Advertisment

ପିପିଲି ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ବିଜେପି ଓ ବିଜେଡି ପରେ କଂଗ୍ରେସ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅଜିତ ମଙ୍ଗରାଜ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସୂଚନା ରହିଛି। ପୁରୀ ଜିଲ୍ଲା ସଭାପତି ହେଉଛନ୍ତି ଅଜିତ ମଙ୍ଗରାଜ। ୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ। Congress fields Ajit Mangaraj for by-elections to Odisha Assembly from Pipili constituency — ANI (@ANI) March 28, 2021 ପୂର୍ବରୁ ପିସିସି […]

ଅଦ୍ୟତନ ହୋଇଛି
ପିପିଲି ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ajit-mangaraj-congreess

Advertisment

ନୂଆଦିଲ୍ଲୀ: ବିଜେପି ଓ ବିଜେଡି ପରେ କଂଗ୍ରେସ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅଜିତ ମଙ୍ଗରାଜ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସୂଚନା ରହିଛି। ପୁରୀ ଜିଲ୍ଲା ସଭାପତି ହେଉଛନ୍ତି ଅଜିତ ମଙ୍ଗରାଜ। ୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ।

Advertisment

https://twitter.com/ANI/status/1376211337290768390?s=20

ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତିନି ସମ୍ଭାବ୍ୟ ପ୍ରାର୍ଥୀ ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଓ ନିଶିକାନ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିଲେ। ପୁରୁଣା ଚେହେରାକୁ ବିଶ୍ୱାସ ରଖି ପିପିଲି ମୈଦାନରେ କଂଗ୍ରେସ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ସେଥିପାଇଁ ବୋଧହୁଏ ବାକି ଦୁଇ ସମ୍ଭାବ୍ୟଙ୍କ ନାଁ ଉପରେ ଏଆଇସିସି ଭରସା କରିପାରି ନାହିଁ।

ଅଜିତଙ୍କ ପ୍ରଚରା ପାଇଁ କେନ୍ଦ୍ର ଓ ରାଜ୍ୟରୁ ୩୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଥିବା ସୂଚନା ରହିଛି। ୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରେ ମୋଟ୍‍ ୧,୭୪,୮୭୫ ଜଣ ଭୋଟ୍ ଦେଇଥିଲେ। ସେଥିରୁ ବିଜେଡି ପ୍ରାର୍ଥୀ ଭାବରେ ପ୍ରଦୀପ ମହାରଥୀ  ୮୮,୫୧୮ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ୭୨,୭୩୧ଟି ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ତୃତୀୟ ସ୍ଥାନରେ ଥିଲେ କଂଗ୍ରେସର ଅଜିତ ମଙ୍ଗରାଜ। ଯିଏକି ମାତ୍ର ୯୮୩୦ଟି ଭୋଟ୍ ପାଇଥିଲେ।

Advertisment

ଏବେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେଡିରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଆଶ୍ରିତ ପଟ୍ଟନାୟକ। ଅର୍ଥାତ୍ ଏବେ ଉପନିର୍ବାଚନରେ ଦୁଇ ପୁରୁଣା ପ୍ରାର୍ଥୀଙ୍କ ସହ ଲଢ଼େଇ କରିବେ ରୁଦ୍ର ମହାରଥୀ। ଯଦିଓ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ହେଲେ ଦିବଂଗତ ନେତାଙ୍କ ପୁଅ ହୋଇଥିବାରୁ ତାଙ୍କର ପରିଚୟ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe