Advertisment

ମମିତା ମାମଲାରେ ଓଡ଼ିଶା ଆସିବ ବିଜେପିର ତିନିଜଣିଆ ଟିମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଘରୋଇ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ନେଇ ବିଜେପି ଆଣିଛି ବଡ଼ ଆରୋପ। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍ କରି ଅଭିଯୋଗ ଆଣି କହିଛନ୍ତି, ଗୋବିନ୍ଦ ସାହୁ ସେଠାରେ ରାକେଟ ଚଳାଇଥିଲା। ଯେଉଁଥିରେ ଗୃହ ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସୁଛି। ମନ୍ତ୍ରୀ ସେଠାକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି। […]

ଅଦ୍ୟତନ ହୋଇଛି
‘ରାଜ୍ୟ ସରକାର କଳା ପାହାଡ଼ ମାନସିକତା ଛାଡ଼ି ଭୁଲକୁ ସ୍ୱୀକାର କରନ୍ତୁ ’

sambit-patra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଘରୋଇ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ନେଇ ବିଜେପି ଆଣିଛି ବଡ଼ ଆରୋପ। ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସମିଟ୍ କରି ଅଭିଯୋଗ ଆଣି କହିଛନ୍ତି, ଗୋବିନ୍ଦ ସାହୁ ସେଠାରେ ରାକେଟ ଚଳାଇଥିଲା। ଯେଉଁଥିରେ ଗୃହ ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସୁଛି। ମନ୍ତ୍ରୀ ସେଠାକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି। ମନ୍ତ୍ରୀ ଏହି କଲେଜକୁ ଗଲେ ୟଙ୍ଗ ଲାଗେ ବୋଲି ବି କହିଥିଲେ।

Advertisment

କଳାହାଣ୍ଡିରେ ଏକ ନିରୀହ ଯୁବତୀଙ୍କୁ ନିର୍ମମ ଭାବେ ଯେଉଁଭଳି ହତ୍ୟା କରାଗଲା, ତାହା ଜାତୀୟ ସ୍ତରରେ ପ୍ରସାରିତ ହେବା ଦରକାର। ସେଠାକାର ପୁଲିସ୍ ଅଧିକାରୀ ଏଫଆଇଆର୍ ଗ୍ରହଣ କରିବାକୁ ମନା କରିଦେଲେ। କେଉଁଠି ନା କେଉଁଠି ପୁଲିସ୍ ଜାଣିଥିଲା ଯେ ଏଥିରେ ମନ୍ତ୍ରୀଙ୍କର ହାତ ରହିଛି। ତେଣୁ ପୁଲିସ୍ ଏତଲା ରଖିଲା ନାହିଁ।

ସମ୍ବିତ ପାତ୍ର ଆହୁରି କହିଛନ୍ତି, ଆଶ୍ଚର୍ଯ୍ୟକର କଥା ହେଉଛି, ଯେତେବେଳେ ଗୋବିନ୍ଦକୁ ଟିଟିଲାଗଡ଼ରେ ଗିରଫ କରାଗଲା, ତାକୁ କିଛି ସମୟ ପଚରାଉଚରା କରାଯିବା ପରେ ସେଠାରେ ଅଚାନକ ବିଜୁଳି କଟିଯାଇଥିଲା। କିଛି ସମୟ ପରେ ଲାଇନ୍ ଆସିଲା ବେଳକୁ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା। ତେଣୁ ଶକ୍ତି ମନ୍ତ୍ରୀଙ୍କ ସଂପୃକ୍ତି ନଥିଲେ ଏଭଳି ହୋଇନଥାନ୍ତା ବୋଲି ଅଭିଯୋଗ କରିଛନ୍ତି ସମ୍ବିତ ପାତ୍ର।

Advertisment

ଏହି ଘଟଣା ସମ୍ବନ୍ଧରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଅବଗତ ଅଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଏକ ୩ ଜଣିଆ ଟିମ୍ ଓଡ଼ିଶା ଯିବ। ସେହି ତିନି ଜଣିଆ ସଦସ୍ୟ ହେଉଛନ୍ତି ସାଂସଦ ସୁନୀତା ଦୁଗଲ, ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଓ ବିଧାୟିକା ବନିତା ଶ୍ରୀନିବାସନ୍ ଓ ବିଧାୟିକା ରୂପା ମିତ୍ର ଚୌଧୁରୀ। ଏହି ଟିମ୍ ପୂରା ଘଟଣାର ଅନୁଧ୍ୟାନ କରି ଯଥାଶୀଘ୍ର ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe