Advertisment

'କଳାହାଣ୍ଡିରେ ଫ୍ୟାନ୍ ଫେୟାର୍ ବଦଳରେ ରାଜଧାନୀରେ ବସି ମମିତା ହତ୍ୟାକାରୀଙ୍କୁ ଦଣ୍ଡ ଦିଅନ୍ତୁ ମୁଖ୍ୟମନ୍ତ୍ରୀ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତା ମେହେରଙ୍କ ମୃତ୍ୟୁ ପରେ ନା ମୁହଁ ଖୋଲିଲେ ନା କଳାହାଣ୍ଡି ଗଲେ। ହେଲେ ଖଣ୍ଡେ ଭୋଟ୍ ପାଇଁ ବିଜେଡ଼ି ସବୁ କିଛି କରି ପାରେ। ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ବଦଳରେ ତାଙ୍କ ସହ ଷ୍ଟେଜ୍ ଶେଆର କଲେ କଳାହାଣ୍ଡି ବାସୀ ଉପଯୁକ୍ତ ଜବାବ ଦେବେ। ଆଜି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ […]

ଅଦ୍ୟତନ ହୋଇଛି
'କଳାହାଣ୍ଡିରେ ଫ୍ୟାନ୍ ଫେୟାର୍ ବଦଳରେ ରାଜଧାନୀରେ ବସି ମମିତା ହତ୍ୟାକାରୀଙ୍କୁ ଦଣ୍ଡ ଦିଅନ୍ତୁ ମୁଖ୍ୟମନ୍ତ୍ରୀ'

Bjp Leader Prithviraj Harichandan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତା ମେହେରଙ୍କ ମୃତ୍ୟୁ ପରେ ନା ମୁହଁ ଖୋଲିଲେ ନା କଳାହାଣ୍ଡି ଗଲେ। ହେଲେ ଖଣ୍ଡେ ଭୋଟ୍ ପାଇଁ ବିଜେଡ଼ି ସବୁ କିଛି କରି ପାରେ। ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ବଦଳରେ ତାଙ୍କ ସହ ଷ୍ଟେଜ୍ ଶେଆର କଲେ କଳାହାଣ୍ଡି ବାସୀ ଉପଯୁକ୍ତ ଜବାବ ଦେବେ। ଆଜି ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରିବେ। ଏହାକୁ ନେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ଖଣ୍ଡିଏ ଭୋଟ୍ ପାଇଁ ଓଡ଼ିଶା ସରକାର ସବୁକିଛି କରିପାରନ୍ତି। ଖଣ୍ଡିଏ ଭୋଟ୍ ପାଇଁ ଶାସକ ଦଳର ସର୍ବୋଚ୍ଚ ନେତା ଠାରୁ ଆରମ୍ଭ କରି ଜୁନିୟର ସ୍ତରର ନେତା ରାସ୍ତାରେ ଆଣ୍ଠେଇକି ବସିପାରନ୍ତି। ଗୋଟିଏ ଝିଅର ହତ୍ୟା କରାଗଲା ଏବଂ ଏଥିରେ ଶାସକ ଦଳର ଜଣେ ମନ୍ତ୍ରୀଙ୍କର ସଂପୃକ୍ତି ଥିବା ସ୍ପଷ୍ଟ ମଧ୍ୟ ହେଲା। ଏତେ ସବୁ ଘଟଣା ଘଟିବା ପରେ କୌଣସି ପଦକ୍ଷେପ ଉଠାଇବା ବଦଳରେ ମୁଖ୍ୟମନ୍ତ୍ରୀ ସେହି ଜିଲ୍ଲାକୁ ଗସ୍ତ କରିବେ। ତା' ସହ ଯେଉଁ ବ୍ୟକ୍ତି ଏହି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ ହେଉଛି, ତାଙ୍କୁ ମୁଖ୍ୟମନ୍ତ୍ରୀ ପାଖରେ ବସାଇବେ। ତେଣୁ ଏହାଠାରୁ ଅଧିକ କଦର୍ଯ୍ୟ କଥା କିଛି ନହୋଇପାରେ। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ ବଦଳରେ ଯେଉଁମାନେ ମମିତା ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସେହିପରି ଆସନ୍ତାକାଲି ହେବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବା ନେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ବିଜେପି ସମସ୍ତ ରାଜନୈତିକ ପ୍ରସ୍ତୁତି ସାରି ଦେଇଛି। ବିଜେପିର ଇସ୍ତାହାରରେ ପଞ୍ଚାୟତର ସମସ୍ୟା ରହିବ। ତେବେ ସଂରକ୍ଷଣର ସଂଜ୍ଞା ଏ ପର୍ଯ୍ୟନ୍ତ ଅଧିକାରୀ ବି ଜାଣି ନାହାନ୍ତି। କେଉଁ ନିୟମ ଓ ଆଧାରରେ କେଉଁଠି ସଂରକ୍ଷଣ ରହିଲା ଆଉ କେଉଁଠି ହଟିଲା। ତରବରିଆ ଭାବେ ଭୁଲ୍ ନିଷ୍ପତ୍ତି ନେଇ ସବୁ ଭୁଲ୍ କଲେ ସରକାର। ଆଉ ଅଭିଯୋଗ କଲା ପରେ ବି ସରକାର ତର୍ଜମା କଲେନି। ତେବେ ପଲ୍ଲୀସଭା ଓ ଗ୍ରାମସଭା ଉଠାଇ ପଞ୍ଚାୟତିରାଜ ବ୍ୟବସ୍ଥାର ଉଚ୍ଛେଦ କଲେ ସରକାର। ତେଣୁ ପଞ୍ଚାୟତ ସ୍ତରରେ ବହୁ ଅନ୍ୟାୟ ଅନୀତି ଚାଲିଛି। ସମୟ ଆସିଛି ଲୋକ ତାର ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe