Advertisment

ଆମ୍ୱ ରସରେ ଦୂର ହେବ ମୋଦି-ମମତା ବିବାଦ!

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ​​ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା। ସେହିପରି ନିର୍ବାଚନ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲ୍ପନ ବାନ୍ଦୋପାଧ୍ୟାୟ ପ୍ରସଙ୍ଗରେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ୱ ପଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଏହା ଦୁଇ ଜଣଙ୍କ ମଧ୍ୟରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆମ୍ୱ ରସରେ ଦୂର ହେବ ମୋଦି-ମମତା ବିବାଦ!

modi-mamata

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ​​ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା। ସେହିପରି ନିର୍ବାଚନ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲ୍ପନ ବାନ୍ଦୋପାଧ୍ୟାୟ ପ୍ରସଙ୍ଗରେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ୱ ପଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଏହା ଦୁଇ ଜଣଙ୍କ ମଧ୍ୟରେ ସ୍ୱଭାବରେ ପରିବର୍ତ୍ତନରେ ଆଭାସ ନା ବିବାଦ ସମାଧାନ କରି ଆଗକୁ ବଢ଼ିବା ଉଦ୍ଦେଶ୍ୟରେ ଉପହାର ତାହା ଆଗାମୀ ଦିନରେ ଜଣାପଡ଼ିବ।

Advertisment

ମମତା ଏବେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଆମ୍ବ ପଠାଇ ଚାଲିଥିବା ରାଜନୀତିକ ତିକ୍ତତାରେ ଫୁଲଷ୍ଟପ ପକାଇବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଉଛି। ମମତା ବାନାର୍ଜୀ ହିମସାଗର, ମାଲଦା ଏବଂ ଲକ୍ଷ୍ମଣବାଗ ଆଦି ବିଭିନ୍ନ ପ୍ରକାରର ଆମ୍ବ ମୋଦିଙ୍କ ନିକଟକୁ ପଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଆମ୍ବ ଡାଲା ମଧ୍ୟ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି।

ଆହୁରି ପଢ଼ନ୍ତୁ : ପାକିସ୍ତାନର ଆମ୍ୱ ନେଲାନି ଚାଇନା

ତେବେ ଆମ୍ବ ପଠାଇବା ପରେ ବିଜେପି ଏବଂ ଟିଏମସି ମଧ୍ୟରେ ଥିବା ସମ୍ପର୍କର ତିକ୍ତତା କେତେ କମିଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ଇତି ମଧ୍ୟରେ ବିଜେପି ନିର୍ବାଚନ ପରବର୍ତ୍ତୀ ହିଂସା ଓ ନାରଦା ଷ୍ଟିଙ୍ଗ ଅପରେସନକୁ ପ୍ରସଙ୍ଗ କରି ମମତାଙ୍କୁ ଘେରିବାକୁ ଚେଷ୍ଟା କରିଛି। ଉଭୟ ଦଳ ପରସ୍ପର ଉପରେ ଆକ୍ରମଣ ଏବଂ ପ୍ରତି ଆକ୍ରମଣ କରୁଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ ମାନବ ଅଧିକାର ଆୟୋଗ ହିଂସା ଘଟଣାର ତଦନ୍ତ କରିବାକୁ ଯାଇଥିଲେ। ହେଲେ ଆକ୍ରମଣର ଶିକାର ହୋଇଥିଲେ। ଏଥିପାଇଁ ଟିଏମସି ଉପରକୁ ପ୍ରଶ୍ନ ଉଠିଛି। ଏବେ ଏନଏଚଆରସି ତାର ରିପୋର୍ଟ କୋର୍ଟରେ ଦାଖଲ କରିଥିବା ସୂଚନା ରହିଛି।

Advertisment

ଜୁଲାଇରେ ସଂସଦର ପ୍ରଥମ ଅଧିବେଶନ ବସିବ ବୋଲି ଆକଳନ କରାଯାଉଛି। ଏହି ସମୟରେ ବେଙ୍ଗଲରେ ଚାଲିଥିବା ନିର୍ବାଚନୀ ହିଂସାକୁ ପ୍ରମୁଖ ଅସ୍ତ୍ର କରି ବିଜେପି ଟିଏମସିକୁ ଘେରିବ ବୋଲି ଯୋଜନା କରିଥିବା ସୂଚନା ରହିଛି। ହେଲେ ମୋଦି, ଶାହ ଦିଦିଙ୍କ ଦ୍ୱାରା ପଠାଯାଇଥିବା ଆମ୍ୱ ଖାଇବା ପରେ ସେହି ପୁରୁଣା ସ୍ୱଭାବ ରହୁଛି ନା ନରମ ମନୋଭାବ ରଖୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ୨୦୧୧ ପାଖରୁ ମମତା ମୋଦିଙ୍କୁ ଆମ୍ୱ ପଠାନ୍ତି ବୋଲି ଜଣାପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ସହିତ ବଲିଉଡ ହିରୋ ଅକ୍ଷୟ କୁମାର ଏକ ହାଲକାଫୁଲକା ସାକ୍ଷାତକାର କରିଥିଲେ। ଏହି ସମୟରେ ମମତା ତାଙ୍କ ପାଖକୁ ଆମ୍ୱ ପଠାନ୍ତି ବୋଲି ମୋଦି କହିଥିଲେ।

Mamata Banerjee Narendra Modi