/odisha-reporter/media/post_attachments/uploads/2022/01/bjp-9.jpg)
bjp
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ୧୧ତାରିଖରୁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଲାଗୁ ସହ କୋଭିଡ୍ ଗାଇଡଲାଇନ୍ ଜାରି କରିଥିଲେ ମଧ୍ୟ ଶାସକ ବିଜେଡି ଏହାକୁ ଖୋଲାଖୋଲି ଉଲ୍ଲଘଂନ କରୁଛିି ବୋଲି ବିଜେପି ଅଭିଯୋଗ କରିଛି। ଏନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।
ବିଜେପି ପ୍ରତିନିଧି ଦଳ କହିଛି ଯେ, କରୋନା ଗାଇଡଲାଇନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ସାଧାରଣରେ ଦ୍ୱନ୍ଦ ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ରାଜ୍ୟବାସୀଙ୍କ ଦ୍ୱନ୍ଦ ଦୂର କରନ୍ତୁ । କରୋନା ସଂକ୍ରମଣର ଭୟବୟତାକୁ ଦେଖି ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ କମିଶନ ଗାଇଡଲାଇନ ଜାରି କରିଛନ୍ତି । ମାତ୍ର ୨୪ ଘଂଟା ନପୁରୁଣୁ ଶାସକ ବିଜେଡି ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତାମାନେ ଖୋଲାଖୋଲି ଭାବେ ଆଚରଣ ବିଧିକୁ ଉଲ୍ଲଂଘନ କରି ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପ୍ରକ୍ରିୟାର ଆରମ୍ଭରୁ ଆଚରଣ ବିଧିର ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ସୁନିଶ୍ଚିତ । ତେଣୁ ରାଜ୍ୟ ନିର୍ବାଚନ କମିଶନ ପ୍ରଥମରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପଥ ପ୍ରଶସ୍ତ କରିବାକୁ ବିଜେପି ଦାବି କରୁଛି ।
ବିଜେପି ଅଭିଯୋଗ କରିଛି ଯେ, ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରାରେ ବିଧାୟକ ଶ୍ରୀକାନ୍ତ ସାହୁ ଓ ଆଜି ତିର୍ତ୍ତୋଲଠାରେ ମନ୍ତ୍ରୀ ସମୀର ରଂଜନ ଦାଶ, ସାଂସଦ ରାଜଶ୍ରୀ ମଲ୍ଲିକ ନିଜ ଶତାଧିକ ବିଜେଡି ସମର୍ଥକଙ୍କ ଗହଣରେ ନିର୍ବାଚନ ସଂପର୍କିତ ସଭା ଓ ସମ୍ମିଳନୀ କରିଥିଲେ । ଉଭୟ ସ୍ଥାନରେ ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଥିବାରୁ ଶାସକ ଦଳର ନେତାମାନେ କରୋନା ଗାଇଡଲାଇନକୁ ଭୃକ୍ଷେପ ନକରି ବିଧି ବ୍ୟବସ୍ଥାର ଖୋଲାଖୋଲି ଅବମାନନା କରିଛନ୍ତିି । ନିର୍ବାଚନକୁ ପ୍ରଭାବିତ କରିବା ଭଳି ସରକାରୀ ଦଳର ପର୍ଯ୍ୟାପ୍ତ ବିଜ୍ଞାପନ ହୋର୍ଡିଂ ଓ ବ୍ୟାନର ଶାସକ ଦଳ ଦ୍ୱାରା ରାଜ୍ୟବ୍ୟାପୀ ଛାଇଯାଇଥିଲେ ମଧ୍ୟ ଏ ସବୁର ଉଚ୍ଛେଦ ଲାଗି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତିି । ରାଜ୍ୟରେ କରୋନା ସଂକ୍ରମଣ ମାମଲା ହୁହୁ ହୋଇ ବଢ଼ିଚାଲିଛି । ଏଭଳି ସଂକଟ ସମୟରେ ଯେଉଁମାନେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଛନ୍ତିି, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରୁଛି ।
ଆଜି ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଶଙ୍କର୍ଷଣ ପରିଡ଼ା, ସୁଜିତ କୁମାର ଦାସ ଓ ସିଦ୍ଧାର୍ଥ ଶଙ୍କର ପତି ସାମିଲ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
