Advertisment

ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ମୁଖ୍ୟାଳୟ ଭିତରେ ପଶି ଦିଲ୍ଲୀ ପୁଲିସ କରିଥିବା ଦମନଲୀଳା ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗାନ୍ଧି ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବା ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପଟ୍ଟନାୟକ ଏବଂ ବହୁ କଂଗ୍ରେସ ନେତୃମଣ୍ଡଳୀ […]

author-image
Ordigital Desk
ଅଦ୍ୟତନ ହୋଇଛି
ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା କଂଗ୍ରେସ

Congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ମୁଖ୍ୟାଳୟ ଭିତରେ ପଶି ଦିଲ୍ଲୀ ପୁଲିସ କରିଥିବା ଦମନଲୀଳା ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗାନ୍ଧି ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବା ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Advertisment

ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପଟ୍ଟନାୟକ ଏବଂ ବହୁ କଂଗ୍ରେସ ନେତୃମଣ୍ଡଳୀ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ପାୱାର ହାଉସ୍ ଛକ ଦେଇ ରାଜଭବନ ସମ୍ମୁଖ ଧାରଣା ସ୍ଥଳରେ ପହଂଚିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଗତକିଛି ଦିନ ଧରି ଯେଉଁଭଳି ଭାବରେ ରାହୁଲ ଗାନ୍ଧୀ ଏବଂ ସୋନିଆଙ୍କ ଗାନ୍ଧୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାର ଦିଲ୍ଲୀ ପୁଲିସ୍ ଓ ଇଡ଼ି ମାଧ୍ୟମରେ ଆକ୍ରୋଶମୂଳକ, ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ କାର୍ଯ୍ୟକଳାପ କରାଉଛନ୍ତି ତାହା ତାଙ୍କୁ ବେଶ୍ ମହଙ୍ଗା ପଡ଼ିବ । ଗାନ୍ଧି ପରିବାର ଏ ଦେଶର ଏକତା ଓ ଭାଇଚାରା ରକ୍ଷା ପାଇଁ ବହୁ ବଳିଦାନ ଦେଇଛନ୍ତି । ମିଛ ଅଭିଯୋଗରେ ଗାନ୍ଧି ପରିବାରକୁ ବଦନାମ ଓ ହଇରାଣ କରିବାରୁ ମୋଦି ଓ ଶାହା କ୍ଷାନ୍ତ ରୁହନ୍ତୁ ବୋଲି କଂଗ୍ରେସ ନେତାମାନେ କହିବା ସହ କେନ୍ଦ୍ର ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ ।

ସେହିପରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା କଂଗ୍ରେସ ନେତୃବର୍ଗ ଏପରିକି ମହିଳା ସାଂସଦ ମାନଙ୍କୁ ଦିଲ୍ଲୀ ପୁଲିସ୍ ଯେଉଁ ଭଳି ଭାବରେ ଅମାନୁଷିକ ବ୍ୟବହାର କରୁଛନ୍ତି ତାହା ସ୍ୱାଧୀନ ଭାରତ ବର୍ଷର ଗଣତନ୍ତ୍ରରେ କେବେ ଦେଖାଯାଇନଥିଲା ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ।

Advertisment

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଜୟଦେବ ଜେନା, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ବିଶ୍ୱଜିତ୍ ଦାଶ , ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିିିଂ ସାଲୁଜା, ଦାଶରଥି ଗମାଙ୍ଗୋ, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ମହାପାତ୍ର, ଯୁଧିଷ୍ଠିର ଜେନା, ଲଲାଟେନ୍ଦୁ ମହାପାତ୍ର, ସୁରେନ୍ଦ୍ର କୁମାର ପରମାଣିକ, ନିମାଇଁ ସରକାର, ରବିନ୍ଦ୍ର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ଶଶ୍ମିତା ବେହେରା, ବିଶ୍ୱରଞ୍ଜନ ମହାନ୍ତି, ବନ୍ଦିତା ପରିଡ଼ା, ଲୋକନାଥ ମହାରଥି, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନୱାଜ, ବାଙ୍କନିଧି ବେହେରା, ଅମୀୟ ପଟ୍ଟନାୟକ, ଚିନ୍ମୟ ବେଉରା, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରାଜୀବ ପଟ୍ଟନାୟକ, ଶିବାନନ୍ଦ ରାୟଙ୍କ ସମେତ ହଜାର ହଜାର ସଂଖ୍ୟକ କଂଗ୍ରେସ କର୍ମୀ ଓ ନେତାମାନେ ଏହି ବିକ୍ଷୋଭରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇଥିଲେ ।

ଆସନ୍ତାକାଲି ମଧ୍ୟ କଂଗ୍ରେସ ପକ୍ଷରୁ ସବୁ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଆଗରେ ଦଳର କର୍ମୀ-ନେତା ଓ ସାଧାରଣ ଲୋକେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବେ ।