Advertisment

ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ରାଜେନ୍ଦ୍ରଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏଥର ଉପନିର୍ବାଚନରେ ବିଜେଡିରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ଦଳ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲା। ଫଳରେ ରାଜେନ୍ଦ୍ର ଅସନ୍ତୁଷ୍ଟ ହୋଇଥିଲେ। ତାଙ୍କୁ […]

ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

vlcsnap-2022-10-14-09h51m36s910

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ରାଜେନ୍ଦ୍ରଙ୍କୁ ବହିଷ୍କାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏଥର ଉପନିର୍ବାଚନରେ ବିଜେଡିରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ଦଳ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲା। ଫଳରେ ରାଜେନ୍ଦ୍ର ଅସନ୍ତୁଷ୍ଟ ହୋଇଥିଲେ। ତାଙ୍କୁ ଦଳ ପକ୍ଷରୁ ବୁଝାଇବାକୁ ପ୍ରୟାସ କରାଯାଇଥିଲା। କିନ୍ତୁ ସେ ବୁଝି ନଥିଲେ। ଶେଷରେ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ବିଜେଡିର ଆଶା ଥିଲା ରାଜେନ୍ଦ୍ର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବେ। କିନ୍ତୁ ସେମିତି କିଛି ଘଟିଲା ନାହିଁ। ରାଜେନ୍ଦ୍ର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନଥିଲେ। ଏବେ ସେ ଉପନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କରୁଛନ୍ତି। ତାଙ୍କୁ ‘ଭାସମାନ ଡଙ୍ଗା ସହ ନାବିକ ଓ କାତ’ ଚିହ୍ନ ମିଳିଛି।

Advertisment

ବିଜେଡିରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ଦାସ କହିଛନ୍ତି, ସଭାପତିଙ୍କ ନିଷ୍ପତ୍ତିକୁ ମୁଣ୍ଡ ପାତି ସହୁଛି ଓ ସ୍ୱାଗତ କରୁଛି। ଆମେ ଲୋକଙ୍କ ସହ ଅଛୁ। କାର୍ଯ୍ୟାନୁଷ୍ଠାନ ବଡ଼ କଥା ନୁହେଁ। ଲୋକଙ୍କ ସେବା କରିବା ପାଇଁ ରାଜନୀତି କରୁଛି। ଧାମନଗରବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ସଂଗ୍ରାମ ଜାରି ରହିବ। ମୋ ପଛରେ ଧାମନଗରବାସୀଙ୍କ ସମର୍ଥନ ରହିଛି ଓ ମୁଁ ନିଶ୍ଚୟ ବିଜୟୀ ହେବି।

ବିଜେପିର ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ଯୋଗୁ ଧାମନଗରରେ ହେଉଛି ଉପନିର୍ବାଚନ। ଏଥିରେ ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ ହୋଇଛନ୍ତି। ରାଜେନ୍ଦ୍ର ପ୍ରାର୍ଥୀ ହୋଇଥିବା ଯୋଗୁ ଏଠାରେ ଲଢ଼େଇ ମୁଖ୍ୟତଃ ବିଜେଡି, ବିଜେପି ଓ ରାଜେନ୍ଦ୍ରଙ୍କ ମଧ୍ୟରେ ହେବ ବୋଲି ଆକଳନ କରାଯାଉଛି।

ସୂଚନାଯୋଗ୍ୟ, ୨୦୦୯ରେ ବିଜେଡି ଟିକେଟ୍‌ରେ ଧାମନଗରରୁ ବିଧାନସଭାବୁ ନିର୍ବାଚିତ ହୋଇଥିଲେ ରାଜେନ୍ଦ୍ର ଦାସ। ୨୦୧୪ରେ ତାଙ୍କୁ ଏହି ଆସନରୁ ଟିକେଟ୍ ଦିଆଯାଇ ନଥିଲା। ୨୦୧୯ ସେ ଏହି ଆସନରୁ ପୁଣି ଟିକେଟ୍ ପାଇଥିଲେ। ତେବେ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଠାରୁ ପରାସ୍ତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe