Advertisment

ଦିଲ୍ଲୀ ଦଖଲ ପାଇଁ ହାତ ମିଳାଇଲେ ଟିଏମସି ଏବଂ କଂଗ୍ରେସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲକ୍ଷ୍ୟ ଦିଲ୍ଲୀ। ତେଣୁ ଜୁଲାଇ ୨୬ ରୁ ୩୦ ଦିଲ୍ଲୀ ଗସ୍ତରେ ଆସିବେ। ଯଦିଓ ମମତା ବାନାର୍ଜୀ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ କିନ୍ତୁ ରୋଚକ କଥା ହେଉଛି ମୋଦିଙ୍କୁ ଭେଟିବା ପରେ ପରେ ଦିଦି ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ଭେଟିବେ। ଯେଉଁଥିପାଇଁ ସେ ନିମନ୍ତ୍ରଣ ମଧ୍ୟ ପଠାଇଛନ୍ତି। ଏଥିପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଦିଲ୍ଲୀ ଦଖଲ ପାଇଁ ହାତ ମିଳାଇଲେ ଟିଏମସି ଏବଂ କଂଗ୍ରେସ

Mamata1

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲକ୍ଷ୍ୟ ଦିଲ୍ଲୀ। ତେଣୁ ଜୁଲାଇ ୨୬ ରୁ ୩୦ ଦିଲ୍ଲୀ ଗସ୍ତରେ ଆସିବେ। ଯଦିଓ ମମତା ବାନାର୍ଜୀ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ କିନ୍ତୁ ରୋଚକ କଥା ହେଉଛି ମୋଦିଙ୍କୁ ଭେଟିବା ପରେ ପରେ ଦିଦି ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ଭେଟିବେ। ଯେଉଁଥିପାଇଁ ସେ ନିମନ୍ତ୍ରଣ ମଧ୍ୟ ପଠାଇଛନ୍ତି। ଏଥିପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଥିବା କୁହାଯାଉଛି। ଏହି ବୈଠକ ୨୦୨୪ ପାଇଁ ରହିବ।

Advertisment

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଉଭୟ କଂଗ୍ରେସ ଏବଂ ଟିଏମସି ଆଗରେ ବିଜେପି ପ୍ରମୁଖ ଦଳ ରହିଥିଲା। ଏହି ସମୟରେ କିନ୍ତୁ କଂଗ୍ରେସ ଓ ଟିଏମସି ଏକାଠି ନହୋଇ ଏକାକୀ ନିର୍ବାଚନ ଲଢ଼ିଥିଲେ। ପରିଣାମସ୍ୱରୂପ ବିଜେପି ଅଧିକରୁ ଅଧିକ ଆସନ ବିଜୟୀ ହୋଇପାରିଛି ବୋଲି ରାଜନୀତିକ ପଣ୍ଡିତମାନେ କୁହନ୍ତି। ଏବେ କିନ୍ତୁ ଦିଲ୍ଲୀ ଗାଦିରୁ ବିଜେପିକୁ ହଟାଇବା ପାଇଁ କଂଗ୍ରେସ ଟିଏମସି ସହିତ ଏକାଠି ହେବ ବୋଲି ରାଜି ହୋଇଥିବା ସୂଚନା ରହିଛି। ଏହି ବୈଠକ ଜୁଲାଇ ୨୮ ଅପରାହ୍ନ ୩ଟାରେ ହେବ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ମମତା ବାନାର୍ଜୀ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।

ଜୁଲାଇ ୨୧ ବୈଠକରେ ମମତା ବାନାର୍ଜୀ ଏନସିପି ମୁଖ୍ୟ ଶରଦ ପାୱାର ଏବଂ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ବିରୋଧୀ ଦଳର ନେତାଙ୍କ ବୈଠକ ଆୟୋଜନ କରିବାକୁ କହିଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଏବେ ଟିଏମସି ଏହି ବୈଠକ ଆୟୋଜନ କରିବାର ଦାୟିତ୍ୱ ନେଇଛି। ଏହାପରେ ଟିଏମସି ସାଧାରଣ ସମ୍ପାଦକ ତଥା ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀ ଦଳର ସାମ୍ମୁଖ୍ୟକୁ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି। ଦଳର ନେତା କହିଛନ୍ତି ଯେ ପ୍ରସ୍ତୁତି  ଶେଷ ହୋଇଛି।

Advertisment

ସୂଚନାଯୋଗ୍ୟ, ୨୦୧୪ ପରେ କଂଗ୍ରେସ ଯଦିଓ ବିରୋଧୀ ଭୂମିକା ରହିଛି ହେଲେ ସେତେଟା ପ୍ରଭାବ ଦେଖାଇପାରି ନାହିଁ। ଏବେ କିନ୍ତୁ ଟିଏମସି, ଏନସିପି, ଆମ୍ ଆଦମୀ ପାର୍ଟି ଭଳି ଆଞ୍ଚଳିକ ଦଳ ବିଜେପି ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି। ତେଣୁ ଆଞ୍ଚଳିକ ଦଳକୁ ଏକାଠି କରି ବିଜେପି ବିରୋଧରେ ଗୋଟିଏ ବଡ ମୋର୍ଚ୍ଚା ପ୍ରସ୍ତୁତ କରିବାକୁ ଦିଦି ରଣନୀତି ପ୍ରସ୍ତୁତ କରିଥିବା ସୂଚନା ରହିଛି।

ଏହା ପୂର୍ବରୁ ଜୁଲାଇ ୨୧ରେ ଆୟୋଜିତ ଭର୍ଚୁଆଲ୍ ବୈଠକରେ ପାୱାର, ଚିଦାମ୍ବରମଙ୍କ ବ୍ୟତୀତ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, କଂଗ୍ରେସର ଦିଗବିଜୟ ସିଂ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ ଏବଂ ଜୟା ବଚ୍ଚନ, ଡିଏମକେରୁ ତିରୁଚି ଶିବ, ଟିଆରଏସରୁ କେ କେଶଭ ରାଓ, ଆରଜେଡିରୁ ମନୋଜ ଝା, ଶିରୋମଣି ଅକାଳୀରୁ ବଲୱିନ୍ଦର ସିଂ ଶିବସେନାରୁ ପ୍ରିୟଙ୍କା ଚତୁର୍ବେଦୀ ସାମିଲ୍ ହୋଇଥିଲେ। ଏବେ ବଙ୍ଗ ଭବନରେ ଆୟୋଜିତ ହେବାକୁ ଥିବା ବୈଠକରେ ମଧ୍ୟ ଏହି ସଦସ୍ୟ ଯୋଗ ଦେବାର ସମ୍ଭାବନା ରହିଛି।