Advertisment

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା, ପିସିସି ପରିବର୍ତ୍ତନ ଶୀଘ୍ର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳର ନେତାଙ୍କ ସହ ପ୍ରଭାରୀଙ୍କ ରୁଦ୍ଧଦ୍ୱାର ଆଲୋଚନା ପରେ ପିସିସି ସଭାପତି ଚୟନକୁ ନେଇ ଲାଗି ରହିଛି ଟଣା ଓଟରା। କିଏ ହେବ ପରବର୍ତ୍ତୀ ପିସିସି ମୁଖିଆ, ରାଜ୍ୟରେ କିଏ ଧରିବ ବୁଡ଼ି ଯାଉଥିବା କଂଗ୍ରେସର ମଙ୍ଗ, ତାକୁ ନେଇ ଲାଗି ରହିଛି ଛକାପଞ୍ଝା। ପିସିସି ସଭାପତି ଚୟନ ପ୍ରକ୍ରିୟା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଯିବାକୁ ମିଳିଛି ଡାକରା। ଆସନ୍ତା ୫ ତାରିଖରେ […]

ଅଦ୍ୟତନ ହୋଇଛି
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା, ପିସିସି ପରିବର୍ତ୍ତନ ଶୀଘ୍ର!

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳର ନେତାଙ୍କ ସହ ପ୍ରଭାରୀଙ୍କ ରୁଦ୍ଧଦ୍ୱାର ଆଲୋଚନା ପରେ ପିସିସି ସଭାପତି ଚୟନକୁ ନେଇ ଲାଗି ରହିଛି ଟଣା ଓଟରା। କିଏ ହେବ ପରବର୍ତ୍ତୀ ପିସିସି ମୁଖିଆ, ରାଜ୍ୟରେ କିଏ ଧରିବ ବୁଡ଼ି ଯାଉଥିବା କଂଗ୍ରେସର ମଙ୍ଗ, ତାକୁ ନେଇ ଲାଗି ରହିଛି ଛକାପଞ୍ଝା। ପିସିସି ସଭାପତି ଚୟନ ପ୍ରକ୍ରିୟା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଯିବାକୁ ମିଳିଛି ଡାକରା।

Advertisment

ଆସନ୍ତା ୫ ତାରିଖରେ ଓଡ଼ିଶାର କଂଗ୍ରେସ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି। ସେଠାରେ ହେବ ମାନସ ମନ୍ଥନ। ବରିଷ୍ଠ ନେତା ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ୱାନ୍‌ ଟୁ ୱାନ୍‌ ଆଲୋଚନା କରିବେ। ଏହାପରେ ପିସିସି ସଭାପତି ଚୟନ ନେଇ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି। ରାହୁଲ ଗାନ୍ଧୀ କଂଗ୍ରେସ ବିଧାୟକଙ୍କୁ ଡାକିଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି। ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଦିଲ୍ଲୀରୁ ଡକରା ଆସିଛି। ସେଥିପାଇଁ ପ୍ରଥମେ ୯ ବିଧାୟକ ବସି ଆଲୋଚନା କରିବୁ। ସୋନିଆ ଓ ରାହୁଲଙ୍କ ପାଖରେ କ’ଣ ଏଜେଣ୍ଡା ରହିବ ନିଷ୍ପତ୍ତି ନେବୁ। ୯ ବିଧାୟକଙ୍କ ମଧ୍ୟରୁ କେହି ପିସିସି ସଭାପତି ହେଲେ ଭଲ ହେବ। ତଥାପି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଯାହା ନିଷ୍ପତ୍ତି ନେବେ ଆମେ ତାକୁ ମାନିବାକୁ ରାଜି ଅଛୁ।

Advertisment

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସି କଂଗ୍ରେସ ବିଧାୟକ, ସାଂସଦ ଓ ନେତାମାନଙ୍କ ସହ ବୈଠକ କରିଥିଲେ। ସମସ୍ତଙ୍କ ମତାମତ ନେଇ ସେ ଏକ ବିସ୍ତୁତ ରିପୋର୍ଟ ହାଇକମାଣ୍ଡଙ୍କୁ ଦେବେ ଓ ସେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଥିଲେ। ପିସିସି ସଭାପତି ସହିତ ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ ହେବ ବୋଲି ସେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe