୂମି ବିକାଶ ଚାଲିଥିବାବେଳେ ଏଥିରେ ଷଡ଼ଯନ୍ତ୍ର କରି ବାଧା ସୃଷ୍ଟି କରାଯାଉଛି। ବିକାଶର ଏଭଳି ଦୋମୁହାଁ ପରିଭାଷା ପାଇଁ ସେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଦାୟୀ କରି ଏହି ପ୍ରସଙ୍ଗରେ ସେ କାହିଁକି ଉଭାନ ବୋଲି ପ୍ରଶ୍ନ କରିଛନ୍ତି। ଏହା ଓଡ଼ିଆଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ ବୋଲି ଶ୍ରୀମତୀ ମିଶ୍ର ଟ୍ୱିଟ କରି କହିଥିଲେ।

Advertisment

ବିଜେଡି ମୁଖପାତ୍ର ଶ୍ରୀମତୀ ମିଶ୍ରଙ୍କ ଏହି ଟ୍ୱିଟକୁ ତାଙ୍କ ଦଳ ପକ୍ଷରୁ ବହୁଳ ଭାବେ ଶେୟାର କରାଯାଇଥିଲା। ବିଜେଡି ସମର୍ଥିତ କେତେକ ସେବାୟତ ମଧ୍ୟ ସାଂସଦଙ୍କୁ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ, ସୋଶାଲ ମିଡିଆରେ ବିଜେଡିର ଏଭଳି କଟାକ୍ଷର କଡ଼ା ଜବାବ ରଖିଛନ୍ତି ସାଂସଦ ଅପରାଜିିତା ଷଡ଼ଙ୍ଗୀ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସବୁପ୍ରକାରର ବିରୋଧ ଓ ସମାଲୋଚନାକୁ ସେ ସବୁବେଳେ ସ୍ୱାଗତ କରନ୍ତି। ଏବେ ସଂସଦ ଅଧିବେଶନ ଥିବାରୁ ଦିଲ୍ଲୀରେ ଅଛନ୍ତି। ଆସନ୍ତା ୧୫ତାରିଖରେ ସେ ଭୁବନେଶ୍ୱର ଯିବେ ଓ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ପ୍ରସଙ୍ଗରେ ନିଜେ ଅନୁସନ୍ଧାନ କରି ସମସ୍ତଙ୍କ ସହ ଆଲୋଚନା କରିବେ। ସେ ବିନା ତର୍କ ଓ ତଥ୍ୟରେ କିଛି କାର୍ଯ୍ୟ କରନ୍ତି ନାହିଁ କି କୁହନ୍ତି ନାହିଁ। ବିଜେପି ସର୍ବଦା ବିକାଶର ରାଜନୀତି କରେ ଓ ଏହାକୁ ଉତ୍ସାହିତ ମଧ୍ୟ କରେ। ମାତ୍ର ବିକାଶ କାର୍ଯ୍ୟ ବି ଆଇନର ଗଣ୍ଡି ମଧ୍ୟରେ ହେବା ଦରକାର। ପ୍ରଶାସନିକ କଳ କିଛିଟା ପାଠପଢ଼ି କାମ କରିବା କଥା। ଶାସନର ଅପରିପକ୍ୱତା ଯୋଗୁ ଏଭଳି ସମସ୍ୟା ହୋଇଛି ବୋଲି ସେ ଅନୁଭବ କରୁଛନ୍ତି। ତେବେ ସେ ଏକାମ୍ର କ୍ଷେତ୍ରକୁ ଯାଇ ସ୍ଥିତିର ଅନୁଧ୍ୟାନ କଲାପରେ ଯାହାକିଛି ମନ୍ତବ୍ୟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ବିନ୍ଦୁସାଗର ପୁନୁରୁଦ୍ଧାର ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ମନ୍ତ୍ରୀ ଅଶୋକ ପଣ୍ଡା ସିଧାସଳଖ ମୁହାଁମୁହିଁ ହୋଇଥିଲେ। ଚଳିତଥର ବିଜେଡି କିନ୍ତୁ ସୋଶାଲ ମିଡିଆ ମାଧ୍ୟମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଛି।