Advertisment

ଓଡ଼ିଶା କଂଗ୍ରେସକୁ ଫେରିବେ ପୁରୁଣା ନେତା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ସବୁଠାରୁ ପୁରୁଣା ଦଳ କଂଗ୍ରେସ ଯେପରି ରାଜ୍ୟରେ ଅଚଳ ହୋଇପଡ଼ିଛି। ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କଂଗ୍ରେସ କିପରି ପୁଣିଥରେ କୂଳକୁ ଆସିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କଂଗ୍ରେସରେ ଏକାଧିକ ପୁରୁଖା ନେତାକୁ ଅଣଦେଖା କରାଯାଇଛି। ବର୍ତ୍ତମାନ ଦଳର […]

ଅଦ୍ୟତନ ହୋଇଛି
ଓଡ଼ିଶା କଂଗ୍ରେସକୁ ଫେରିବେ ପୁରୁଣା ନେତା!

giridhar gamango and srikant jena

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ସବୁଠାରୁ ପୁରୁଣା ଦଳ କଂଗ୍ରେସ ଯେପରି ରାଜ୍ୟରେ ଅଚଳ ହୋଇପଡ଼ିଛି। ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କଂଗ୍ରେସ କିପରି ପୁଣିଥରେ କୂଳକୁ ଆସିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

Advertisment

କଂଗ୍ରେସରେ ଏକାଧିକ ପୁରୁଖା ନେତାକୁ ଅଣଦେଖା କରାଯାଇଛି। ବର୍ତ୍ତମାନ ଦଳର ଯେଉଁ ଦୟନୀୟ ସ୍ଥିତି ରହିଛି, ତାକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ପୁରୁଣା ନେତାମାନଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲାଣି। ଦଳ ଛାଡ଼ିଥିବା ବରିଷ୍ଠ ନେତାମାନଙ୍କୁ ପୁଣି ଥରେ କଂଗ୍ରେସରେ ସାମିଲ କରିବା ଲାଗି ଏଆଇସିସି ସଙ୍କେତ ଦେଇଛି।। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଫେରାଇ ଆଣିବା ଲାଗି କଂଗ୍ରେସର ଏକ ଗୋଷ୍ଠୀ ଉଦ୍ୟମ ଚଳାଇଛି।

ସେହିପରି କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କୁ ମଧ୍ୟ ଆଣିବା ପାଇଁ ପ୍ରୟାସ ଚାଲିଛି। କାରଣ ଶ୍ରୀ ଗମାଙ୍ଗୋ ଏବେ ବିଜେପିରେ ଅଲୋଡ଼ା ହୋଇ ପଡ଼ିଛନ୍ତି। ଏହାଛଡ଼ା ରାଜ୍ୟ କଂଗ୍ରେସର ଗତିବିଧିରେ ଆଉ ଆଗଭଳି ସକ୍ରିୟ ନଥିବା କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ଦଳୀୟ ଦାୟିତ୍ୱ ଦେବାପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଯଦିଓ ଏହି ନେତାମାନଙ୍କ ବୟସ ଅଧିକ, କିନ୍ତୁ ସେମାନଙ୍କର ଅଭିଜ୍ଞତା କଂଗ୍ରେସ ପାଇଁ କାମ ଦେବ ବୋଲି କିଛି କଂଗ୍ରେସ ନେତା ଏଆଇସିସିକୁ ପ୍ରସ୍ତାବ ଦେଇଛନ୍ତି।

Advertisment

ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂଦେଓ ଏବଂ ଜୟଦେବ ଜେନାଙ୍କ ସମେତ ପ୍ରସାଦ ହରିଚନ୍ଦନଙ୍କୁ ଅଣଦେଖା ନକରିବାକୁ ଏହି ପ୍ରସ୍ତାବରେ କୁହାଯାଇଛି। ଅନ୍ୟ ପକ୍ଷରେ ବାରମ୍ୱାର ବିଫଳତା କାରଣରୁ ତୁରନ୍ତ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ଜୋରସୋର ଲବି କରିବା ଆରମ୍ଭ କରିଦେଇଛି। ରବିବାର ପିପିଲି ଉପନିର୍ବାଚନ ଗଣତିରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ଦେଖି କିଛି ଅସନ୍ତୁଷ୍ଟ ଗୋଷ୍ଠୀ ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଥିଲେ।

ନିରଞ୍ଜନ କଂଗ୍ରେସର ପୁରୁଣା କର୍ମୀଙ୍କ ପ୍ରତି ହତାଦାର କରିଛନ୍ତି। ସେ ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ଵ ଦେଉଛନ୍ତି। କଂଗ୍ରେସ ଭବନ ଆସୁ ନାହାନ୍ତି କି କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ କରୁନାହାନ୍ତି। ପିପିଲି, ବାଲେଶ୍ୱର, ତିର୍ତ୍ତୋଲରେ ନିରଞ୍ଜନ ଟିକେଟ୍ ବିକିଥିବା ଅଭିଯୋଗ ମଧ୍ୟ କରିଥିଲେ ଏହି ଗୋଷ୍ଠୀ। ତା’ସହ ସେ ଶାସକ ଦଳ ସହ ବୁଝାମଣା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ଆଉ ନିରଞ୍ଜନଙ୍କ ବିରୋଧରେ ଏ ଆନ୍ଦୋଳନ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ କର୍ମୀ।

ନିକଟରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଏବଂ ପ୍ରଦୀପ ମାଝୀ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରି ଏହି ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବରେ ରାଜି ହେଉଛି କି ନାହିଁ, ତାହା ଭିନ୍ନ କଥା, କିନ୍ତୁ ପ୍ରଦୀପ ଆଉ ଦଳ ଛାଡ଼ି ଅନ୍ୟ କୁଆଡେ ଯିବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି। ସେପଟେ ପିପିଲି ପରାଜୟ ପରେ ନିରଞ୍ଜନ ମଧ୍ୟ ପଦ ଛାଡ଼ିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେଇସାରିଛନ୍ତି। ଦେଶର ସର୍ବ ବୃହତ ଏହି ପୁରୁଣା ଦଳ ଏବେ ଘଡ଼ସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି। କଂଗ୍ରେସ ନା କେନ୍ଦ୍ରରେ ନା ରାଜ୍ୟରେ କ୍ଷମତାରେ ରହିଛି। ତେଣୁ କଂଗ୍ରେସ ତା’ର ସାଂଗଠନିକ ସ୍ଥିତି ସଜାଡ଼ିବା ପାଇଁ ଏକପ୍ରକାର ପ୍ରୟାସ ଆରମ୍ଭ କରିଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe