ଫଟୋର ଜବାବ ଫଟୋରେ ଦେଲା କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି କଂଗ୍ରେସ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋବିନ୍ଦ ସାହୁର ଫଟୋ ଦେଖାଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ଯଦି ଫଟୋ କଥା କୁହେ, ତାହେଲେ ଏହି ଫଟୋ ଉପରେ ଜବାବ ରଖିବ କି ବିଜେଡି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର। ଶନିବାର ବରିଷ୍ଠ ନେତା ଭକ୍ତ ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଫଟୋ […]

congress

congress

Ranjit Kumar Jena
  • Published: Sunday, 14 November 2021
  • Updated: 14 November 2021, 03:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି କଂଗ୍ରେସ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋବିନ୍ଦ ସାହୁର ଫଟୋ ଦେଖାଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ଯଦି ଫଟୋ କଥା କୁହେ, ତାହେଲେ ଏହି ଫଟୋ ଉପରେ ଜବାବ ରଖିବ କି ବିଜେଡି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର।

ଶନିବାର ବରିଷ୍ଠ ନେତା ଭକ୍ତ ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଫଟୋ ଦେଖାଇ କଂଗ୍ରେସକୁ ଟାର୍ଗେଟ କରିଥିଲା ବିଜେଡି। ଆଉ କଂଗ୍ରେସ ଏହାର ଜବାବ ମଧ୍ୟ ଫଟୋରେ ଦେଇଛି। କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ଯଦି ଫଟୋ କଥା କୁହେ ଏହି ଫଟୋ ଉପରେ ଜବାବ ରଖିବ କି ବିଜେଡି ବୋଲି କଂଗ୍ରେସ ମୁଖପାତ୍ର ପ୍ରଶ୍ନ କରିଛନ୍ତି। ସେହିପରି ସିସୋର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ।

ଏହାସହ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି। ମନୋଜ ମହାପାତ୍ର କହିଛନ୍ତି, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର ସମେତ 120 (B)ରେ ମାମଲା ରୁଜୁ କରାଯାଉ। ଟିକିରି ମାମଲାରେ ଯଦି ଷଡ଼ଯନ୍ତ୍ର କାରୀଙ୍କୁ ଗିରଫ କରାଗଲା, ତାହେଲେ ଏବେ କାହିଁକି କରାଯାଉନାହିଁ। ଡିଆଇଜି ସମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅଭିଯୁକ୍ତଙ୍କୁ କ୍ଲିନ ଚିଟ୍ ଦେବା ପାଇଁ ଚେଷ୍ଟା କରିଛନ୍ତି। ମମିତା ପ୍ରସଙ୍ଗ ଚର୍ଚ୍ଚାରେ ନରହୁ ବୋଲି ଅପଚେଷ୍ଟା କରୁଛି। କିନ୍ତୁ କଂଗ୍ରେସ ଏ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଜାରି ରଖିଛି ଏବଂ ଆଗକୁ ମଧ୍ୟ ରଖିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି କଂଗ୍ରେସ ମୁଖପାତ୍ର ଆହୁରି କହିଛନ୍ତି, ‘କନ୍ଧମାଳ ଦଙ୍ଗା ବେଳେ ସସ୍ମିତଙ୍କ ପରିବାରର ହାତ ଥିଲା। ସେତେବେଳେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଏହା ଅନୁଧ୍ୟାନ କରିବା ପରେ ସସ୍ମିତଙ୍କୁ ଦଳରୁ ବାହାର କରାଯାଇଥିଲା। ତେଣୁ ସସ୍ମିତଙ୍କର କଂଗ୍ରେସ ଉପରେ ପୁରୁଣା ରାଗ ରହିଛି। ଦଙ୍ଗା ବେଳେ ତାଙ୍କ ପିତା ସ୍ୱରୂପ ପାତ୍ର ମଧ୍ୟ ସମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଦଙ୍ଗା ପାଇଁ ଦାୟୀ ଥିବା କହିଥିଲେ। ତେଣୁ କଂଗ୍ରେସ ବିରୋଧରେ ସସ୍ମିତଙ୍କ ବୟାନ ପାଗଳାମୀ ପରି ମନେ ହେଉଛି।’ ଜାତୀୟ ସଂଖ୍ୟାଲଘୁ ସେଲର ସଭ୍ୟ ହେବା ପାଇଁ ସସ୍ମିତ ବିଜେପି ଆଡକୁ ଢଳୁନାହାନ୍ତି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ଶନିବାର ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏକ ଦଲିଲ୍‌ ଦେଖାଇ କହିଥିଲେ ଯେ ମହାଲିଙ୍ଗ କଲେଜ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଥିଲା। ସେହି ଟ୍ରଷ୍ଟର ଫାଉଣ୍ଡର ଟ୍ରଷ୍ଟି ତାଲିକାରେ ପ୍ରଥମ ନାଁ ରହିଛି ଗୋବିନ୍ଦ ସାହୁ। ଦ୍ୱିତୀୟ ନାଁଟି ହେଉଛି କ୍ରାନ୍ତି। ତାଙ୍କ ବୟସ ୨୩ ବର୍ଷ। ସେ ହେଉଛନ୍ତି ଭକ୍ତଚରଣ ଦାସଙ୍କ ପୁଅ। ଏ ନେଇ ବିଜେଡି ଭକ୍ତ ଦାସଙ୍କୁ ପ୍ରଶ୍ନ କରିଥିଲା ଯେ ମହାଲିଙ୍ଗ କଲେଜ ପରିଚାଳନା ଟ୍ରଷ୍ଟରେ ଥିବା କ୍ରାନ୍ତି କିଏ? ସେଏ ତାଙ୍କ ପୁଅ କି? ଯଦି କ୍ରାନ୍ତି ଆପଣଙ୍କ ପୁଅ, ତାହା ହେଲେ ଏହା ଉତ୍ତର ଦେବେ କି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos