Advertisment

ବିଜୟଙ୍କ ପରେ ନରସିଂହଙ୍କ ରାୟପୁର ଥିଓରୀ: ଦିବ୍ୟଶଙ୍କର ଡାକିଥିଲେ ବୁଝାମଣା ବୈଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ସହ ସ୍ୱର ମିଳାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବିଜୟଙ୍କ ପରି ସେ ମଧ୍ୟ କ୍ୟାପଟେନ ଦିବ୍ୟଶଙ୍କରଙ୍କ ରାୟପୁର ବୈଠକ କଥା ଉଠାଇଛନ୍ତି। ଆଉ ଅଭିଯୋଗ କରିଛନ୍ତି, ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତାଙ୍କ ଭିତରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବା ପାଇଁ କ୍ୟାପଟେନ୍ ଦିବ୍ୟଶଙ୍କର ଉଦ୍ୟମ କରିଥିଲେ। ଆଜି କଂଗ୍ରେସ ପ୍ରତିନିଧି ଦଳ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଏ ଭିଡିଓ କାହିଁକି ଦେଲା ପୁଲିସ? ମମିତାଙ୍କୁ ନ୍ୟାୟ ପାଇଁ ନା ମନ୍ତ୍ରୀଙ୍କୁ ବଞ୍ଚାଇବାକୁ

Dibya-and-Govinda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ସହ ସ୍ୱର ମିଳାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବିଜୟଙ୍କ ପରି ସେ ମଧ୍ୟ କ୍ୟାପଟେନ ଦିବ୍ୟଶଙ୍କରଙ୍କ ରାୟପୁର ବୈଠକ କଥା ଉଠାଇଛନ୍ତି। ଆଉ ଅଭିଯୋଗ କରିଛନ୍ତି, ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତାଙ୍କ ଭିତରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବା ପାଇଁ କ୍ୟାପଟେନ୍ ଦିବ୍ୟଶଙ୍କର ଉଦ୍ୟମ କରିଥିଲେ।

Advertisment

ଆଜି କଂଗ୍ରେସ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିବାକୁ ଯାଇଥିଲା। ସେଠାରୁ ଫେରିବା ପରେ ଭୁବନେଶ୍ୱରରେ ନରସିଂହ କହିଛନ୍ତି, ମମିତା ଓ ଗୋବିନ୍ଦ ମଧ୍ୟରେ ବୁଝାମଣା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟପୁରରେ ଥିବା ତାଙ୍କ ଘରକୁ ଡାକିଥିଲେ। ଏ ସମ୍ପର୍କିତ ଏକ ରିପୋର୍ଟ ଡିଆଇଜି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି। ସେଥିରେ ଗୃହ ମନ୍ତ୍ରୀ ସଂପୃକ୍ତ ଥିବା ସ୍ପଷ୍ଟ ଭାବେ ଲେଖା ଯାଇଛି। ମୁଖ୍ୟମନ୍ତ୍ରୀ ସେହି ରିପୋର୍ଟ ସମ୍ପର୍କରେ ଅବଗତ ଅଛନ୍ତି। ଏହାର ତଦନ୍ତ ହେବା ନିହାତି ଦରକାର। ଇତି ମଧ୍ୟରେ ତିନି-ଚାରି ଦିନ ବିତିଗଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ନେଇ କୌଣସି ଉତ୍ତର ରଖିନାହାନ୍ତି ବୋଲି ନରସିଂହ କହିଛନ୍ତି।

ଶ୍ରୀ ମିଶ୍ର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଯଦି ଏ ସତ ପ୍ରଘଟିତ ହେବ, ତାହେଲେ ନବୀନ ବାବୁଙ୍କ ରାଜନୀତି ସବୁଦିନ ପାଇଁ ଶେଷ ହୋଇଯିବ। କାରଣ ତାଙ୍କର ଜଣେ କ୍ୟାବିନେଟ୍ ମନ୍ତ୍ରୀ ସେହି ଶିକ୍ଷାନୁଷ୍ଠାନରେ କହିଛନ୍ତି, ଏ ହେଉଛି ମୁଖ୍ୟମନ୍ତ୍ରୀଙ୍କର ଫେଭରିଟ୍ ଇନଷ୍ଟିଚ୍ୟୁସନ। ଏପରିକି ସେଠାରେ ମନ୍ତ୍ରୀମାନେ ଯାଇ ରାତ୍ରଯାପନ କରିଥିବା ମଧ୍ୟ ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, ରାଜ୍ୟରେ କେମିତି ନାରୀ ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ଏବଂ କେମିତି ତାଙ୍କୁ ହତ୍ୟା କରାଯାଉଛି, ତା'ର ମଧ୍ୟ ଖୁଲାସା ହେବାରେ ଲାଗିଛି। ଅନ୍ୟ ମାମଲା ତୁଳନାରେ ଏହି ଘଟଣାଟି ସମ୍ପୂର୍ଣ୍ଣ ଭିନ୍ନ। ଯଦି ଏହି ଘଟଣା ଓଡ଼ିଶା ବଦଳରେ ଦିଲ୍ଲୀରେ ଘଟିଥାନ୍ତା, ତାହେଲେ ପ୍ରଧାନମନ୍ତ୍ରୀଙ୍କର ଗାଦି ଚାଲି ଯାଆନ୍ତାଣି। ତେଣୁ ମମିତା ମାମଲାରେ ସଠିକ୍ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନରସିଂହ ମିଶ୍ର ଦାବି କରିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଗତ ରବିବାର ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିଲା ବୋଲି ବରିଷ୍ଠ ବିଜେପି ନେତା ଅଭିଯୋଗ କରିଥିଲେ। ବିଜୟ କହିଥିଲେ ଯେ କିଛି ଅଣଓଡ଼ିଆ ଅଫିସର ବି ଏଥିରେ ସଂପୃକ୍ତ ଅଛନ୍ତି। ସେମାନେ ରିପୋର୍ଟକୁ ଚାପି ରଖିଛନ୍ତି।