Advertisment

ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି: ଜୟନାରାୟଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି। କାରଣ ଓଡ଼ିଶାରେ ଦୁର୍ନୀତି ଚରମସୀମାରେ ପହଞ୍ଚି ଯାଇଛି।’ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦିଲ୍ଲୀରୁ ଫେରିବା ପରେ ଏହି କଥା କହିଛନ୍ତି ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ ଏଭଳି […]

ଅଦ୍ୟତନ ହୋଇଛି
ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି: ଜୟନାରାୟଣ

Jayanarayan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସିବିଆଇ ଓ ଇଡି ଓଡ଼ିଶା ଆସିବାର ଆବଶ୍ୟକତା ନିଶ୍ଚିତ ରହିଛି। କାରଣ ଓଡ଼ିଶାରେ ଦୁର୍ନୀତି ଚରମସୀମାରେ ପହଞ୍ଚି ଯାଇଛି।’ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦିଲ୍ଲୀରୁ ଫେରିବା ପରେ ଏହି କଥା କହିଛନ୍ତି ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଅନେକ ଲୋକଙ୍କ ଦୁର୍ନୀତିରେ ଓଡ଼ିଶା ଭାରାକ୍ରାନ୍ତ ହୋଇଯାଇଛି। ଏଣୁ ମୁଁ ଭାବୁଛି ଯେ ଏଠାକୁ ସିବିଆଇ ଓ ଇଡି ଆସିବାର ଆବଶ୍ୟକତା ରହିଛି। କିନ୍ତୁ ସିବିଆଇ ଓ ଇଡି ଓଡ଼ିଶା ଆସିବେ କି ନାହିଁ, ତାହା ମୁଁ ଜାଣିନି। ମୁଁ ସିବିଆଇ ଓ ଇଡିର ପ୍ରବକ୍ତା ନୁହେଁ। ସିବିଆଇ ଓ ଇଡି ଆମର ରାଜନୈତିକ ଅସ୍ତ୍ର ନୁହନ୍ତି। ଆମ କର୍ମକର୍ତ୍ତାଙ୍କ ପରିଶ୍ରମରେ ଆମେ ପରିବର୍ତ୍ତନ କରିବୁ।

୨୦୨୪ରେ ଜୋରଦାର ଲଢ଼େଇ ହେବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି, ଆମେ ଏବେ ସାର ଦେବା ପ୍ରକ୍ରିୟାରେ ରହିଛୁ। ୨୪ରେ ଫସଲ ଅମଳ କରିବୁ। ଯେହେତୁ ଫଳ ଧରିନି, ତେଣୁ ଦେଖାଯାଉନି। ଏକାଦିନେ ସବୁ କାମ ହୁଏନି। ସେଥିପାଇଁ ପ୍ରକ୍ରିୟା ଚାଲିଛି।

Advertisment

ଓଡ଼ିଶାର ରାଜନୀତିକ ପରିସ୍ଥିତି ବିଷୟରେ ନଡ୍ଡା ଓ ଶାହଙ୍କ ସହିତ ଆଲୋଚନା ହୋଇଥିବା କହିଛନ୍ତି ଜୟନାରାୟଣ ମିଶ୍ର। ସେ କହିଛନ୍ତି, ହୁଏତ ସେମାନେ (ନଡ୍ଡା ଓ ଶାହ) କିଛି କଥା ଜାଣି ନଥାଇ ପାରନ୍ତି, କିନ୍ତୁ ଓଡ଼ିଶା ବିଷୟରେ ଟିକିନିଖି ଖବର ରଖିଛନ୍ତି। ତୃଣମୂଳ ସ୍ତରରେ କ’ଣ ଘଟୁଛି ସେମାନେ ଆମଠୁ ଅଧିକ ଜାଣିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe