Advertisment

୩ ମାସିଆ ଚିଠା ପ୍ରସ୍ତୁତ କରିବ ବିଜେପି: ବିଜେଡି ସହ ହେବ ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓଡ଼ିଶାରେ ତା’ର ରଣନୀତି ବଦଳାଇବ ଓ ବିଜେଡି ସରକାର ସହ ମୁହାଁମୁହିଁ ହେବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଆସନ୍ତାକାଲି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଆଜି ଦଳୀୟ ରାଜ୍ୟ ପଦାଧିକାରୀ ବୈଠକରେ ସାମ୍ପ୍ରତିକ ରାଜନୀତିକ, ସାମାଜିକ ଓ ସାଂଗଠନିକ ପ୍ରସଙ୍ଗ ଉପରେ ବିଚାରବିମର୍ଶ ହୋଇଛି । ବିଜେପି ଆଗାମୀ ଦିନରେ ବିଜେଡି ସରକାରର ବିଭିନ୍ନ ଦୁର୍ନୀତି ଓ ଅନୀତି ବିରୁଦ୍ଧରେ ଆକ୍ରମଣାତ୍ମକ […]

author-image
Ordigital Desk
ଅଦ୍ୟତନ ହୋଇଛି
୩ ମାସିଆ ଚିଠା ପ୍ରସ୍ତୁତ କରିବ ବିଜେପି: ବିଜେଡି ସହ ହେବ ମୁହାଁମୁହିଁ

BJP

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓଡ଼ିଶାରେ ତା’ର ରଣନୀତି ବଦଳାଇବ ଓ ବିଜେଡି ସରକାର ସହ ମୁହାଁମୁହିଁ ହେବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଆସନ୍ତାକାଲି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଆଜି ଦଳୀୟ ରାଜ୍ୟ ପଦାଧିକାରୀ ବୈଠକରେ ସାମ୍ପ୍ରତିକ ରାଜନୀତିକ, ସାମାଜିକ ଓ ସାଂଗଠନିକ ପ୍ରସଙ୍ଗ ଉପରେ ବିଚାରବିମର୍ଶ ହୋଇଛି । ବିଜେପି ଆଗାମୀ ଦିନରେ ବିଜେଡି ସରକାରର ବିଭିନ୍ନ ଦୁର୍ନୀତି ଓ ଅନୀତି ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବ ବୋଲି ଜଣାପଡ଼ିଛି ।

Advertisment

ରାଜ୍ୟ ସଭାପତି ସମୀର ମହାନ୍ତି ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ ପଦାଧିକାରୀ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବିଶେଷକରି ରାଜ୍ୟରେ ବୃଦ୍ଧି ପାଉଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀ ଓ ଚାଷ ସମସ୍ୟା, ମହିଳା ଓ ଶିଶୁ ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସୀମା ବିବାଦ, ବେରୋଜଗାର ସମସ୍ୟା, ବିପର୍ଯ୍ୟସ୍ତ ଜଳସେଚନ ବ୍ୟବସ୍ଥା, ବ୍ୟାପକ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସମସ୍ୟା, ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା ହୋଇଛି । ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ସେହିପରି ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିବା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ଓ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ଆଜିର ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ମନମୋହନ ସାମଲ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ସୁରମା ପାଢୀ, ପୃଥ୍ୱୀରାଜ ହରିଚନ୍ଦନ,ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ । ଏହା ପରେ ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଥିଲା।

Advertisment