Advertisment

ବିଏମସି ନିର୍ବାଚନ: କଂଗ୍ରେସ ଜାରି କଲା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ଏପର୍ଯ୍ୟନ୍ତ ନିଜର ମେୟର ଓ କର୍ପୋରେଟର ପ୍ରାର୍ଥୀ ଚୂଡ଼ାନ୍ତ କରିନଥିବାବେଳେ କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟାୟରେ ନିଜର ମେୟର ପ୍ରାର୍ଥୀଙ୍କ ସହ ୩୦ଜଣ କର୍ପୋରେଟଙ୍କ ନାଁ ଘୋଷଣା କରିଛି। ଦଳ ଆଜି ପୂର୍ବାହ୍ନରେ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ୱାର୍ଡ ପାଇଁ ଦଳୀୟ କର୍ପୋରେଟର ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । […]

ଅଦ୍ୟତନ ହୋଇଛି
ସୁଧୁରିବନି କଂଗ୍ରେସ: ତଳିତଳାନ୍ତ ପରେ ବି ଚାଲିଛି ବୟାନବାଜି

Image of Odisha Congress bhawan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ଏପର୍ଯ୍ୟନ୍ତ ନିଜର ମେୟର ଓ କର୍ପୋରେଟର ପ୍ରାର୍ଥୀ ଚୂଡ଼ାନ୍ତ କରିନଥିବାବେଳେ କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟାୟରେ ନିଜର ମେୟର ପ୍ରାର୍ଥୀଙ୍କ ସହ ୩୦ଜଣ କର୍ପୋରେଟଙ୍କ ନାଁ ଘୋଷଣା କରିଛି। ଦଳ ଆଜି ପୂର୍ବାହ୍ନରେ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ୱାର୍ଡ ପାଇଁ ଦଳୀୟ କର୍ପୋରେଟର ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ।

Advertisment

ଦଳର ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ଦ୍ୱାରା ଜାରି ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ କର୍ପୋରେଟର ପ୍ରାର୍ଥୀ ଭାବେ କାଜଲ ମଣ୍ଡଳଙ୍କୁ ୧ନମ୍ବର ୱାର୍ଡ ପାଇଁ ମନୋନୀତ କରାଯାଇଥିବାବେଳେ ସୁକାନ୍ତି ଜେନା- ୩, ପ୍ରଦୀପ କୁମାର ପଟ୍ଟନାୟକ -୪, ସୁଜିତ କୁମାର ସାହୁ -୬, ମନୋଜ କୁମାର ମହାପାତ୍ର -୭, ଶ୍ରୀଧର ବଳିଆର ସିଂ- ୧୦, ଶୈଳବାଳା ମହାପାତ୍ର -୧୩, ସୁପ୍ରିୟା ମହାପାତ୍ର -୧୪, ଲିପ୍ସା ମହାନ୍ତି -୧୫, ନଗମା ଖାତୁନ୍ - ୧୬, ନିବାସ କୁମାର ଭୋଇ -୧୮ , ମଂଟୁ ମଲ୍ଲିକ -୨୪ , ପବିତ୍ର ଦାସ -୨୫, ପଦ୍ମିନୀ ମାରାଣ୍ଡି -୨୬, ଅନିଲ କୁମାର ଦାସ -୨୭, ଅଞ୍ଜଳି ସାହୁ -୨୮, ସ୍ମୃତି ରଞ୍ଜନ ତ୍ରିପାଠୀ- ୩୦, ମମତା ମଲ୍ଲିକ -୩୫, ଲିଜା ମହାନ୍ତି -୩୯, ପ୍ରତିମା ମହାନ୍ତି -୪୧, ପ୍ରଭାତ କୁମାର ପ୍ରତାପ ସିଂ- ୪୪,ବିଭୁ ପ୍ରସାଦ ଜେନା -୫୦, ନିବାସୀ ଦେଇ -୫୩, ପୁଷ୍ପିତା ଦାସ -୫୪, ସଂଜୟ କୁମାର ପରିଡ଼ା- ୫୬, ମିହିର ରଞ୍ଜନ ଆଚାର୍ଯ୍ୟ -୫୭, ଦେବୀ ପ୍ରସାଦ ସ୍ୱାଇଁ -୫୯, ନାରାୟଣ ଜେନା-୬୧ , ନିତିଶା ମହାନ୍ତି -୬୩ ଓ ଶିବାନୀ ଶିବଦର୍ଶିନୀ ମହାନ୍ତିଙ୍କୁ ୱାର୍ଡ ନମ୍ବର ୬୭ ପାଇଁ କର୍ପୋରେଟର ପ୍ରାର୍ଥୀ ଭାବେ କଂଗ୍ରେସ ମନୋନୀତ କରିଛି ।
କଂଗ୍ରେସର ପ୍ରଥମ ପର୍ଯ୍ୟାୟରେ ୩୦ଜଣ କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ ୧୪ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe