Advertisment

‘ମୁଖ୍ୟମନ୍ତ୍ରୀଙ୍କ ଦିନ କାଳ ଧୀରେ ଧୀରେ ଶେଷ ହେବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ବର୍ଷେ ପୂରିଛି। ଏହି ଅବସରରେ ଆଜି ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତି ସଭାରେ ଭର୍ଚୁଆଲ ଜରିଆରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ବର୍ଷକ ପରେ ଆଜି ମାମଲା କେଉଁ ଅବସ୍ଥାରେ ଅଛି, ତାକୁ ନେଇ […]

ରାଜ୍ୟ ସରକାରଙ୍କ ହାତରୁ ଖସି ଯାଉଛି ଆଇନଶୃଙ୍ଖଳା ପରିସ୍ଥିତି : ଧର୍ମେନ୍ଦ୍ର

D Pradhan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ବର୍ଷେ ପୂରିଛି। ଏହି ଅବସରରେ ଆଜି ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତି ସଭାରେ ଭର୍ଚୁଆଲ ଜରିଆରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ବର୍ଷକ ପରେ ଆଜି ମାମଲା କେଉଁ ଅବସ୍ଥାରେ ଅଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

Advertisment

ଧର୍ମେନ୍ଦ୍ର କହିଛନ୍ତି, କୁଳମଣିଙ୍କ ହତ୍ୟା ଘଟଣାରେ ପ୍ରଥମେ ସ୍ଥାନୀୟ ବିଧାୟକ ତଥା ବେଆଇନ ମନ୍ତ୍ରୀଙ୍କ ନାଁ ଏଫଆଇଆର ତାଲିକାରେ ଥିଲା। ହେଲେ ପରେ ପୁଲିସ ତାଙ୍କ ନାଁକୁ ଏଫଆଇଆରରୁ କାଟିଦେଲା। ଏମିତି କରି ପୁଲିସ୍ ତଳ କୋର୍ଟ ନିର୍ଦ୍ଦେଶକୁ ମାନି ନଥିଲା। ଏମିତିକି ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା। ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଶୂନ, ଯାହା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା କିପରି, ତାହା ଦର୍ଶାଉଛି। ଅସଲରେ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଲୋକଙ୍କ ଚିନ୍ତା ନାହିଁ କିମ୍ବା ତାଙ୍କ ପାଇଁ ଦରଦ ନାହିଁ। ଯେଉଁ କାରଣରୁ ରାଜ୍ୟରେ ଏସବୁ ଘଟୁଛି ବୋଲି କହି ନବୀନକୁ ସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

[caption id="attachment_704583" align="alignnone" width="650"]publive-image ଭର୍ଚୁଆଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ[/caption]

Advertisment

ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଜୋରଜବରଦସ୍ତ ଶାସନ ଚଳାଇବା ଏବେ ମୁଖ୍ୟମନ୍ତ୍ରୀଙ୍କ ନୀତି ହୋଇଯାଇଛି। ଆପଣଙ୍କ ପାଖରେ ଆଜି ଅର୍ଥ ବଳ ଅଛି। ଆପଣଙ୍କ ପାଖରେ ପ୍ରଶାସନିକ କଳର ଆସୁରିକ ଶକ୍ତି ଆସିଯାଇଥିବାର ଦମ୍ଭ ଓ ଅହଙ୍କାର ହୋଇଯାଇଛି। ଦିନେ ରାବଣ ଓ ଦୁର୍ଯୋଧନର ଏ ଅହଙ୍କାର ଓ ଦମ୍ଭ ଥିଲା। ହେଲେ ଆପଣଙ୍କର ଏହି ଅହଂକାରକୁ ମହାପ୍ରଭୁ ଜଗନ୍ନାଥ ଦେଖୁଛନ୍ତି। ଆପଣଙ୍କ ଦିନ କାଳ ଧୀରେ ଧୀରେ ଶେଷ ହେବ ବୋଲି ନବୀନକୁ କଡ଼ା ଭାଷାରେ କହିଛନ୍ତି ଧର୍ମେନ୍ଦ୍ର।

ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ଟ୍ୟାକ୍ସ ଚୋରି କରୁଛନ୍ତି। ଏପରିକି ସରକାର ଗରିବଙ୍କ ହକ୍ ମଧ୍ୟ ମାରୁଛନ୍ତି। ଗରିବ ବିରୋଧୀ କାମର ପ୍ରତିବାଦ କରିବାରୁ କୁଳମଣିଙ୍କୁ ହତ୍ୟା କରାଗଲା। ତାଙ୍କର ବଳିଦାନକୁ ମୁଁ ନତମସ୍ତକ କରୁଛି। ଏହାଛଡ଼ା କୁଳମଣିଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀ ୨ ତାରିଖରେ ଉଭୟ କୁଳମଣି ଓ ଦିବ୍ୟସିଂହଙ୍କୁ ହତ୍ୟା କରାଯାଇଥିଲା। ଘଟଣାକୁ ବର୍ଷେ ପୂରିଯାଇଥିଲେ ହେଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କିଏ, ତାହା ଜଣାପଡ଼ିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe