ଫେବୃଆରୀରେ ଆସିବ ତୃତୀୟ ଲହର! କାହା ପରାମର୍ଶରେ ସ୍କୁଲ ଖୋଲୁଛନ୍ତି ସରକାର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଫେବୃୟାରୀ ମାସ ଶେଷଆଡ଼କୁ କରୋନାର ତୃତୀୟ ଲହର ଓଡ଼ିଶାରେ ପିକରେ ପହଂଚିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି । ଆଉ ଏପଟେ ଜାନୁୟାରୀ ୩ତାରିଖରୁ କୋମଳମତି ଶିଶୁ (୫ରୁ ୧୦ବର୍ଷ ବୟସର)ଙ୍କୁ ସ୍କୁଲ ଆଣିବା ପାଇଁ ରାଜ୍ୟ ସରକାର ବ୍ୟଗ୍ର ହୋଇପଡ଼ିଛନ୍ତି। ସବୁ ବର୍ଗର ସ୍କୁଲଗୁଡ଼ିକ ପାଇଁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଖୋଲିବାକୁ ଗାଇଡଲାଇନ୍ ଜାରି କରିଛନ୍ତି। […]

school

school

Ordigital Desk
  • Published: Tuesday, 28 December 2021
  • Updated: 28 December 2021, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଫେବୃୟାରୀ ମାସ ଶେଷଆଡ଼କୁ କରୋନାର ତୃତୀୟ ଲହର ଓଡ଼ିଶାରେ ପିକରେ ପହଂଚିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇଛି । ଆଉ ଏପଟେ ଜାନୁୟାରୀ ୩ତାରିଖରୁ କୋମଳମତି ଶିଶୁ (୫ରୁ ୧୦ବର୍ଷ ବୟସର)ଙ୍କୁ ସ୍କୁଲ ଆଣିବା ପାଇଁ ରାଜ୍ୟ ସରକାର ବ୍ୟଗ୍ର ହୋଇପଡ଼ିଛନ୍ତି। ସବୁ ବର୍ଗର ସ୍କୁଲଗୁଡ଼ିକ ପାଇଁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଖୋଲିବାକୁ ଗାଇଡଲାଇନ୍ ଜାରି କରିଛନ୍ତି। ତେବେ ଏହି କୋମଳମତି ପିଲାଙ୍କ ପାଇଁ ଅଫଲାଇନ୍ କ୍ଲାସ ଆରମ୍ଭ କରିବାକୁ କିଏ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଲା ଓ ପିଲାଙ୍କ ଜୀବନକୁ ବିପଦକୁ ଠେଲିବାର ଏଭଳି ଉଦ୍ଭଟ ଚିନ୍ତାଧାରାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁସାରେ, ଓମିକ୍ରନର ସଂକ୍ରମଣ ଆଶଙ୍କା ରାଜ୍ୟରେ ବୃଦ୍ଧି ପାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ସମସ୍ତେ ସର୍ତକତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କରିଥିବା ସମୀକ୍ଷା ବୈଠକରେ ହିଁ ପିଲାମାନଙ୍କ ମଧ୍ୟରେ ଅଧିକ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ହେଉଥିବା ନେଇ ବିଭାଗୀୟ ଅଧିକାରୀମାନେ ଅବଗତ କରାଇଥିଲେ। ସମଗ୍ର ରାଜ୍ୟରେ ଶିଶୁଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଗତକାଲି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିବାବେଳେ ଆଜି କିଭଳି ଏତେ ବେପରୁୱା ଓ ଦାୟିତ୍ୱହୀନ ଭାବେ ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଲା ତାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ଗତ ନଭେମ୍ବର ଓ ଡିସେମ୍ବର ମାସରେ ସ୍କୁଲଗୁଡ଼ିକରେ ଅଷ୍ଟମରୁ ଦଶମ ଶ୍ରେଣୀର ପିଲାମାନେ ସଂକ୍ରମିତ ହେଉଥିବାର ଉଦବେଗଜନକ ଚିତ୍ର ପଦାକୁ ଆସିଥିଲା ।

ବୁଦ୍ଧିଜୀବୀଙ୍କ ମତରେ, ଏବେ କୋମଳମତି ପିଲା(୫ରୁ ୧୦ବର୍ଷର)ଙ୍କୁ ସ୍କୁଲକୁ ଆଣିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଥିବା ନିଷ୍ପତ୍ତି ଯୋଗୁ ଏହି ବର୍ଗର ପିଲାମାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଯେ ସୁରକ୍ଷିତ ରହିବ ତା’ର ଗ୍ୟାରେଣ୍ଟି କିଏ ନେବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ରାଜ୍ୟରେ ପ୍ରାଥମିକ ସ୍କୁଲଗୁଡ଼ିକର ସ୍ଥିତି ନକହିଲେ ଭଲ। ପ୍ରାଥମିକ ସ୍କୁଲଗୁଡ଼ିକରେ କୋଭିଡ୍ ଗାଇଡଲାଇନ୍ ପାଳନ ଓ ପ୍ରଥମରୁ ପଂଚମ ଶ୍ରେଣୀ ପିଲାମାନଙ୍କ ପାଇଁ ପରିଚ୍ଛନ୍ନତା ଆଦି ବ୍ୟବସ୍ଥା କରିବା ଯେ କାଠିକର ପାଠ ତାହା ମଧ୍ୟ ବିଭାଗ ଭଲ ଭାବେ ଜାଣେ। କିନ୍ତୁ ଏସବୁକୁ ଅଣଦେଖା କରି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପାରିବାପଣିଆ ଦେଖାଇ ଜାନୁୟାରୀ ୩ରୁ ସ୍କୁଲ ଖୋଲିବାକୁ ନେଇ ଗଣମାଧ୍ୟମରେ ଯେଉଁ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓ ତାହା ସରକାରଙ୍କ ବେପରୁୱା ଓ ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ , ସମଗ୍ର ରାଜ୍ୟରେ ଆଜି ୧୫୬ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୮ବର୍ଷରୁ କମ୍ ୨୦ଜଣ ପିଲା ରହିଛନ୍ତି। ଏବେ ସ୍କୁଲ ଛୁଟି ଥିବାରୁ ଏହି ସଂକ୍ରମଣ ହାର କମ୍ ରହିଛି। କିନ୍ତୁ ଆଗାମୀ ଦିନରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ବି ରହିଛି । ସ୍କୁଲ ଯାଉଥିବା ୫ରୁ ୧୪ବର୍ଷ ବୟସର ପିଲାମାନଙ୍କ ନିମନ୍ତେ ଏପର୍ଯ୍ୟନ୍ତ କୋଭିଡ୍ ଟିକା ଆସିନଥିବାବେଳେ ସତର୍କତା ମାଧ୍ୟମରେ ସେମାନଙ୍କୁ ସୁରକ୍ଷିତ ରଖିବା ଏବେ ଅଭିଭାବକମାନଙ୍କ ନିମନ୍ତେ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। ଆଉ ଏଭଳି ସ୍ଥିତିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବେପରୁୱା ହୋଇ ପ୍ରଥମରୁ ପଂଚମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇ ପରୋକ୍ଷରେ ଉଭୟ କୋମଳମତି ପିଲା ଓ ଅଭିଭାବକଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛି।
ଯଦିଓ ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାକୁ ୨ମାସ ବିଳମ୍ବରେ କୋଭିଡ-୧୯ର ପ୍ରଥମ ଓ ଦ୍ୱିତୀୟ ଲହର ଆସିଥିଲା । ଆଇସିଏମଆର ଅନୁସାରେ ଯଦି ତୃତୀୟ ଲହର ଓଡ଼ିଶାକୁ ଆସେ, ତା’ହେଲେ ଓଡ଼ିଶାକୁ ଖୁବଶୀଘ୍ର ଆସିବ । ଫେବୃୟାରୀ ମାସ ଶେଷବେଳକୁ ଓଡ଼ିଶାରେ କୋଭିଡ-୧୯ ସଂକ୍ରମଣ ମାମଲା ପିକ୍ ନେଇପାରେ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିଶେଷକରି ଶିଶୁ ବିଭାଗକୁ ପ୍ରସ୍ତୁତ ରହିଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗ ପ୍ରସ୍ତୁତ ଅଛି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।

ଦିଲ୍ଲୀ ସରକାର ସ୍କୁଲ ଖୋଲି ଏବେ ପୁଣି ବନ୍ଦ କରିଥିବାବେଳେ ରାଜ୍ୟ ଗଣଶିକ୍ଷା ବିଭାଗର କେଉଁ ଉଦ୍ଭଟ ମସ୍ତିଷ୍କରୁ କୋମଳମତି ପିଲାଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେବାର ପରିକଳ୍ପନା ଆସିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story