Advertisment

ପ୍ରଚାର ବେଳେ ଅସୁସ୍ଥ ହେଲେ କଂଗ୍ରସ ପ୍ରାର୍ଥୀ ଅଜିତ ମଙ୍ଗରାଜ

ପିପିଲି (ଦ୍ଵିତୀକୃଷ୍ଣ ପଟ୍ଟନାୟକ): ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ମତଦାନ। ସେଥିପାଇଁ ଜୋରଦାନ ହୋଇଛି ପ୍ରଚାର। ଏପରି ସମୟରେ ଆଜି ଆସିଛି ଏକ ଦୁଃଖଦ ଖବର। ପ୍ରତାର କରିବାକୁ ଯାଉଥିବା ବେଳେ ତଳେ ପଡ଼ିଯାଇ ଅସୁସ୍ଥ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର କରିବା ପାଇଁ ଯାଉଥିଲେ। ଏହି ସମୟରେ ସେ ତଳେ ପଡି ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ […]

ପ୍ରଚାର ବେଳେ ଅସୁସ୍ଥ ହେଲେ କଂଗ୍ରସ ପ୍ରାର୍ଥୀ ଅଜିତ ମଙ୍ଗରାଜ

Ajit Mangaraj

Advertisment

ପିପିଲି (ଦ୍ଵିତୀକୃଷ୍ଣ ପଟ୍ଟନାୟକ): ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ମତଦାନ। ସେଥିପାଇଁ ଜୋରଦାନ ହୋଇଛି ପ୍ରଚାର। ଏପରି ସମୟରେ ଆଜି ଆସିଛି ଏକ ଦୁଃଖଦ ଖବର। ପ୍ରତାର କରିବାକୁ ଯାଉଥିବା ବେଳେ ତଳେ ପଡ଼ିଯାଇ ଅସୁସ୍ଥ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ।

Advertisment

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଆଜି ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର କରିବା ପାଇଁ ଯାଉଥିଲେ। ଏହି ସମୟରେ ସେ ତଳେ ପଡି ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମେଡିକାଲ୍‌ରେ ତାଙ୍କୁ ଭେଟି ସ୍ୱାସ୍ଥ ଅବସ୍ଥା ପଚାରି ବୁଝିଛନ୍ତି। ଅଜିତ ମଙ୍ଗରାଜ ମଧୁମେୟ ବଢିବା ସହିତ ରକ୍ତଚାପ କମି ଯାଇଛି। ତେଣୁ ତାଙ୍କୁ ଏବେ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି।

Advertisment

ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲିରେ ହେଉଛି ଉପନିର୍ବାଚନ। ସେଠାରେ ୧୫ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେଥିରୁ ୩ ଜଣଙ୍କର ଖାରଜ ହୋଇଥିଲା। ଦୁଇ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ। ତେଣୁ ଏବେ ପିପିଲି ଉପନିର୍ବାଚନ ମଇଦାନରେ  ୧୦ ପ୍ରାର୍ଥୀ ଅଛନ୍ତି। ଏଠାରୁ କଂଗ୍ରେସରୁ ଅଜିତ ମଙ୍ଗରାଜ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ସିପିଆଇଏମ୍‌ଏଲ୍‌ ଲିବରେସନରୁ ଅଶୋକ ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟ ପ୍ରକାଶ ସେଠୀ, କଳିଙ୍ଗ ସେନାରୁ ଫିଙ୍କଲିନ୍‌ ମହାନ୍ତି,  ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆରୁ ମହମ୍ମଦ ଇମାମୁଦ୍ଦିନ, ସ୍ୱାଧୀନ ନଗେନ୍ଦ୍ରନାଥ ମିଶ୍ର,  ସ୍ୱାଧୀନରୁ ସୁଲୋଚନା ସାହୁ ଓ ସ୍ୱାଧୀନରୁ ସ୍ୱପ୍ନେଶ୍ୱର ନାୟକ। ତେବେ ଏଠାରେ ବିଜେପି ଓ ବିଜେଡି ଭିତରେ ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe