Advertisment

ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ଷଡ଼ଯନ୍ତ୍ର ଧରାପଡ଼ିଛି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଧରାପଡ଼ିଲା। ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ହୋଇଥିବା ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ରାଜ୍ୟ ସରକାର ପକେଇଥିବା ଛେପକୁ ଢୋକିଛନ୍ତି ବୋଲି ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତିି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବିଚାର ବ୍ୟବସ୍ଥା ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଯେଉଁ ଅଭିଯୋଗ ଅତୀତରେ ବିଜେପି ଏବଂ ଅନ୍ୟ ଜାତିବର୍ଗ […]

ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ଷଡ଼ଯନ୍ତ୍ର ଧରାପଡ଼ିଛି: ବିଜେପି

surath-biswal

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଧରାପଡ଼ିଲା। ପଂଚାୟତ ନିର୍ବାଚନ ପାଇଁ ପ୍ରକାଶିତ ହୋଇଥିବା ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ରାଜ୍ୟ ସରକାର ପକେଇଥିବା ଛେପକୁ ଢୋକିଛନ୍ତି ବୋଲି ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତିି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବିଚାର ବ୍ୟବସ୍ଥା ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଯେଉଁ ଅଭିଯୋଗ ଅତୀତରେ ବିଜେପି ଏବଂ ଅନ୍ୟ ଜାତିବର୍ଗ ସଂଗଠନମାନେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ତାକୁ ମାନୁନଥିଲେ। ବର୍ତମାନ କୋର୍ଟରେ ତାହା ସ୍ୱୀକାର କରିଛନ୍ତିା ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ ବୋଲି କହୁଥିବା ରାଜ୍ୟ ସରକାର ମାତ୍ର ୧୨ ପ୍ରତିଶତରେ ସୀମିତ ରଖିଥିଲେ। କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ଗଜପତି, ରାୟଗଡ଼ା, ଝାରସୁଗୁଡା ଭଳି ୮ଟି ଜିଲ୍ଲାରେ ଓବିସି ବର୍ଗଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଦୀର୍ଘଦିନ ଧରି ୨୭ ପ୍ରତିଶତ ସଂରକ୍ଷଣରେ ନିର୍ବାଚନ ଲଢୁଥିବା ସଂଖ୍ୟାଧିକ ବର୍ଗକୁ ରାଜ୍ୟ ସରକାର କାହିଁକି ଏଭଳି ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଛନ୍ତି, ତାହା ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଏବଂ ବର୍ତମାନର ନବୀନ ପଟ୍ଟନାୟକ ସରକାର ଦୀର୍ଘ ୪୧ ବର୍ଷ ଧରି ଓବିସି ବର୍ଗକୁ କେବଳ ପ୍ରତାରଣା କରି ଆସୁଛନ୍ତି। ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗକୁ ସଂରକ୍ଷଣ ଦେବାର ପ୍ରବାଧାନ ଥିବା ସତ୍ୱେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଏହା କାର୍ଯ୍ୟକାରୀ ହେଉନାହିଁ।

Advertisment

ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟଙ୍କ କାରଣରୁ ରାଜ୍ୟ ସରକାରଙ୍କ କେବଳ ଗୋଟିଏ ଷଡଯନ୍ତ୍ର ଧରାପଡିଛି। ଆଗକୁ ଶିକ୍ଷା, ନିଯୁକ୍ତି, କର୍ମନିଯୁକ୍ତି ଭଳି ସାମ୍ବିଧାନିକ ଅଧିକାରରୁ ବଂଚିତ କରିଥିବାର ଅନେକ ତଥ୍ୟର ପର୍ଦ୍ଦାଫାଶ ହେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ରାଜ୍ୟରେ ଓବିସି ଫାଇନାନ୍ସ ଡେଭେଲପମେଂଟ କର୍ପୋରେସନ କାର୍ଯ୍ୟକ୍ଷମ ନଥିବାବେଳେ ବିଳମ୍ବରେ ଗଠିତ ରାଜ୍ୟ ଓବିସି କମିଶନଙ୍କୁ କାହିଁକି ସାମ୍ବିଧାନିକ କ୍ଷମତା ଦିଆଯାଇନାହିଁ ବୋଲି ଶ୍ରୀ ବିଶ୍ୱାଳ ପୁଣି ଥରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲୀପ ମଲ୍ଲିକ ଓ ସିଦ୍ଧାର୍ଥ ଶଂକର ପତି ପ୍ରମୁଖ ଉପସ୍ଥିତ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe