Advertisment

‘ଏତେସବୁ ଘଟି ଗଲାଣି, ଲାଗୁଛି ମୁଖ୍ୟମନ୍ତ୍ରୀ କିଛି ଜାଣିନାହାନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟାକାଣ୍ଡକୁ ଇତିମଧ୍ୟରେ ପାଖାପାଖି ୨୦ ଦିନ ବିତି ଗଲାଣି। ଏଥିରେ ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀଙ୍କର ଭୂମିକା ରହିଥିବା ନେଇ ଅଭିଯୋଗ ହେଉଛି। ଏତେ ସବୁ ଘଟିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକଙ୍କ ତରଫରୁ କୌଣସି ଆକ୍ସନ ନିଆଯାଇନାହିଁ। ଲାଗୁଛି ମୁଖ୍ୟମନ୍ତ୍ରୀ ଏ ସମସ୍ତ ଘଟଣା ବିଷୟରେ କିଛି ନାହାନ୍ତି। ଆଜି ଏମିତି କିଛି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ମମିତା ମେହେର ହତ୍ୟା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କରୋନାର କହର ଲମ୍ବା ଚାଲିବ, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

CM-Naveen-Patnaik

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟାକାଣ୍ଡକୁ ଇତିମଧ୍ୟରେ ପାଖାପାଖି ୨୦ ଦିନ ବିତି ଗଲାଣି। ଏଥିରେ ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀଙ୍କର ଭୂମିକା ରହିଥିବା ନେଇ ଅଭିଯୋଗ ହେଉଛି। ଏତେ ସବୁ ଘଟିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକଙ୍କ ତରଫରୁ କୌଣସି ଆକ୍ସନ ନିଆଯାଇନାହିଁ। ଲାଗୁଛି ମୁଖ୍ୟମନ୍ତ୍ରୀ ଏ ସମସ୍ତ ଘଟଣା ବିଷୟରେ କିଛି ନାହାନ୍ତି। ଆଜି ଏମିତି କିଛି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

Advertisment

ମମିତା ମେହେର ହତ୍ୟା ପ୍ରତିବାଦରେ ସାରା ରାଜ୍ୟରେ ବିଜେପିର ପ୍ରତିବାଦ ଜାରି ରହିଛି। ଏ ନେଇ ମଙ୍ଗଳବାର ବିଜେପିର ୧୫ ଜଣିଆ ଟିମ୍ ବଲାଙ୍ଗିର ଯାଇ ମମିତାଙ୍କ ପରିବାରକୁ ଭେଟିଥିଲେ। ସରଜମିନ ତଦନ୍ତ କରି ଆଜି ଫେରିଛି ବିଜେପି ଟିମ। ଏହା ପରେ ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡରେ ପୁଲିସର ତଦନ୍ତ, ଲୋକଙ୍କ କଥା ଓ ସ୍ଥିତିରେ ତାଳମେଳ ନାହିଁ। ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି। କଲେଜର ବିକାଶ ହୋଇଛି, ହେଲେ ଗାଁର ବିକାଶ ହୋଇନି। ଲୋକଙ୍କ ମୌଳିକ ସୁବିଧାକୁ ଗୁରୁତ୍ୱ ଦେଇନାହାନ୍ତି ମନ୍ତ୍ରୀ। ଯେହେତୁ ମହାଲିଙ୍ଗ କଲେଜ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ନିଜ ନିର୍ବାଚନ ମଣ୍ଡଳୀ, ତେଣୁ ଏହି କଲେଜକୁ ଅହେତୁକ ଅନୁକମ୍ପା ମିଳିଛି।

ସମୀର ମହାନ୍ତି କହିଛନ୍ତି, ପୂର୍ବରୁ ବିଜେପି ମଧ୍ୟ ବିଜେଡ଼ି ସହ ୯ ବର୍ଷ ଶାସନ ଶାସନରେ ଥିଲା। ସେତେବେଳେ ଯଦି କୌଣସି ମନ୍ତ୍ରୀଙ୍କ ନାଁରେ ସାମନ୍ୟ କିଛି ଦୁର୍ନୀତିର ଅଭିଯୋଗ ଆସେ। ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରୁଥିଲେ ମୁଖ୍ୟମନ୍ତ୍ରୀ। ନଚେତ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଥିଲା। ବିରୋଧୀ ଦଳ ନେତା ପ୍ରଦିପ୍ତ ନାଏକଙ୍କୁ ମିଥ୍ୟା ସତ୍ୟପାଠ ପାଇଁ ସେ ସମୟରେ ବିଦା କରାଯାଇଥିଲା। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବୋଧେ ଖବର ନାହିଁ। ଅଥବା ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଖବର ଦିଆଯାଉନାହିଁ। ନହେଲେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ମୁଖ୍ୟମନ୍ତ୍ରୀ।

Advertisment

ସମୀର ଆହୁରି କହିଛନ୍ତି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଲା। ୧୩ ନମ୍ବର ମୁଦାଲା ଭାବେ ଏଫଆଇଆରରେ ମନ୍ତ୍ରୀଙ୍କ ନାଁ ଥିଲା। ମାତ୍ର ଚାର୍ଜସିଟ୍ ବେଳକୁ ଆଇନ୍ ମନ୍ତ୍ରୀଙ୍କ ନାଁକୁ ବାଦ୍ ଦିଆଗଲା। ପରେ ରିଏନକ୍ୱାରୀ ପାଇଁ ସୁପାରିସ୍ ହେଲା, କିନ୍ତୁ ଏହା କାର୍ଯ୍ୟକାରୀ ହେଲା ନାହିଁ। ଗୃହ ମନ୍ତ୍ରୀ ଓ ଆଇନ୍ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ସମୀର ମହାନ୍ତି କହିଛନ୍ତି।

ସେହିପରି ମମିତା ମେହେର ମେମୋରିଆଲ ଇନଷ୍ଟିଟ୍ୟୁଟ ନାମରେ ଶିକ୍ଷାନୁଷ୍ଠାନକୁ ନାମିତ କରିବା ପାଇଁ ବିଜେପି ଦାବି କରିଛି। ସମୀର ମହାନ୍ତି କହିଛନ୍ତି, ଯେଉଁ କଲେଜରେ ଘଟଣା ଘଟିଛି, ତାହା ମମିତାଙ୍କ ନାଁରେ କରାଯାଉ। କଲେଜକୁ ମମିତା ମେମୋରିଆଲ କଲେଜ୍ ନାଁରେ ଘୋଷଣା କରାଯାଉ ବୋଲି ସମୀର ଦାବି କହିଛନ୍ତି।