Advertisment

ଦିବ୍ୟଶଙ୍କର ନିଜକୁ ନିଜେ କ୍ଲିନଚିଟ୍ ଦେବାକୁ କିଏ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟପକ୍ଷୀ ବାଲି ଝଡ଼ ଆସିଲେ ଯେମିତି ନିଜ ମୁଣ୍ଡକୁ ବାଲି ଭିତରେ ପୋତି ଦେଇ ବାଲି ଝଡ଼ ଆସିନାହିଁ ବୋଲି ଭାବେ । ଠିକ ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜକୁ ନିଜେ କ୍ଲିନଚିଟ୍ ଦେଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ଗୃହ ରାଷ୍ଟ୍ରମନ୍ତ୍ରୀ ଗୋଟିଏ ମଂଚରେ ବସି ରହି ନିଜକୁ ନିର୍ଦ୍ଦୋଷ ବୋଲି କହି ରାଜ୍ୟବାସୀଙ୍କ ସହ ଛଳନା କରୁଛନ୍ତିି। ଏହା ଗଣତନ୍ତ୍ର ପ୍ରତି ଓ ଓଡ଼ିଶାବାସୀଙ୍କ ପ୍ରତି ଉପହାସ […]

ଡ୍ରାଇଭରଙ୍କ ଆନ୍ଦୋଳନ ଓ ଆତଙ୍କରାଜ ସରକାରୀ ପ୍ରାୟୋଜିତ : ବିଜେପି

Lekhasri Samantsinghar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟପକ୍ଷୀ ବାଲି ଝଡ଼ ଆସିଲେ ଯେମିତି ନିଜ ମୁଣ୍ଡକୁ ବାଲି ଭିତରେ ପୋତି ଦେଇ ବାଲି ଝଡ଼ ଆସିନାହିଁ ବୋଲି ଭାବେ । ଠିକ ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜକୁ ନିଜେ କ୍ଲିନଚିଟ୍ ଦେଇଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀ ଗୃହ ରାଷ୍ଟ୍ରମନ୍ତ୍ରୀ ଗୋଟିଏ ମଂଚରେ ବସି ରହି ନିଜକୁ ନିର୍ଦ୍ଦୋଷ ବୋଲି କହି ରାଜ୍ୟବାସୀଙ୍କ ସହ ଛଳନା କରୁଛନ୍ତିି। ଏହା ଗଣତନ୍ତ୍ର ପ୍ରତି ଓ ଓଡ଼ିଶାବାସୀଙ୍କ ପ୍ରତି ଉପହାସ ବୋଲି ବିଜେପି ଅଭିଯୋଗ କରିଛି।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ କେଉଁଭଳି ଭାବରେ ଆଇନ ଶୃଙ୍ଖଳା ଚାଲିଛି ଏବଂ କିପରି ଗୃହ ବିଭାଗ ନ୍ୟାୟ ଦେବା ପାଇଁ ପ୍ରସ୍ତୁତ ଏହା ଉପରେ ସାଧାରଣ ଜନତାଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୨୧ ଦିନ ଆତ୍ମଗୋପନ କରିବା ପରେ ହଠାତ ଆବିର୍ଭାବ ହୋଇ ପ୍ରେସ ବିଜ୍ଞପ୍ତି ଜରିଆରେ ମା’ ମାଣିକେଶ୍ୱରୀ ଏବଂ ବାୟୁସେନାର ଦ୍ୱାହି ଦେଇ ନିଜକୁ ନିର୍ଦ୍ଦୋଷ ବୋଲି କହିଲେ। ଏହି ଘଟଣା ଘଟିବାର ମାସେରୁ ଊର୍ଦ୍ଧ୍ୱ ସମୟ ପରେ ଗତକାଲି ନିଜକୁ ନିଜେ କ୍ଲିନଚିଟ୍ ମଧ୍ୟ ଦେଲେ କ୍ଷମତାର ଅପବ୍ୟବହାର କରି ବିଭିନ୍ନ ଏଜେନ୍ସି ସାହାଯ୍ୟରେ ନିଜ ବିରୁଦ୍ଧରେ ଥିବା ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବା ପରେ ନିଜକୁ କ୍ଲିନଚିଟ୍ ଦେଇଛନ୍ତି ।

ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ମନ୍ତ୍ରୀ ଦିବ୍ୟଶଙ୍କର ନିଜେ ଜଜ୍ ସାଜି ନିଜକୁ କ୍ଲିନଚିଟ୍ ଦେଇଦେଲେ। ‘ଠାକୁର ଘରେ କିଏ, ନା ମୁଁ କଦଳୀ ଖାଇନାହିଁ' ଢଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତିି। ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ। ସେ କାହିଁକି ବାରମ୍ବାର ମହାଲିଙ୍ଗ କଲେଜ ଯାଉଥିଲେ ବୋଲି ଅଭିଯୋଗର ଜବାବ ସେ ସନସାଇନ ସ୍କୁଲ ପ୍ରସଙ୍ଗରେ କହି ପୁଣି ଥରେ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

Advertisment

ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ଯେ, ପ୍ରଥମେ କେଗାଁ ଥାନା କାହିଁକି ଓ କାହା ଚାପରେ ମମିତାର ନିଖୋଜ ପ୍ରସଙ୍ଗରେ ଏତଲା ଗ୍ରହଣ କଲାନାହିଁ? ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହେବା ପଛରେ କାରଣ କଣ? ଗୋବିନ୍ଦ ସାହୁ କାହା ସହ ନବୀନ ନିବାସ ଓ ଲୋକସେବା ଭବନ ଆସୁଥିଲା? ଗିରଫ ପରେ ଗୋବିନ୍ଦକୁ କାହା ନିର୍ଦ୍ଦେଶରେ ପୋଲିସ ବ୍ୟାରାକରେ ରଖାଯାଇଥିଲା? ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ମମିତାଙ୍କ ରାୟପୁର ବାସଭବନରେ ମିଟିଂ ହୋଇଥିଲା ନା ନାହିଁ? ମନ୍ତ୍ରୀ ଦିବ୍ୟଶଙ୍କର କେଉଁଟି ଗଲେ ନିଜକୁ ଯୁବକ ଅନୁଭବ କରୁଥିଲେ ବୋଲି କହିଛନ୍ତିି? ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ କାହିଁକି ମଂଚରେ ବସିବାକୁ ଅନୁମତି ଦେଲେ ନାହିଁ ?

ଏ ସମସ୍ତ ପ୍ରସଙ୍ଗରେ ନିଜ ସ୍ପଷ୍ଟୀକରଣ ନଦେଇ ନିଜକୁ କ୍ଲିନଚିଟ୍ ବୋଲି କହି ନିଜ ସଂପୃକ୍ତିକୁ ଆହୁରି ଦୃଢ଼ୀଭୂତ କରିଛନ୍ତିି। ଏଥିସହ ତାଙ୍କୁ କ୍ଲିନଚିଟ୍ ଦେଇଥିବା ଏଜେନ୍ସି ଓ ଏଜେନ୍ସି ଅଧିକାରୀଙ୍କ ନାମ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ପାଇଁ ଲେଖାଶ୍ରୀ ଦାବି କରିଛନ୍ତିି। ଦିବ୍ୟଶଙ୍କର ମିଶ୍ର ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ପୋଲିସ ତଥ୍ୟ ଓ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିବା ପରେ କୋର୍ଟ ବିଚାର କରି କିଏ ଦୋଷୀ, କିଏ ନିର୍ଦ୍ଦୋଷ ବୋଲି ରାୟ ଦେବେ । କିନ୍ତିୁ ନିଜ ନିଜ ଭିତରେ ସଲାସୁତୁରା କରି ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି। ସାକ୍ଷୀ, ତଥ୍ୟ, ପ୍ରମାଣର ଲିପାପୋତି ଆଦି ବନ୍ଦ କରି ତୁରନ୍ତ ଏହି ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଡ.ଲେଖାଶ୍ରୀ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।

C
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe