ଜିତିଲେ ଦ୍ରୌପଦୀ ମୁର୍ମୁ : ଓଡ଼ିଶାରେ ବିଜୟ ଉତ୍ସବ ପାଳିଲେ ବିଜେଡି ଓ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ପ୍ରାର୍ଥୀ ତଥା ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ବହୁ ଭୋଟ୍ ବ୍ୟବଧାନରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ଜିତିବା ଖୁସିରେ ଓଡ଼ିଶାରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ପାରମ୍ପରିକ ନୃତ୍ୟ, ବାଜା-ବାଣ ଓ ମିଠା ବାଂଟି ଦୁଇ ଦଳ ନିଜ ନିଜ ରାଜ୍ୟ କାର୍ଯ୍ୟାଳୟରେ ଏହି ବିଜୟ ଉତ୍ସବ ପାଳନ କରିଛନ୍ତି । ଆଜି ଅପରାହ୍ନରେ ବିଜେଡି […]

BJP Celebration

BJP Celebration

Ordigital Desk
  • Published: Thursday, 21 July 2022
  • Updated: 21 July 2022, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ପ୍ରାର୍ଥୀ ତଥା ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ବହୁ ଭୋଟ୍ ବ୍ୟବଧାନରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ଜିତିବା ଖୁସିରେ ଓଡ଼ିଶାରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ପାରମ୍ପରିକ ନୃତ୍ୟ, ବାଜା-ବାଣ ଓ ମିଠା ବାଂଟି ଦୁଇ ଦଳ ନିଜ ନିଜ ରାଜ୍ୟ କାର୍ଯ୍ୟାଳୟରେ ଏହି ବିଜୟ ଉତ୍ସବ ପାଳନ କରିଛନ୍ତି ।

ଆଜି ଅପରାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ବହୁ ବିଧାୟକ, ମନ୍ତ୍ରୀ, ପଦାଧିକାରୀ ଓ ମହିଳା କର୍ମୀମାନେ ଏକଜୁଟ ହୋଇ ଶ୍ରୀମତୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରିଥିଲେ । ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଆଦିବାସୀ ମହିଳାଙ୍କ ସହ ପାରମ୍ପରିକ ବାଦ୍ୟରେ ନୃତ୍ୟ ଏବଂ ବାଣ ଫୁଟାଇ ବିଜେଡି କର୍ମୀମାନେ ଖୁସି ମନାଇଥିଲେ । ବିଜେଡିର ବହୁ ସଂଖ୍ୟକ କର୍ମୀ, ବିଶେଷକରି ମହିଳାମାନେ ହାତରେ ଶ୍ରୀମତୀ ମୁର୍ମୁଙ୍କ ପୋଷ୍ଟର ଧରି ବିଜୟ ଉଲ୍ଲାସ ମନାଇଥିଲେ । ଦଳର ଛାତ୍ର, ଯୁବ ଓ ମହିଳା ମୁଖିଆଙ୍କ ସମେତ ବହୁ ବିଧାୟକ, ମନ୍ତ୍ରୀ ଓ ସାଂଗଠନିକ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।

ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଶ୍ରୀମତୀ ମୁର୍ମୁଙ୍କ ଜିତିବା ଖୁସିରେ ବିଜୟ ଉତ୍ସବ ପାଳନ ହୋଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିିଙ୍କ ସମେତ ଅନେକ ବିଧାୟକ, ରାଜ୍ୟ ପଦାଧିକାରୀ, କର୍ମୀମାନେ ଉପସ୍ଥିତ ଥିଲେ । ଆଦିବାସୀ ଓ ପାରମ୍ପରିକ ନାଚଗୀତ, ବାଣବାଜା ସହିତ ମିଷ୍ଟାନ ବଂଟନ କରି ପାଳନ କରାଯାଇଥିବା ବିଜୟ ଉତ୍ସବରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ମଧ୍ୟ ସାମିଲ ହୋଇଥିଲେ । ଏହା ପରେ ବିଜେପି ନେତାମାନେ ଭୁବନେଶ୍ୱର ରମାଦେବୀ ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଶ୍ରୀମତୀ ମୁର୍ମୁ ରହୁଥିବା ଛାତ୍ରୀନିବାସକୁ ଯାଇ ଅନ୍ତେବାସୀଙ୍କୁ ମଷ୍ଟାନ ବଂଟନ କରାଯାଇ ବିଜୟ ଉତ୍ସବ ପାଳନ କରିଥିଲେ ।

ବିଜେପି ପକ୍ଷରୁ ରାଇରଙ୍ଗପୁରରୁ ନବରଙ୍ଗପୁର, ଭୁବନେଶ୍ୱରରୁ ସମ୍ବଲପୁର ସମେତ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ମଣ୍ଡଳରେ ବିଜେପି କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ବିଜୟ ପରେ ରାଜ୍ୟ ଉତ୍ସବମୁଖର ହୋଇପଡ଼ିଛି ।

ସୂଚନାଯୋଗ୍ୟ, ଶ୍ରୀମତୀ ମୁର୍ମୁଙ୍କ ରାଇରଙ୍ଗପୁରସ୍ଥିତ ବାସଭବନକୁ ସୁସଜ୍ଜିତ କରାଯାଇ ସେଠାରେ ଲୋକମାନଙ୍କୁ ମିଠା ବଂଟନ କରାଯାଇଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ଶାସକ ବିଜେଡି ସମର୍ଥନ ଦେଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story