Advertisment

ରାଜ୍ୟ ସରକାରଙ୍କୁ ଅଲଟିମେଟମ୍ ଦେଲେ ଭକ୍ତ ଦାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କଡ଼ା ମନ୍ତବ୍ୟ ରଖିବା ସହ ଦେଇଛନ୍ତି ଆନ୍ଦୋଳନ ଅଲଟିମେଟମ୍। ପୂରା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୌନ କାହିଁକି ବୋଲି ସେ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ଏ ନେଇ କାହିଁକି ସ୍ପଷ୍ଟୀକରଣ ଦେଇ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ। ଏମିତିକି ଦିବ୍ୟଶଙ୍କରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ କରାନଗଲେ କଳାହାଣ୍ଡିରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ […]

author-image
Ranjit Kumar Jena
ରାଜ୍ୟ ସରକାରଙ୍କୁ ଅଲଟିମେଟମ୍ ଦେଲେ ଭକ୍ତ ଦାସ

bhakta

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କଡ଼ା ମନ୍ତବ୍ୟ ରଖିବା ସହ ଦେଇଛନ୍ତି ଆନ୍ଦୋଳନ ଅଲଟିମେଟମ୍। ପୂରା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୌନ କାହିଁକି ବୋଲି ସେ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ଏ ନେଇ କାହିଁକି ସ୍ପଷ୍ଟୀକରଣ ଦେଇ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ। ଏମିତିକି ଦିବ୍ୟଶଙ୍କରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ କରାନଗଲେ କଳାହାଣ୍ଡିରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Advertisment

ଭକ୍ତ ଦାସ କହିଛନ୍ତି, ସମଗ୍ର ଓଡ଼ିଶାରେ ମମିତା ହତ୍ୟାକୁ ନେଇ ଏକ ଆନ୍ଦୋଳନ ସୃଷ୍ଟି ହୋଇଛି। ହେଲେ ଜନସାଧାରଣଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ତା'ର ଜବାବ ଦେଉନାହାନ୍ତି। ଏତେ ସବୁ ଘଟିଗଲା ପରେ ବି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଜେରା କରାଯାଇନାହିଁ। ଯଦି ମନ୍ତ୍ରୀଙ୍କର ଏଥିରେ କୌଣସି ସଂପୃକ୍ତି ନାହିଁ, ତାହେଲେ ସେ ସମସ୍ତଙ୍କ ସାମ୍ନାରେ କାହିଁକି ଜବାବ ଦେଉନାହାନ୍ତି। ପ୍ରଥମେ ମମିତାଙ୍କର ବାପା-ମା' ଅଭିଯୋଗ ଆଣିଥିଲେ। ପରେ ଗାଁ ଲୋକେ ମଧ୍ୟ ଅଭିଯୋଗ ଆଣିଛନ୍ତି। ଯଦି ସେବୁ ମିଛ, ତାହେଲେ ସେ ଜନସାଧାରଣଙ୍କ ଆଗରେ ସତ ସ୍ପଷ୍ଟୀକରଣ ଦେବା ଦରକାର। କାହିଁକି ଗୃହ ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ଆଇନକୁ ସମ୍ମାନ ଦେଉନାହାନ୍ତି। କେବଳ ଏତିକି ନୁହେଁ ବରଂ 5T ଟି କଣ କରୁଛି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଅଲଟିମେଟନ୍ ଦେଇ କହିଛନ୍ତି, ୩୦ ତାରିଖ ମଧ୍ୟରେ ଯଦି ସେମାନେ ଗିରଫ ନକରନ୍ତି ମନ୍ତ୍ରୀଙ୍କୁ ତେବେ ଅନେକ କଥା ଉଠିବ। ୧ ତାରିଖରେ ମୁଁ ନିଜେ କଳାହାଣ୍ଡି ଯିବି ଓ ପରେ ଯାହା ହେବ ତାହା ସମସ୍ତେ ଦେଖିବେ ବୋଲି ଭକ୍ତ କହିଛନ୍ତି।

Advertisment