Advertisment

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି-କଂଗ୍ରେସ ଡିଲ୍ ସତ୍ୟ: ସୁର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ସହିତ ବିଜେଡି ଡିଲ୍ କରିଥିଲା ବୋଲି ଶନିବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିବା ବେଳେ ଏହା ସଂପୂର୍ଣ୍ଣ ସତ୍ୟ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଛନ୍ତି, ପଦ୍ମପୁରରେ ହାରିବା ପାଇଁ ଆମରି ଦଳ ଲୋକ ଡିଲ୍ କରିଥିଲେ। ଏହା ପୂରା ସ୍ପଷ୍ଟ। କିନ୍ତୁ ଏଥିରେ ସଭାପତିଙ୍କର କୌଣସି ଭୂମିକା ନାହିଁ। ଶ୍ରୀ ରାଉତରାୟ କହିଛନ୍ତି, ଜାନକୀ ବଲ୍ଲଭ […]

ଅଦ୍ୟତନ ହୋଇଛି
ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି-କଂଗ୍ରେସ ଡିଲ୍ ସତ୍ୟ: ସୁର

Sura

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ସହିତ ବିଜେଡି ଡିଲ୍ କରିଥିଲା ବୋଲି ଶନିବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିବା ବେଳେ ଏହା ସଂପୂର୍ଣ୍ଣ ସତ୍ୟ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ସେ କହିଛନ୍ତି, ପଦ୍ମପୁରରେ ହାରିବା ପାଇଁ ଆମରି ଦଳ ଲୋକ ଡିଲ୍ କରିଥିଲେ। ଏହା ପୂରା ସ୍ପଷ୍ଟ। କିନ୍ତୁ ଏଥିରେ ସଭାପତିଙ୍କର କୌଣସି ଭୂମିକା ନାହିଁ।

Advertisment

ଶ୍ରୀ ରାଉତରାୟ କହିଛନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏ ଯେତେ ସଭାପତି ହୋଇଛନ୍ତି, ଏବେ ଆମର ମୁଣ୍ଡି ବୋଲି ଯେତେ ନେତା ପରିଚୟ ଦେଉଛନ୍ତି, ଯେଉଁମାନେ କଂଗ୍ରେସକୁ ଉପଭୋଗ କରିଛନ୍ତି ଓ କଂଗ୍ରେସ ଜରିଆରେ ଅର୍ଥ ଉପାର୍ଜନ କରିଛନ୍ତି, ସେମାନେ କଂଗ୍ରେସକୁ ହରାଉଛନ୍ତି।
ଯେତେ ବିଶିଷ୍ଟ ନେତା ପଦ୍ମପୁର ଯାଇଥିଲେ, ସେମାନେ ସମସ୍ତେ କଂଗ୍ରେସକୁ ହରେଇବାକୁ ଯାଇଥିଲେ। ସେମାନେ ଦଳକୁ ଜିତାଇବାକୁ ଯାଇ ନଥିଲେ। ପଡ଼ୁ ନଥିବା ନେତାଙ୍କୁ ବି ସେଠାରେ ଏକାଠି ଦେଖିବାକୁ ମିଳିଥିଲା। ସେମାନେ ଗୋଟିଏ ହୋଟେଲ୍‌ରେ ଗୋଟିଏ ରୁମ୍‌ରେ ରହିଥିଲେ। ଏକାଠି ଆମ୍‌ଲେଟ୍ ଓ ଦେଶୀ ଚିକେନ୍ ଖାଇଥିଲେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ପିସିସି ସଭାପତି ଶରତ ପଟ୍ଟନାୟକ କିଛି ଜାଣି ପାରୁ ନାହାନ୍ତି। ସେ ଜଣେ ନିରୀହ ଲୋକ। ତାଙ୍କୁ କେତେ ଜଣ ସଖୀ କଣ୍ଢେଇ କରି ଦେଇଛନ୍ତି। ଯେଉଁ ଲୋକ ଗୁଡ଼ିକ କଳଙ୍କିତ, ଯେଉଁମାନଙ୍କୁ ସମାଜ ଘୃଣା କରୁଛି ଓ ଯେଉଁମାନେ ଦଲାଲି କରୁଛନ୍ତି, ସେଇ ଲୋକମାନେ ଓଡ଼ିଶା ଯୋଡ଼ ଯାତ୍ରାରେ ହିରୋ ସାଜିଛନ୍ତି। ସେମାନେ ଓଡ଼ିଶା ଯୋଡ଼ ଯାତ୍ରା ପାଇଁ ରୁଟ୍ ବାଛିଛନ୍ତି। ସେମାନେ ଏବେ କଂଗ୍ରେସକୁ ଜିତେଇ ଦେବା ପାଇଁ ଆଣ୍ଠେଇ ପଡ଼ୁଛନ୍ତି। ମୁଁ ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ଦେବି। ଯଦି ଶରତ ପଟ୍ଟନାୟକଙ୍କୁ ଉପଯୁକ୍ତ କ୍ଷମତା ଦିଆଯିବ, ତା’ହେଲେ ରାଜ୍ୟରେ କଂଗ୍ରେସ ବଢ଼ିଆ କରିବ।

Advertisment

ସତ୍ୟଭୂଷଣ ସାହୁ କ’ଣ ପଦ୍ମପୁରରେ କାମ କରି ନଥିଲେ? ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ସମୟରେ ସେ ସେଠାରେ ବହୁତ କାମ କରିଛନ୍ତି। ଆମରି କଂଗ୍ରେସ ନେତା ଏକାଠି ହୋଇ ତାଙ୍କୁ ହରାଇଛନ୍ତି। ଆମେ ୫୦ ଜଣ ଏକାଠି ହୋଇ ଦିଲ୍ଲୀ ଯାଇ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବକୁ ଏବଂ ରିପୋର୍ଟ ଦେବୁ। ତା’ପରେ ବି ଯଦି ସ୍ଥିତି ନସୁଧୁରିଲା, ତା’ହେଲେ ଯେଉଁମାନେ କଂଗ୍ରେସରେ ରହି କଂଗ୍ରେସକୁ ବୁଡ଼ାଇବାକୁ ଚକ୍ରାନ୍ତ କରୁଛନ୍ତି, ସେମାନଙ୍କ ଘରେ ଆଗ ପଶିବୁ। ସେମାନଙ୍କ ମୁଖା ଖୋଲିବୁ। ବିଚ୍ ରାସ୍ତାରେ ସେମାନଙ୍କୁ ବୁଲାଇବୁ ବୋଲି ସୁର ରାଉତରାୟ କହିଛନ୍ତି।

ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡ଼ି ସହ ଡିଲ୍‌ ହୋଇଥିବା ନେଇ ଯଦି କେହି ପ୍ରମାଣ ଦିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ଓହରିଯିବି। ବିନା ତଥ୍ୟ ପ୍ରମାଣରେ କେହି ଏପରି କୁହନ୍ତୁ ନାହିଁ- ସେ ବିରୋଧୀ ଦଳ ନେତା ହୁଅନ୍ତୁ କି ଆମ ଦଳର ବିଧାୟକ। ଯାହା ଅସୁବିଧା ଅଛି ମତେ କିମ୍ବା ହାଇକମାଣ୍ଡଙ୍କୁ କୁହନ୍ତୁ। ପରେ ଅସୁବିଧା ହେଲେ ମୋତେ ଦୋଷ ଦେବ ନାହିଁ ବୋଲି ଦଳର ଶୃଙ୍ଖଳା ଭଙ୍ଗ କରୁଥିବା ନେତାଙ୍କୁ ଚେତାବନୀ ଦେଇଛନ୍ତି ଶ୍ରୀ ପଟ୍ଟନାୟକ। କଂଗ୍ରେସର ୯ ରୁ ୯୦ ମିଶନ ନିଶ୍ଚିତ ସଫଳ ବୋଲି ସେ ପୁଣି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ କଂଗ୍ରେସ ଭୋଟ୍ ବିଜେଡିକୁ ଟ୍ରାନ୍ସଫର ହେବ ବୋଲି ପ୍ରତିଶ୍ରୁତି ପାଇବା ପରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ। ଭୁବନେଶ୍ୱରରେ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ବିଜେଡି ଏହି ଡିଲ୍ କରିଥିଲା।

BjD Congress Padampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe