Advertisment

ମମିତା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ଇତିମଧ୍ୟରେ ୨୧ ଦିନ ବିତିଯାଇଛି। ଏଥିରେ ରାଷ୍ଟ୍ର ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସିଛି। ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ନମିଳିବାରୁ ରାଜନୀତି ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏବେ ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତ ଷଡଙ୍ଗୀ। ମମିତା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ […]

ଅଦ୍ୟତନ ହୋଇଛି
ମମିତା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି?

Aparajita Sarangi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ଇତିମଧ୍ୟରେ ୨୧ ଦିନ ବିତିଯାଇଛି। ଏଥିରେ ରାଷ୍ଟ୍ର ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସିଛି। ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ନମିଳିବାରୁ ରାଜନୀତି ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏବେ ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତ ଷଡଙ୍ଗୀ। ମମିତା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ସାଂସଦ ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

Advertisment

ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅପରାଧିକ ମୂଳକ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି ଅପରାଜିତା କହିଛନ୍ତି। ମମିତାଙ୍କ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସାସଂଦ। ମୁଖ୍ୟମନ୍ତ୍ରୀ ନିଜ ଘରୁ ବାହାରନ୍ତୁ ଏବଂ ଏ ଘଟଣା ସମ୍ପର୍କରେ କିଛି କୁହନ୍ତି ବୋଲି ଅପରାଜିତ ଅନୁରୋଧ କରିଛନ୍ତି। ଯଦି ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ଅପରାଧୀ ନୁହନ୍ତି, ମୁଖ୍ୟମନ୍ତ୍ରୀ ସିବିଆଇକୁ ତଦନ୍ତଭାର ଦିଆଯାଉ ବୋଲି ଅପରାଜିତା ଦାବି କରିଛନ୍ତି।

ଅପରାଜିତା କହିଛନ୍ତି, ୨୧ ଦିନ ହେଲାଣି ରାଜ୍ୟର ପରିସ୍ଥିତି ସମସ୍ତଙ୍କୁ ଜଣା। ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେବଳ ବିଜେପି ନୁହେଁ, କଂଗ୍ରେସ ଏବଂ ଅନ୍ୟାନ୍ୟ ପାର୍ଟି ମଧ୍ୟ ବିକ୍ଷୋଭ କରିଛନ୍ତି। ରାଜ୍ୟରେ ୨ କୋଟି ମହିଳା ରହିଛନ୍ତି। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମିଶନ ଶକ୍ତି ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିଲା। ମାତ୍ର ଯଦି ମହିଳାଙ୍କ ସୁରକ୍ଷା ନାହିଁ ତେବେ ଆର୍ଥିକ ସଶକ୍ତିକରଣ କଣ ଦରକାର ବୋଲି ଅପରାଜିତା କହିଛନ୍ତି।

Advertisment

ଅପରାଜିତା କହିଛନ୍ତି, ଏନସିଆରବି ରିପୋର୍ଟ ଅନୁସାରେ ମହିଳାଙ୍କ ବିରୋଧରେ ଅପରାଧ ଘଟଣାରେ ଦ୍ଵିତୀୟ ସ୍ଥାନରେ ରହିଛି। ଏହି ରିପୋର୍ଟ ପରେ ମଧ୍ୟ ଏହା ଶତକଡା ୨୬ ଭାଗ ବୃଦ୍ଧି ପାଇଛି। ଗତବର୍ଷ ଅପେକ୍ଷା ଏହାର ହାର ମଧ୍ୟ ବଢିଛି। ଆମ ରାଜ୍ୟରେ ଯାହା କ୍ରାଇମ୍ ରେଟ ରହିଛି ତାହା ପଡୋଶୀ ରାଜ୍ୟମାନଙ୍କ ଠାରୁ ଢେର ଅଧିକ ରହିଛି। ପରୀ, ସ୍ମିତାରାଣୀ, ପିହୁ, ମାଧବୀଲତା ଆଉ ଏବେ ମମିତା ଏମିତି ଅନେକ ଘଟଣା ଘଟିଛି। ମହିଳାଙ୍କ ପ୍ରତି ହୋଇଥିବା ଅତ୍ୟାଚାରରେ ଦଣ୍ଡ ପାଇବା ଓଡ଼ିଶାରେ ମାତ୍ର ୯.୦୨ ପ୍ରତିଶତ। ଓଡିଶା ରାଜ୍ୟ ଏବେ ମହିଳାଙ୍କ ପାଇଁ ଅସୁରକ୍ଷିତ। ମୁଁ ମହିଳା, ମୁଁ ଅସୁରକ୍ଷିତ ଆଗାମୀ ଦିନରେ ସାରା ଓଡିଶାରେ ବିଜେପିର ନାରା ହେବ ବୋଲି ଅପରାଜିତା କହିଛନ୍ତି।

ଅପରାଜିତା ଆହୁରି କହିଛନ୍ତି, ତିନି ଜଣିଆ କେନ୍ଦ୍ରୀୟ ମହିଳା ଟିମ ଆସନ୍ତାକାଲି ଆସି ମମିତାଙ୍କ ଘରକୁ ଗସ୍ତ କରିବେ। ମମିତାଙ୍କ ହତ୍ୟାକାଣ୍ଡ କଳାହାଣ୍ଡିରେ ଘଟିଛି। ଯେଉଁ ଠାରେ ମନ୍ତ୍ରୀ ଟୁକୁନି ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପରି ହେଭିୱେଟ ରହିଛନ୍ତି। ଯଦି ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ତାହେଲେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ଯଦି ସାହସ ଅଛି, ମୁଖ୍ୟମନ୍ତ୍ରୀ ସାମ୍ନାକୁ ଏହି ଘଟଣାର ନେତୃତ୍ୱ ନେବାକୁ ଅପରାଜିତା ଦାବି କରିଛନ୍ତି।

ଅନ୍ୟପକ୍ଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା ପରେ ବିଜେଡି ବିଚଳିତ ହୋଇପଡ଼ିଛି। ଆଉ ତରବରିଆ ଭାବେ ଦଳର ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର ବିବୃତ୍ତି ଜାରି କରି ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି । ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ସ୍ପର୍ଶକାତର ଘଟଣାକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୀତି କରନ୍ତୁ ନାହିଁ । ଅପରାଜିତା ଏବେ ନିଜ ଦଳରେ ପରିଚୟ ସଙ୍କଟର ସମ୍ମୁଖୀନ ହେଉଥିବା ଜଣାପଡ଼ୁଛି । ସେଥିପାଇଁ ଏଭଳି ଅରୁଚିକର ମନ୍ତବ୍ୟ ଦେଉଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଉଦ୍ୟମ କରିବା ବଦଳରେ ଶସ୍ତା ରାଜନୀତି କରୁଛନ୍ତି। ଗଣମାଧ୍ୟମରେ ରହିବା ପାଇଁ ସେ ଏଭଳି ପ୍ରୟାସ କରୁଛନ୍ତି, ଯାହାକୁ ଓଡ଼ିଶାବାସୀ ଠିକ୍ ଭାବେ ବୁଝିପାରିଛନ୍ତି । ଏହି ଘଟଣାକୁ ରାଜନୀତିକରଣ କରିବା ପୂର୍ବରୁ ଶ୍ରୀମତୀ ଷଡ଼ଙ୍ଗୀ ଆତ୍ମସମ୍ମାନ ରଖିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe