Advertisment

ରାଜ୍ୟ କାର୍ଯ୍ୟକାରିଣୀରେ ବିଜେପି ଟାର୍ଗେଟରେ ନବୀନ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ ପ୍ରସଙ୍ଗ ସହ ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମମିତା ମେହେର ହତ୍ୟାକାଣ୍ଡ ହେଉ କି ମାହାଙ୍ଗା ଡବଲ୍ ମର୍ଡର ଘଟଣା ହେଉ, ଉଭୟ ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛି ବିଜେପି। ନୟାଗଡ଼ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନା, ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମନ୍ତ୍ରୀ […]

ଅଦ୍ୟତନ ହୋଇଛି
ରାଜ୍ୟ କାର୍ଯ୍ୟକାରିଣୀରେ ବିଜେପି ଟାର୍ଗେଟରେ ନବୀନ ସରକାର

bjp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ ପ୍ରସଙ୍ଗ ସହ ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମମିତା ମେହେର ହତ୍ୟାକାଣ୍ଡ ହେଉ କି ମାହାଙ୍ଗା ଡବଲ୍ ମର୍ଡର ଘଟଣା ହେଉ, ଉଭୟ ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତିକୁ ନେଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛି ବିଜେପି।

Advertisment

ନୟାଗଡ଼ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ଡବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନା, ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମନ୍ତ୍ରୀ ବିକ୍ରମ ଆରୁଖ ଓ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ବସିଛନ୍ତି, ତାକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ କରିଛି। ତେବେ ମମିତା ମେହେର ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରକୁ ବହିଷ୍କାର ଓ ସିବିଆଇ ତଦନ୍ତ ନେହେବା ଯାଏଁ ଦଳ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି କହିଛି। ତା’ଛଡ଼ା ରାଜ୍ୟରେ ମହିଳା ବିପଦରେ ଥିବା ନେଇ ବିଜେପି ଅଭିଯୋଗ କରିଛି।

ଆଜିର କାର୍ଯ୍ୟକାରିଣୀରେ ରାଜନୈତିକ ଚିଠି ପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଓ ଆଗାମୀ ଦିନର ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବାଣ୍ଟିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି, କିନ୍ତୁ ଲୋକଙ୍କୁ ସିଧାସଳଖ ଦୁଇ ପଦ କଥା କହୁନାହାଁନ୍ତି। ମୁଖ୍ୟମନ୍ତ୍ରୀ କେବେ ବିଧାନିସଭା କାର୍ଯ୍ୟରେ ଯୋଗଦେବେ ତାହା ସ୍ପଷ୍ଟ କରିବାକୁ ଦଳ ଦାବି କରିଛି। ଅନ୍ୟପକ୍ଷରେ ସବୁସ୍ତରରେ ଦୁର୍ନୀତି, ଭ୍ରଷ୍ଟାଚାର, ଧାନମଣ୍ଡି ଅବ୍ୟବସ୍ଥା, ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ, ଦର ବୃଦ୍ଧି, ଅଘୋଷିତ ବିଜୁଳି କାଟ, ସ୍ଥାନ ସଂରକ୍ଷଣରେ ପଛୁଆ ବର୍ଗକୁ ଅବହେଳା ଭଳି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବା ନେଇ ବିଜେପି କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବି କାର୍ଯ୍ୟକାରିଣୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

Advertisment

ରାଜଧାନୀରେ ଆୟୋଜିତ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରଭାରୀ ଡି. ପୁରନ୍ଦ୍ରେଶ୍ୱର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସମେତ ଦଳୀୟ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe